ARTICLE AD BOX
ହାଇଦ୍ରାବାଦ: ହୃଦ୍ରୋଗ ଚିକିତ୍ସା କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ନୂତନ ଚିକିତ୍ସା ପଦ୍ଧତିର ଆଦାନପ୍ରଦାନ ପାଇଁ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଯାଇଛି ‘ହାଇଦ୍ରାବାଦ ଭାଲ୍ଭସ୍-୨୦୨୬’। ପାର୍କ ହାୟାତ୍ ହୋଟେଲରେ ଅନୁଷ୍ଠିତ ଏହି ଅନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶର ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞମାନେ ଯୋଗଦେଇଥିଲେ।
ଉଦ୍ଘାଟନୀ ଉତ୍ସବ
ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ଆପୋଲୋ ହସ୍ପିଟାଲ୍ସର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ସଙ୍ଗୀତା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ତର୍ଜାତୀୟ ବିଶେଷଜ୍ଞ ଭାବେ ଆମେରିକାର ୱେଷ୍ଟ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ହୃଦ୍ରୋଗ ବିଭାଗ ପ୍ରଫେସର ଡାକ୍ତର ରମେଶ ଡଗୁବତୀ, ବଫାଲୋ ମେଡିକାଲ୍ ସେଣ୍ଟରର ମୁଖ୍ୟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ବିଜୟ ଏସ୍. ଆୟର, ରଶ୍ ୟୁନିଭର୍ସିଟି ମେଡିକାଲ୍ ସେଣ୍ଟରର ଷ୍ଟ୍ରକ୍ଚରାଲ୍ ହାର୍ଟ ଡିଜିଜ୍ ବିଭାଗ ମୁଖ୍ୟ ଡାକ୍ତର ଗୌରବ ଧର ଏବଂ ବୁଦାପେଷ୍ଟର ଗଟ୍ସେଜେନ୍ ନ୍ୟାସନାଲ୍ କାର୍ଡିଓଭାସ୍କୁଲାର୍ ସେଣ୍ଟରର ନିର୍ଦ୍ଦେଶକ ଡାକ୍ତର ପିଟର ଆଣ୍ଡ୍ରିକା ପ୍ରମୁଖ ଯୋଗ ଦେଇଥିଲେ।
ପ୍ରଭାବିତ କରିପାରେ ନିର୍ବାଚନୀ ଫଳାଫଳ
ଆପୋଲୋ ହସ୍ପିଟାଲ୍ସର କୋର୍ସ ଡାଇରେକ୍ଟର ଡାକ୍ତର ପି.ସି. ରଥ ଓ ଡାକ୍ତର ମନୋଜ କେ. ଅଗ୍ରୱାଲା ଏହି ସମ୍ମିଳନୀର ନେତୃତ୍ବ ନେଇଥିଲେ। ସମ୍ମିଳନୀରେ ୨୬ଟି ହୃଦ୍ଭାଲ୍ଭ ସମ୍ବନ୍ଧୀୟ ଅସ୍ତ୍ରୋପଚାରର ସିଧା ପ୍ରଦର୍ଶନ କରାଯାଇଥିଲା। ଏଥିରେ ଆମେରିକାର ବିଭିନ୍ନ କେନ୍ଦ୍ରରୁ ୪ଟି, ୟୁରୋପରୁ ୬ଟି ଏବଂ ଆପୋଲୋ ହସ୍ପିଟାଲ୍ସ, ଜୁବିଲି ହିଲ୍ସରୁ ୬ଟି ସିଧା ପ୍ରସାରଣ ଅନ୍ତର୍ଭୁକ୍ତ।

2 days ago
2


