ARTICLE AD BOX
ନୂଆଦିଲ୍ଲୀ: ହିରୋଇନ୍ ଦିଲ୍ ଚୋରି କରେ, ହେଲେ ହରରିନ୍ ଦିଲ୍ ଖାଇଯାଏ! ଏମିତି କିଛି ଡାଏଲଗ୍ ସହ ବଲିଉଡ୍ରେ ହଇଚଇ ସୃଷ୍ଟି କରିଛି ଏକ ନୂଆ ଫିଲ୍ମର ମୋସନ୍ ପୋଷ୍ଟର। ଫିଲ୍ମର ନାଁ ‘ହିରୋ କି ହରରିନ୍’। ଆଉ ଏହି ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଗୋବିନ୍ଦାଙ୍କ ପୁଅ ଯଶବର୍ଦ୍ଧନ ଆହୁଜା। ୨୯ ବର୍ଷ ବୟସରେ ବାପାଙ୍କ ଭଳି ଅଭିନୟ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବେ ଯଶବର୍ଦ୍ଧନ। ତେବେ ପ୍ରଥମ ଝଲକରେ ହିଁ ଫିଲ୍ମର ଭୟଙ୍କର ଅନ୍ଦାଜ ଦର୍ଶକଙ୍କ ଭିତରେ ଉତ୍ସାହ ବଢ଼ାଇ ଦେଇଛି। ବଲିଉଡ୍ର ହିରୋ ନମ୍ବର ୱାନ୍ ଗୋବିନ୍ଦାଙ୍କ ପୁଅ ଏବେ ହିରୋ ହେବାକୁ ପ୍ରସ୍ତୁତ। ବାପାଙ୍କ ଭଳି ରୂପେଲି ପରଦାରେ ନିଜ ଜଲୱା ଦେଖାଇବାକୁ ଆସୁଛନ୍ତି ଯଶବର୍ଦ୍ଧନ ଆହୁଜା। ସାଜିଦ ଖାନ୍ଙ୍କ ନିର୍ଦ୍ଦେଶନାରେ ହରର୍ କମେଡି ଫିଲ୍ମ ‘ହିରୋ କି ହରରିନ୍’ରୁ ଡେବ୍ୟୁ କରିବେ ସେ। ଫିଲ୍ମର ମେକର୍ସ ଏହାର ମୋସନ୍ ପୋଷ୍ଟର ରିଲିଜ୍ କରିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
Entertenment: ଆଠଟି ଟେକ୍ରେ ଓକେ ହୋଇଥିଲା ‘ଗୋରୀଲୋ ଗୋରୀ..’
ପୋଷ୍ଟରରେ ଦେଖିବାକୁ ମିଳିଛି ଏକ ଭୟଙ୍କର ମହିଳା ଚରିତ୍ର। ଲମ୍ବା ଖୋଲା କେଶ, ରକ୍ତ ଭଳି ଲାଲ୍ ଶାଢ଼ି, କଟାଫଟା ମୁହଁ ଆଉ ଧଳା ଚମକୁଥିବା ଆଖି। ତୀକ୍ଷ୍ଣ ଦାନ୍ତ ସାଙ୍ଗକୁ ପଞ୍ଝା ଭଳି ହାତ। ଅନ୍ଧାର ଆଉ ଧୂଆଁ ଭିତରୁ ଏହି ରହସ୍ୟମୟୀ ଚରିତ୍ରର ଏଣ୍ଟ୍ରି ଦର୍ଶକଙ୍କୁ ଡରାଇବା ପାଇଁ ଯଥେଷ୍ଟ। ତେବେ ଏହି ପୋଷ୍ଟରରେ ଯଶବର୍ଦ୍ଧନଙ୍କ ଝଲକ ଦେଖିବାକୁ ମିଳିନାହିଁ। ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ଅପେକ୍ଷା ଆହୁରି ବଢ଼ିଯାଇଛି। ଫିଲ୍ମର ଟାଇଟଲ୍ ଯେତିକି ରୋଚକ, ଏହାର ଟ୍ୟାଗ୍ଲାଇନ୍ ବି ସେତିକି ମଜାଦାର। ପୋଷ୍ଟର ସେୟାର କରି ମେକର୍ସ ଲେଖିଛନ୍ତି, ‘ହିରୋଇନ୍ ଦିଲ୍ ନେଇଯାଏ, ହରରିନ୍ ଦିଲ୍ ଖାଇଯାଏ।’ ଅର୍ଥାତ୍ ରୋମାନ୍ସ ସହ ଭୟର ଜବରଦସ୍ତ ତଡ଼କା ଦେବ ଏହି ଫିଲ୍ମ। ହରର୍, କମେଡି ଓ ରୋମାନ୍ସର ମିଶ୍ରଣ ଥିବା ଏହି ଫିଲ୍ମକୁ ଏକ ପାରିବାରିକ ମନୋରଞ୍ଜନ ଭାବେ ପ୍ରସ୍ତୁତ କରାଯାଉଛି। ତେବେ ବାପା ଗୋବିନ୍ଦାଙ୍କ ଭଳି ଯଶବର୍ଦ୍ଧନ ବି ଦର୍ଶକଙ୍କ ମନ ଜିତିପାରିବେ କି? ପ୍ରଥମ ଝଲକ ପରେ ଏବେ ଟିଜର ଓ ଟ୍ରେଲରକୁ ଅପେକ୍ଷା। ଡେବ୍ୟୁ ଫିଲ୍ମରେ ଯଶଙ୍କ ଅଭିନୟ କେତେ ଦମଦାର ହେଉଛି, ତାହା ଦେଖିବାକୁ ଦର୍ଶକଙ୍କ ଅପେକ୍ଷା।

2 days ago
2


