Google Doctor Effect: ଗୁଗୁଲ୍ ଡାକ୍ତର ଇଫେକ୍ଟ: ଅନ୍‌ଲାଇନ୍ ସ୍ୱାସ୍ଥ୍ୟ ସର୍ଚ୍ଚ କରିବା ବିପଦ ହୋଇପାରେ

2 days ago 2
ARTICLE AD BOX

ଗର୍ଭାବସ୍ଥା ଓ ନୂତନ ଅଭିଭାବକ ହୋଇଥିବା ବ୍ୟକ୍ତିଙ୍କ ମନରେ ଅନେକ ପ୍ରଶ୍ନ ଓ ଚିନ୍ତା ଆସିଥାଏ। ଗର୍ଭାବସ୍ଥାରେ ହେଉଥିବା ଶାରୀରିକ ପରିବର୍ତ୍ତନକୁ ବୁଝିବାଠାରୁ ଆରମ୍ଭ କରି ନବଜାତ ଶିଶୁର ଲକ୍ଷଣ ଚିହ୍ନିବା ପର୍ଯ୍ୟନ୍ତ ଅଭିଭାବକମାନେ ତୁରନ୍ତ ଉତ୍ତର ପାଇବା ପାଇଁ ପ୍ରାୟତଃ ଇଣ୍ଟରନେଟ୍‌ ସାହାଯ୍ୟ ନେଉଛନ୍ତି। ଡାକ୍ତରଙ୍କ ମତରେ ଗୋଟିଏ ସର୍ଚ୍ଚ ମାତ୍ର କିଛି ସେକେଣ୍ଡ୍‌ ମଧ୍ୟରେ ହଜାର ହଜାର ଆର୍ଟିକିଲ୍‌, ଭିଡ଼ିଓରେ ଅନୁଭୂତି ସାମ୍ନାକୁ ଆଣିଥାଏ। କିନ୍ତୁ ଅନ୍‌ଲାଇନ୍‌ରେ ଆସୁଥିବା ସବୁ ତଥ୍ୟ ଠିକ୍‌ କି ନୁହେଁ ତାହା ଉପ‌େର ସମ୍ପୂର୍ଣ୍ଣ ନିର୍ଭର କରିବା ମଧ୍ୟ ଚିନ୍ତାଜନକ।

ଆହୁରି ପଢ଼ନ୍ତୁ: ଆୟୁଷ୍ମାନ କାର୍ଡଧାରୀଙ୍କୁ ଝଟକା! ଘରୋଇ ହସ୍ପିଟାଲରେ ୧୧୨ଟି ରୋଗର ଚିକିତ୍ସା ବନ୍ଦ।

ଅନ୍‌ଲାଇନ୍‌ ସ୍ବାସ୍ଥ୍ୟ ସର୍ଚ୍ଚ ଉପରେ ଏହି ବଢ଼ୁଥିବା ନିର୍ଭରଶୀଳତାକୁ ‘ଗୁଗୁଲ୍‌ ଡକ୍ଟର ଇଫେକ୍ଟ୍‌’ କୁହାଯାଏ। ଡିଜିଟାଲ୍‌ ପ୍ଲାଟଫର୍ମ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟକୁ ସହଜରେ ଉପଲବ୍ଧ କରିଥିଲେ ମଧ୍ୟ ଏହା ଲୋକମାନଙ୍କୁ ନିଜସ୍ବ ରୋଗ ନିରୂପଣ କରିବାକୁ ଚିକିତ୍ସା ପରାମର୍ଶ ଗ୍ରହଣ କରିବାକୁ ପ୍ରବର୍ତ୍ତାଉଛି। 

କେତେବେଳେ ଅନ୍‌ଲାଇନ୍‌ ସର୍ଚ୍ଚ ଚିନ୍ତା ବଢ଼ାଇଥାଏ?

ଗର୍ଭାବସ୍ଥାରେ ଲକ୍ଷଣ- 
ଗର୍ଭବତୀ ମହିଳାମାନେ ପେଟରେ ଅସ୍ୱସ୍ତି, ମୁଣ୍ଡବିନ୍ଧା, ହାତଗୋଡ଼ ଫୁଲିବା, ବାନ୍ତି ଲାଗିବା କିମ୍ବା ଗର୍ଭସ୍ଥ ଶିଶୁର ଚଳପ୍ରଚଳରେ ପରିବର୍ତ୍ତନ ଭଳି ପ୍ରତ୍ୟେକ ନୂଆ ଲକ୍ଷଣ ବିଷୟରେ ଇଣ୍ଟରନେଟ୍‌ରେ ଖୋଜିଥାନ୍ତି।

ନବଜାତ ଶିଶୁର ଯତ୍ନ:
ନୂଆ ଅଭିଭାବକମାନେ ଶିଶୁର ଖାଇବା ଶୈଳୀ, ଶୋଇବା ସମୟ, ନିଶ୍ୱାସ ନେବା ଶବ୍ଦ ବିଷୟରେ ସର୍ଚ୍ଚ କରି ଚିନ୍ତିତ ହୋଇପଡ଼ନ୍ତି।

ସୋସିଆଲ ମିଡିଆର ପ୍ରଭାବ:

ସୋସିଆଲ ମିଡିଆରେ ଅନେକ ସମୟରେ ବ୍ୟକ୍ତିଗତ ଅନୁଭୂତିକୁ ସାର୍ବଜନୀନ ଡାକ୍ତରୀ ପରାମର୍ଶ ଭାବରେ ଉପସ୍ଥାପନ କରାଯାଏ। ଯାହା ଜଣେ ଗର୍ଭବତୀ ମହିଳା କିମ୍ବା ନବଜାତ ଶିଶୁ ପାଇଁ କାମ କରିଛି, ତାହା ଅନ୍ୟ ଜଣଙ୍କ ପାଇଁ ଉପଯୁକ୍ତ ନ ହୋଇପାରେ।

ନିଜସ୍ୱ ରୋଗ ନିରୂପଣର ବିପଦ
ଅନଲାଇନ୍ ପରାମର୍ଶ ଅନୁସରଣ କରି ଅଭିଭାବକମାନେ ଡାକ୍ତରୀ ପରାମର୍ଶ ନେବାରେ ବିଳମ୍ବ କରିବା ଏକ ବଡ଼ ଚିନ୍ତାର ବିଷୟ। ଅନେକେ ଡାକ୍ତରଙ୍କ ବିନା ପରାମର୍ଶରେ ସପ୍ଲିମେଣ୍ଟ ଆରମ୍ଭ କରନ୍ତି, ନିର୍ଦ୍ଧାରିତ ଔଷଧ ବଦଳାନ୍ତି ଯାହା ବିଭିନ୍ନ ବିପଦକୁ ଡାକିଆଣେ।  ଗର୍ଭାବସ୍ଥା ଏକ ଅତ୍ୟନ୍ତ ସମ୍ବେଦନଶୀଳ ସମୟ, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ପୋଷଣର ଆବଶ୍ୟକତା ଓ ଔଷଧର ସୁରକ୍ଷା ଭିନ୍ନ ହୋଇଥାଏ। ସେହିଭଳି, ନବଜାତ ଶିଶୁ ମାନଙ୍କର ବିଶେଷ ଯତ୍ନ ଆବଶ୍ୟକ। ଜ୍ୱର, କମ୍ ଖାଇବା, ନିଶ୍ୱାସ ନେବାରେ କଷ୍ଟ କିମ୍ବା ଅସ୍ୱାଭାବିକ ନିଦ୍ରା ଭଳି ଲକ୍ଷଣକୁ କେବେବି ଇଣ୍ଟରନେଟ୍ ସର୍ଚ୍ଚ ମାଧ୍ୟମରେ ମୂଲ୍ୟାଙ୍କନ କରିବା ଉଚିତ୍ ନୁହେଁ।

ତଥ୍ୟ କିପରି ଚିହ୍ନିବେ?

ତଥ୍ୟ ପାଇଁ ସର୍ବଦା ସ୍ୱୀକୃତିପ୍ରାପ୍ତ ହସ୍ପିଟାଲ, ସରକାରୀ ସ୍ୱାସ୍ଥ୍ୟ ପୋର୍ଟାଲ, ମେଡିକାଲ ଆସୋସିଏସନ ଓ ଯୋଗ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଉପରେ ନିର୍ଭର କରନ୍ତୁ। ଯେଉଁ ବିଷୟବସ୍ତୁ ତୁରନ୍ତ ଫଳାଫଳ ଦେବାର ପ୍ରତିଶ୍ରୁତି ଦିଏ, ନିର୍ଦ୍ଧାରିତ ଚିକିତ୍ସା ବନ୍ଦ କରିବାକୁ ପରାମର୍ଶ ଦିଏ କିମ୍ବା ଅଣପ୍ରମାଣିତ ଉପଚାରକୁ ପ୍ରୋତ୍ସାହିତ କରେ, ସେଥିପ୍ରତି ସତର୍କ ରୁହନ୍ତୁ। ଅନଲାଇନ୍ ତଥ୍ୟ କେବେବି ଶାରୀରିକ ପରୀକ୍ଷା କିମ୍ବା ଡାକ୍ତରୀ ଯାଞ୍ଚର ବିକଳ୍ପ ହୋଇପାରିବ ନାହିଁ। ନିଜେ ଚିକିତ୍ସା ନିଷ୍ପତ୍ତି ନେବା ପରିବର୍ତ୍ତେ, ଡାକ୍ତରଙ୍କୁ ପଚାରିବାକୁ ଥିବା ପ୍ରଶ୍ନଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ଇଣ୍ଟରନେଟ୍‌ର ବ୍ୟବହାର କରନ୍ତୁ।

ଆହୁରି ପଢ଼ନ୍ତୁ: ମୋଦୀଙ୍କ ଗସ୍ତ ପାଇଁ ନିୟୋଜିତ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.