ARTICLE AD BOX
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଭୋଟର ତାଲିକାରୁ ୧ କୋଟି ୨୭ ଲକ୍ଷ ହିନ୍ଦୁ ଭୋଟରଙ୍କ ନାଁ କଟିଥିବା ନେଇ ବାରମ୍ବାର ଦାବି କରୁଥିବାବେଳେ ଏହାକୁ ନେଇ ରାଜ୍ୟସଭା ସାଂସଦ କପିଲ ସିବଲ ପ୍ରଶ୍ନ ଉଠାଇଛନ୍ତି। ସିବଲ ଶନିବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଯୋଗୀଙ୍କୁ ତାଙ୍କ ଦାବି ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବାକୁ କହିଛନ୍ତି। କେଉଁ ନିର୍ବାଚନ ମଣ୍ଡଳୀରୁ କେଉଁ ଭୋଟରଙ୍କ ନାଁ କଟିଛି ଓ ତାହା କିପରି ଜଣାପଡ଼ିଲା ସେ ନେଇ ତଥ୍ୟ ସ୍ପଷ୍ଟ କରିବାକୁ ସେ କହିଛନ୍ତି।
ଅଭିଯୋଗ ଆଣିଲେ ସିବଲ
ସିବଲ ଅଭିଯୋଗ କରିଛନ୍ତି ଯେ, ନଚେତ୍ ଏହାଦ୍ବାରା ଫର୍ମ ୮ ମାଧ୍ୟମରେ କଟାଯାଇ ନଥିବା ନାମଗୁଡ଼ିକ ପୁନର୍ବାର ଭୋଟର ତାଲିକାରେ ଯୋଡ଼ାଯିବାର ଆଶଙ୍କା ରହିଛି। ଏହା ନିର୍ବାଚନୀ ଫଳାଫଳକୁ ପ୍ରଭାବିତ କରିପାରେ ବୋଲି ଯୁକ୍ତି ରଖିଥିଲେ। ଭୋଟର ତାଲିକା ସଂଶୋଧନରେ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଉପରେ ମଧ୍ୟ ସିବଲ ସନ୍ଦେହ ପ୍ରକାଶ କରିଛନ୍ତି। ଫର୍ମ-୬ ନୂଆ ନାଁ ଯୋଡ଼ିବା, ଫର୍ମ-୭ ନାଁ କାଟିବା ଓ ଫର୍ମ-୮ ଠିକଣା ପରିବର୍ତ୍ତନ କିମ୍ବା ତଥ୍ୟ ସଂଶୋଧନ ପାଇଁ ବ୍ୟବହୃତ ହୁଏ। ଏହି ତିନିଟି ଫର୍ମର ଦୁରୁପଯୋଗ ହୋଇଥିବା ସେ ଅଭିଯୋଗ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମୋଟ୍ ତିନିଟି ହେଲିକପ୍ଟର ନିୟୋଜିତ
ମହାରାଷ୍ଟ୍ରର ପୁଣେରେ ଏନ୍ସିପି ନେତା ଅଜିତ ଗଭାନେଙ୍କ ଦ୍ୱାରା ଫର୍ମ-୭ ମାଧ୍ୟମରେ ୫୮ ଜଣଙ୍କ ନାଁ ଭୁଲ୍ରେ କଟାଯିବା ଅଭିଯୋଗର ଉଦାହରଣ ଦେଇ ସେ କହିଛନ୍ତି, ତଦନ୍ତରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଏଭଳି ୫,୬୦୩ଟି ମାମଲା ସାମ୍ନାକୁ ଆସିଛି। ପିମ୍ପରି, ଥାଣେ ଓ ଖଡ଼କୱାସଲାରେ ବିନା କ୍ଷେତ୍ର ଯାଞ୍ଚରେ ଠିକଣା ବଦଳ ଆବେଦନ ମଞ୍ଜୁର ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହା ସହ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି (କାଂଶୀରାମ) ଓ ଅସଦୁଦ୍ଦିନ ଅୱେସୀଙ୍କ ଏଆଇଏମ୍ଆଇଏମ୍ ମେଣ୍ଟ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ଭୋଟକୁ ପ୍ରଭାବିତ କରିପାରେ ବୋଲି ସେ କହିଛନ୍ତି।

2 days ago
3


