govt cuts customs duty : ଖାଇବା ତେଲ ହେବ ଶସ୍ତା! ଆଜିଠୁ ଲାଗୁ ହେବ ନୂଆ ଦର

4 days ago 6
ARTICLE AD BOX

ନୂଆଦିଲ୍ଲୀ: ପୂଜା ପାର୍ବଣ ଆସିଲେ ବଢ଼ିଯାଏ ରୋଷେଇ ଘରର ଖର୍ଚ୍ଚ। ତେଲ, ଡାଲି, ମସଲାଠାରୁ ଆରମ୍ଭ କରି ସବୁ ଜିନିଷର ଦାମ ଉପରକୁ ଯିବା ନେଇ ଚିନ୍ତା ବଢ଼ିଥାଏ। ହେଲେ ଏଥର ପର୍ବ ପୂର୍ବରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ସୋୟାବିନ୍‌, ପାମ୍‌ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ କମାଇ ଦିଆଯାଇଛି। ଫଳରେ ଆଗାମୀ ଦିନରେ ବଜାରରେ ଖାଇବା ତେଲର ଦାମ କମିପାରେ ବୋଲି ଆଶା କରାଯାଉଛି।  ପର୍ବ ଋତୁରେ ଖାଇବା ତେଲର ଚାହିଦା ବଢ଼ିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବେସିକ୍‌ କଷ୍ଟମ୍‌ ଡ୍ୟୁଟି (BCD)ରେ ବଡ଼ ହ୍ରାସ କରିଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ନୋଟିଫିକେସନ୍‌ ଅନୁଯାୟୀ, କଚ୍ଚା ସୋୟାବିନ୍‌ ତେଲ ଓ କଚ୍ଚା ପାମ୍‌ ତେଲ ଉପରେ ବିସିଡିକୁ ୧୦ ପ୍ରତିଶତରୁ ୫ ପ୍ରତିଶତକୁ କମାଯାଇଛି। ସେହିପରି କଚ୍ଚା ସୂର୍ଯ୍ୟମୁଖୀ ତେଲ ଉପରେ ଥିବା ୧୦ ପ୍ରତିଶତ ବିସିଡିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି।

SIR politics: ଏସ୍‌ଆଇଆର୍‌ ରାଜନୀତି ତେଜିଲା: ନିର୍ବାଚନ ଆୟୋଗ ଉପରେ ବର୍ଷିଲେ ବିରୋଧୀ, ଅଭିଯୋଗକୁ ଖଣ୍ଡନ କଲା ଆୟୋଗ

କେବଳ କଚ୍ଚା ତେଲ ନୁହେଁ, ରିଫାଇନ୍ଡ ତେଲ ଉପରେ ମଧ୍ୟ ସରକାର ବଡ଼ ରିହାତି ଦେଇଛନ୍ତି। ରିଫାଇନ୍ଡ ସୋୟାବିନ୍‌ ଓ ପାମ୍‌ ତେଲ ଉପରେ ବିସିଡି ୩୨.୫ ପ୍ରତିଶତରୁ ୨୭.୫ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପଟେ ରିଫାଇନ୍ଡ ସୂର୍ଯ୍ୟମୁଖୀ ତେଲ ଉପରେ ଶୁଳ୍କ ୩୨.୫ ପ୍ରତିଶତରୁ ସିଧାସଳଖ ୨୨.୫ ପ୍ରତିଶତକୁ କମାଯାଇଛି।
ସରକାରଙ୍କ ଏହି ନିଷ୍ପତ୍ତି ୨୪ ସେପ୍ଟେମ୍ବର ଅର୍ଥାତ୍‌ ଆଜିଠୁ ଲାଗୁ ହୋଇଛି। ଏହା ଫଳରେ ବିଦେଶରୁ ତେଲ ଆମଦାନୀ କରୁଥିବା ବ୍ୟବସାୟୀଙ୍କ ଖର୍ଚ୍ଚ କମିବ। ଆମଦାନୀ ଖର୍ଚ୍ଚ କମିଲେ ବଜାରରେ ତେଲର ଯୋଗାଣ ବଢ଼ିବ ଏବଂ ଦାମ ନିୟନ୍ତ୍ରଣରେ ରହିବାର ସମ୍ଭାବନା ଅଧିକ। ଯଦି ଏହି ରିହାତିର ଲାଭ ସିଧାସଳଖ ଗ୍ରାହକଙ୍କ ପାଖକୁ ପହଞ୍ଚେ, ତେବେ ପୂଜା ବଜାରରେ ଖାଇବା ତେଲ କିଣିବା ବେଳେ ଲୋକଙ୍କ ପକେଟ୍‌ ଉପରେ ଚାପ କମିପାରେ। ପୂଜା ପୂର୍ବରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସାଧାରଣ ଲୋକଙ୍କ ପାଇଁ ବଡ଼ ଉପହାର ବୋଲି କୁହାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.