Heeraben Modi temple: ମୋଦୀଙ୍କ ମା’ଙ୍କ ପାଇଁ ଆନ୍ଧ୍ରର କୁର୍ଣ୍ଣୁଲରେ ନିର୍ମାଣ ହେଉଛି ମନ୍ଦିର

7 hours ago 3
ARTICLE AD BOX

କୁର୍ଣ୍ଣୁଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱର୍ଗତା ମା’ ହୀରାବେନଙ୍କ ସ୍ମୃତିରେ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏକ ମନ୍ଦିର ନିର୍ମାଣ କରାଯାଉଛି। ଏହା ଜଣେ ମାଆଙ୍କ ପ୍ରତି ପୁଅର ଶ୍ରଦ୍ଧା ଓ ଭଲପାଇବାର ପ୍ରତୀକ ବୋଲି ଏହି ପ୍ରକଳ୍ପର ତଦାରଖ କରୁଥିବା ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ସୋମବାର କୁହାଯାଇଛି।

ରବିବାର ମାତାଶ୍ରୀ ମନ୍ଦିରମ୍‌ ଚାରିଟେବଲ୍‌ ସୋସାଇଟିର ତତ୍ତ୍ୱାବଧାନରେ ୟେମିଗାନୁର ମଣ୍ଡଳର ଗୁଡିକଲ୍ଲୁ ଗ୍ରାମରେ ଏହି ମନ୍ଦିର ପାଇଁ ଭୂମିପୂଜା ହୋଇଥିଲା। ଅଧ ଏକର ଜମିରେ ମନ୍ଦିର ନିର୍ମାଣ କରାଯିବ। ଏହି କାର୍ଯ୍ୟକ୍ରମରେ ଆଦୋନି ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପିଭି ପାର୍ଥସାରଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଜେପି, ଜନସେନା ଓ ୱାଇଏସ୍‌ଆର୍‌ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବିଜେପି ବିଧାୟକ ପାର୍ଥସାରଥି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ମାତାଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହେଉଥିବା ଏହା ଦେଶର ପ୍ରଥମ ମନ୍ଦିର।

Chief Minister: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ଦ୍ରୁତ ବିକାଶ ପଥରେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.