Hasina's Return: ହସିନାଙ୍କ ପ୍ରତ୍ୟାବର୍ତ୍ତନ: ବାଂଲାଦେଶ ଆଗରେ ଭାରତର ଦୁଇ ସର୍ତ୍ତ

2 hours ago 2
ARTICLE AD BOX

ନୂଆଦିଲ୍ଲୀ: ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତରେ ନିର୍ବାସିତ ଜୀବନ କାଟୁଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଆସନ୍ତା ଡିସେମ୍ବରରେ ସ୍ୱଦେଶ ଫେରିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ବାଂଲାଦେଶ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ ହେବା ପରେ ହିଁ ଭାରତ ତାଙ୍କୁ ଫେରାଇବାକୁ ଚାହୁଁଥିବା ‘ବିବିସି ବାଂଲା’ ରିପୋର୍ଟରେ ପ୍ରକାଶ ପାଇଛି। ଗତ ୧୨ ତାରିଖରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଭାରତର ବୈଦେଶିକ ମନ୍ତ୍ରଣାଳୟ ଓ ସେନା ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ ନୂଆଦିଲ୍ଲୀର ଦୁଇଟି ମୁଖ୍ୟ ସର୍ତ୍ତ ରଖିଛି। ପ୍ରଥମତଃ, ୨୦୨୪ ମସିହା ଅଗଷ୍ଟ ୫ ତାରିଖରେ ଯେଉଁଭଳି ବାଂଲାଦେଶ ସେନା ବିମାନରେ ହସିନା ଭାରତ ଆସିଥିଲେ, ସେହିପରି ବାଂଲାଦେଶ ସେନା ହିଁ ତାଙ୍କର ପ୍ରତ୍ୟାବର୍ତ୍ତନ ଓ ସୁରକ୍ଷା ଦାୟିତ୍ୱ ନେବାକୁ ହେବ। ଦ୍ୱିତୀୟତଃ, ୨୦୨୪ ଜୁଲାଇ ଗଣହତ୍ୟା ମାମଲାରେ ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ବିରୋଧରେ ଆବେଦନ କରିବାର ସୁଯୋଗ ସହ ଅନ୍ତର୍ଜାତୀୟ ସମୁଦାୟ ନଜରରେ ତାଙ୍କର ସାନି ଓ ନିରପେକ୍ଷ ବିଚାର ପାଇଁ ଢାକା ଗ୍ୟାରେଣ୍ଟି ଦେଉ। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଶୁକ୍ରବାର କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାର ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Farmers fair: ବେତନଟୀକୁ ମତ୍ସ୍ୟ ଓ ପ୍ରାଣୀପାଳନର ଆଦର୍ଶ ବ୍ଲକ ଭାବେ ଗଢ଼ିବା ଲକ୍ଷ୍ୟ: ବିଧାୟକ

ସେନା ନେବାକୁ ହେବ ସୁରକ୍ଷା ଦାୟିତ୍ୱ
ମୃତ୍ୟୁଦଣ୍ଡ ବିରୋଧରେ ସାନି ନିରପେକ୍ଷ ବିଚାର ଦାବି

ଅନ୍ୟପକ୍ଷରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହକାରୀ ପ୍ରେସ୍ ସଚିବ କେଏମ୍ ନଜମୁଲ ହକ୍‌ ଶୁକ୍ରବାର ଫେସବୁକ୍ ପୋଷ୍ଟରେ ଦାବି କରିଛନ୍ତି ଯେ ବ୍ରିଟେନ, ସଂଯୁକ୍ତ ଆରବ ଏମିରେଟ୍ସ, ସାଉଦି ଆରବ, ଫିନଲ୍ୟାଣ୍ଡ, ଆମେରିକା, ବେଲାରୁଷ୍‌, କତର କିମ୍ବା ଆଫ୍ରିକାର କୌଣସି ଦେଶ ହସିନାଙ୍କୁ ଆଶ୍ରୟ ଦେବାକୁ ରାଜି ନୁହନ୍ତି। ସମସ୍ତ ରାସ୍ତା ବନ୍ଦ ହୋଇଯିବାରୁ  ସେ ଶେଷ ବିକଳ୍ପ ଭାବେ ବାଂଲାଦେଶ ଫେରିବାକୁ ଚାହୁଛନ୍ତି ବୋଲି ନଜମୁଲ କହିଛନ୍ତି। ଇତିମଧ୍ୟରେ ହସିନା ଗତ ୯ ତାରିଖରେ ନୂଆ ପାସପୋର୍ଟ ଓ ଯାତ୍ରା ଦସ୍ତାବିଜ ପାଇଁ ଆବେଦନ କରି ନିର୍ବାସନ ପରେ ପ୍ରଥମ ଥର ପାଇଁ ବାଂଲାଦେଶ ସରକାରଙ୍କ ସହ ସରକାରୀ ଯୋଗାଯୋଗ ଆରମ୍ଭ କରିଛନ୍ତି। ଏହା ଉପରେ ବାଂଲାଦେଶ ସରକାରଙ୍କ କଠୋର ଆଭିମୁଖ୍ୟକୁ ପୂର୍ବତନ ଭାରତୀୟ କୂଟନୀତିଜ୍ଞ ବୀଣା ସିକ୍ରି ଅଯୌକ୍ତିକ କହିଥିବା ବେଳେ ଢାକାର ବରିଷ୍ଠ ସାମ୍ବାଦିକ ସ୍ୱଦେଶ ରାୟ ଏହାକୁ ହସିନାଙ୍କ ପ୍ରଥମ ରାଜନୈତିକ ଚାଲ୍ ବୋଲି ଅଭିହିତ କରିଛନ୍ତି।

Rajasthan: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଭଜନଲାଲଙ୍କ ୯୩୨୧ କୋଟିର ପ୍ୟାକେଜ୍‌ ଘୋଷଣା

‘ବିବିସି ବାଂଲା’ ରିପୋର୍ଟ ଅନୁସାରେ, ଆୱାମୀ ଲିଗ୍ ଦଳର ରାଜନୈତିକ ପୁନରୁଦ୍ଧାର ପାଇଁ ହସିନା ବାଂଲାଦେଶ ଫେରି ବ୍ୟକ୍ତିଗତ ଭାବେ ଦଳର ନେତୃତ୍ୱ ନେବା ଜରୁରୀ ବୋଲି ନୂଆଦିଲ୍ଲୀର ନୀତି ନିର୍ଦ୍ଧାରକମାନେ ମନେ କରୁଛନ୍ତି। ବିଦେଶୀ ଅତିଥିଙ୍କ ସହ ନିୟମିତ ଆଲୋଚନା ସମୟରେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ହୋଇଥିଲା ଏବଂ ଏହାପରେ ହସିନା ଡିସେମ୍ବରରେ ଫେରିବା ନେଇ ଘୋଷଣା କରିଥିଲେ। ପୂର୍ବରୁ ଅଗଷ୍ଟ ମାସରେ ହସିନାଙ୍କ ପ୍ରଥମ ସିଧାସଳଖ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କର ପ୍ରସ୍ତାବିତ ଭାରତ ଗସ୍ତ ବାତିଲ କରିବାରୁ ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ବଢ଼ିଥିଲା। ହସିନାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ଗତ କିଛି ମାସ ଧରି ଢାକା ସହ ପରଦା ପଛରେ ଆଲୋଚନା ଚଳାଇଛି। ଏହି ପ୍ରକ୍ରିୟାରେ ସାମରିକ ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଦିନେଶ ତ୍ରିବେଦୀ ଅକ୍ଟୋବର ପ୍ରଥମ ସପ୍ତାହରେ ଅପ୍ରତ୍ୟାଶିତ ଭାବେ ଦିଲ୍ଲୀ ଆସି ଅକ୍ଟୋବର ୬ ତାରିଖରେ ସ୍ଥଳସେନା ମୁଖ୍ୟ ଜେନେରାଲ ଧୀରଜ ସେଠ୍‌ଙ୍କୁ ଭେଟିଥିଲେ। ଭାରତୀୟ ସେନା ପକ୍ଷରୁ ‘ଏକ୍ସ’ରେ ଏହାକୁ ପ୍ରତିରକ୍ଷା ସମ୍ପର୍କ ସଂପର୍କିତତ ଆଲୋଚନା ବୋଲି କୁହାଯାଇଥିଲେ ହେଁ, ହସିନାଙ୍କ ପ୍ରତ୍ୟାବର୍ତ୍ତନରେ ସେନାର ସକ୍ରିୟ ଭୂମିକା ନିଶ୍ଚିତ କରିବା ପାଇଁ ଏହି ବୈଠକ ହୋଇଥିବା କେତେକ ସୂତ୍ରରୁ ପ୍ରକାଶ ପାଇଛି। ଭାରତର ଏଭଳି ଉଦ୍ୟମ ସତ୍ତ୍ୱେ ଡିସେମ୍ବରରେ ହସିନାଙ୍କ ବାଂଲାଦେଶ ଫେରିବା ସମ୍ଭାବନା ଖୁବ୍ କମ୍ ରହିଛି। ବାଂଲାଦେଶ ବର୍ତ୍ତମାନ ବିଭିନ୍ନ ସଙ୍କଟ ଦେଇ ଗତି କରୁଥିବାରୁ ସର୍ବସାଧାରଣରେ ପ୍ରତ୍ୟର୍ପଣ ଦାବି କରୁଥିଲେ ହେଁ ଢାକା ପ୍ରକୃତରେ ହସିନାଙ୍କୁ ଫେରାଇ ନେବାକୁ ଚାହୁନଥିବା ଭାରତୀୟ ଅଧିକାରୀମାନେ ଅନୁମାନ କରୁଛନ୍ତି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.