ARTICLE AD BOX
ହୃତ୍ପିଣ୍ଡ ଆମ ଶରୀରର ଏକ ଅତ୍ୟନ୍ତ ଜରୁରି ଅଙ୍ଗ। ଏହା ନିରନ୍ତର ରକ୍ତ ସଞ୍ଚାଳନ କରି ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ଯୋଗାଇଥାଏ। ହୃଦ୍ରୋଗ ବର୍ତ୍ତମାନ ବିଶ୍ୱରେ ଅକାଳ ମୃତ୍ୟୁର ଏକ ପ୍ରମୁଖ କାରଣ। ଅସ୍ୱାସ୍ଥ୍ୟକର ଖାଦ୍ୟ, ଧୂମପାନ ଓ ଅଧିକ ମଦ୍ୟପାନ ହୃତ୍ପିଣ୍ଡ ପାଇଁ କ୍ଷତିକାରକ। ଉଚ୍ଚ ରକ୍ତଚାପ, ମଧୁମେହ ଓ ଅଧିକ କୋଲେଷ୍ଟ୍ରଲ୍ ମଧ୍ୟ ହୃଦ୍ରୋଗର ଆଶଙ୍କା ବଢ଼ାଏ। ତେଣୁ ନିୟମିତ ଭାବେ ରକ୍ତଚାପ, ରକ୍ତଶର୍କରା ଓ କୋଲେଷ୍ଟ୍ରଲ୍ ପରୀକ୍ଷା କରିବା ଆବଶ୍ୟକ। ପ୍ରତିଦିନ ନିୟମିତ ବ୍ୟାୟାମ ହୃତ୍ପିଣ୍ଡକୁ ସୁସ୍ଥ ରଖେ।
Demand: ୨ଟି ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ଦାବି କଲେ ପୂର୍ବତନ ବିଧାୟକ
ଆମେ ଫଳ, ପନିପରିବା, ସମ୍ପୂର୍ଣ୍ଣ ଶସ୍ୟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବା ଉଚିତ। ଅଧିକ ଲୁଣ, ଚିନି ଓ ତେଲିଆ ଖାଦ୍ୟକୁ ଏଡ଼ାଇବା ଦରକାର। ଧୂମପାନ ଛାଡ଼ିବା ହୃତ୍ପିଣ୍ଡକୁ ସୁରକ୍ଷିତ ରଖିବାର ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ। ପର୍ଯ୍ୟାପ୍ତ ନିଦ୍ରା ଓ ଚାପମୁକ୍ତ ଜୀବନ ମଧ୍ୟ ହୃତ୍ପିଣ୍ଡ ପାଇଁ ଆବଶ୍ୟକ। ଛାତିରେ ଯନ୍ତ୍ରଣା, ଶ୍ୱାସକ୍ରିୟାରେ କଷ୍ଟ କିମ୍ବା ଅସ୍ୱାଭାବିକତା ଭଳି ଲକ୍ଷଣକୁ ଅଣଦେଖା କରିବା ଉଚିତ ନୁହେଁ। ହୃଦ୍ଘାତର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ସହାୟତା ନେବା ଆବଶ୍ୟକ। ହୃତ୍ପିଣ୍ଡର ଯତ୍ନ କେବଳ ଗୋଟିଏ ଦିନ ପାଇଁ ନୁହେଁ, ଏହା ଆମର ପ୍ରତିଦିନର ଅଭ୍ୟାସ ହେବା ଦରକାର।
Horoscope 2026 September 24: ଜାଣନ୍ତୁ ଆଜିର ରାଶିଫଳ...
ପ୍ରତିବର୍ଷ ୨୯ ସେପ୍ଟେମ୍ବର୍ରେ ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନ କରାଯାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି- ‘ଡୋଣ୍ଟ୍ ମିସ୍ ଏ ବିଟ୍’, ଅର୍ଥାତ୍ ‘ପ୍ରତିଟି ସ୍ପନ୍ଦନ ପ୍ରତି ଧ୍ୟାନ ଦିଅନ୍ତୁ’। ଏହି ବାର୍ତ୍ତା ଆମକୁ ହୃତ୍ପିଣ୍ଡର ଯତ୍ନ ନେବାକୁ ସଚେତନ କରେ। ସେହିପରି ଏହି ବାର୍ତ୍ତା ମଧ୍ୟ ଆମକୁ ହୃତ୍ପିଣ୍ଡର ପ୍ରତ୍ୟେକ ସ୍ପନ୍ଦନର ମୂଲ୍ୟ ବୁଝିବାକୁ ପ୍ରେରଣା ଦିଏ। ସୁସ୍ଥ ହୃତ୍ପିଣ୍ଡ ହେଉଛି ସୁସ୍ଥ ଜୀବନର ଆଧାର। ଆସନ୍ତୁ, ଏଥିପାଇଁ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ହୃତ୍ପିଣ୍ଡର ଯତ୍ନ ନେବାକୁ ପ୍ରେରିତ କରିବା।
- ଡାକ୍ତର ସନ୍ଦୀପ ମହାନ୍ତି
ହୃଦ୍ରୋଗ ବିଶେଷଜ୍ଞ,
କେୟାର୍ ହସ୍ପିଟାଲ୍, ଭୁବନେଶ୍ବର

4 days ago
6


