ARTICLE AD BOX
ମଦୁରାଇ:ତାମିଲନାଡୁରେ ସରକାରୀ ଡାକ୍ତରଖାନାରେ ଜନ୍ମ ନେଉଥିବା ନବଜାତ ଶିଶୁଙ୍କ ପାଇଁ ଆରମ୍ଭ ହେବ ଏକ ନୂଆ ଯୋଜନା। ‘ଥାଇ ମାମନ୍ ଗୋଲ୍ଡ ରିଙ୍ଗ୍’ (ମାମୁଁଘର ସୁନା ମୁଦି ଯୋଜନା) ନାମରେ ଏହି ଯୋଜନାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଶୁଭାରମ୍ଭ କରିବେ। ମଦୁରାଇର ସରକାରୀ ରାଜାଜୀ ହସ୍ପିଟାଲରେ ଏହାର ଶୁଭାରମ୍ଭ ହେବ ବୋଲି ସୂଚନା ରହିଛି। ଯୋଜନାର ଶୁଭାରମ୍ଭକୁ ଦୃଷ୍ଟିରେ ରଖି ରାଜାଜୀ ହସ୍ପିଟାଲ ପରିସର ସମେତ ମଦୁରାଇର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ପରିଚାଳନା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି।
ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ବିଜୟଙ୍କର ଏହା ପ୍ରଥମ ମଦୁରାଇ ଗସ୍ତ ବୋଲି ଦିଆଯାଇଥିବା ତଥ୍ୟରେ କୁହାଯାଇଛି। ଗସ୍ତ ସମୟରେ ସେ ରାଜାଜୀ ହସ୍ପିଟାଲରେ ଗୋଲ୍ଡ ରିଙ୍ଗ୍ ଯୋଜନାର ଶୁଭାରମ୍ଭ କରିବା ସହ ନବୀକରଣ ହୋଇଥିବା ଗାନ୍ଧୀ ସଂଗ୍ରହାଳୟର ଉଦ୍ଘାଟନ କରିବେ ବୋଲି କାର୍ଯ୍ୟକ୍ରମ ରହିଛି।ସୂଚନା ଅନୁସାରେ, ସୋମବାର ଦ୍ୱିପ୍ରହର ପ୍ରାୟ ୧୨ଟା ୩୦ରେ ରାଜାଜୀ ହସ୍ପିଟାଲରେ ଗୋଲ୍ଡ ରିଙ୍ଗ୍ ଯୋଜନାର ଶୁଭାରମ୍ଭ ହେବ। ପୂର୍ବରୁ ଏହି କାର୍ଯ୍ୟକ୍ରମ ଉସିଲମପଟ୍ଟିରେ ଆୟୋଜନ କରିବାକୁ ପ୍ରସ୍ତାବ ଥିଲା। ପରେ ସ୍ଥାନ ପରିବର୍ତ୍ତନ କରି ମଦୁରାଇର ସରକାରୀ ରାଜାଜୀ ହସ୍ପିଟାଲକୁ ଚୟନ କରାଯାଇଛି।
Election Commissioner: ନିର୍ବାଚନ କମିସନଙ୍କ ବୈଠକ: ଏସ୍ଆଇଆର୍ ଅବଧି ବୃଦ୍ଧି ସହ ପ୍ରମୁଖ ନିଷ୍ପତ୍ତି ଘୋଷଣା
ବିଜୟଙ୍କ ଗସ୍ତକୁ ନେଇ ମଦୁରାଇ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଚାଲିଛି। ବିମାନବନ୍ଦରରୁ ରାଜାଜୀ ହସ୍ପିଟାଲ, ଗାନ୍ଧୀ ସଂଗ୍ରହାଳୟ ଓ ମୀନାକ୍ଷୀ ଅମ୍ମନ୍ ମନ୍ଦିର ଆଖପାଖ ଅଞ୍ଚଳରେ ଯାତାୟତ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ କରାଯିବାର ଯୋଜନା ରହିଛି।

21 hours ago
2


