Gold Mine Airstrike: ରାସ୍ତାରେ ପଡ଼ିଛି କ୍ଷତବିକ୍ଷତ ମୃତଦେହ: ସୁଦାନର ସୁନା ଖଣି ଉପରେ ଏୟାର ଷ୍ଟ୍ରାଇକ୍‌ରେ ୭୨ ଶ୍ରମିକଙ୍କ ମୃତ୍ୟୁ

49 minutes ago 1
ARTICLE AD BOX

ଖାର୍ତୁମ୍: ସୁଦାନରେ ଏକ ସୁନା ଖଣି ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୭୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ସୁଦାନ ଏବଂ ମିଶର ମଧ୍ୟରେ ଥିବା ବିବାଦୀୟ ସୀମା ନିକଟରେ ଏୟାର ଷ୍ଟ୍ରାଇକ୍ ହୋଇଥିବା କୁହାଯାଉଛି। ଇମରଜେନ୍ସି ଲୟାର୍ସ ନାମକ ଏକ ସଂଗଠନ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି, ଏୟାର ଷ୍ଟ୍ରାଇକ୍ ଇଜିପ୍ଟର ବାୟୁସେନା ଦ୍ୱାରା କରାଯାଇଥିଲା।

ତେବେ ସଂଗଠନ ନିଜର ଦାବିକୁ ସମର୍ଥନ କରିବା ପାଇଁ କୌଣସି ସ୍ପଷ୍ଟ ପ୍ରମାଣ ପ୍ରଦାନ କରିନାହିଁ। ଇଜିପ୍ଟ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ କୌଣସି ବିବୃତି ଜାରି କରିନାହିଁ। ବିମାନ ଆକ୍ରମଣରୁ ବଞ୍ଚିଯାଇଥିବା ଲୋକଙ୍କ ଅନୁସାରେ ସେମାନେ ଆକ୍ରମଣ ନେଇ ଭୟଭୀତ ହୋଇଯାଇଥିଲେ। ସେମାନେ ଭୟ କରିଥିଲେ ଯେ ଆଉ ଏକ ବିମାନ ଆକ୍ରମଣ ହୋଇପାରେ। ତେଣୁ ସେମାନେ ପାହାଡ଼ରେ ଲୁଚି ରହିଥିଲେ। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଲଢୁଆ ବିମାନ ଖଣି ଉପରେ ପାଞ୍ଚ ଥର ବୋମାମାଡ଼ କରିଥିଲା।

ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହେବାର ଆଶଙ୍କା

ଆକ୍ରମଣ ପରେ ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୭୨ ବୋଲି କୁହାଯାଇଥିଲା, କିନ୍ତୁ ସ୍ଥାନୀୟ ସଂଗଠନଗୁଡ଼ିକ ଅନୁମାନ କରୁଛନ୍ତି ଯେ ଆକ୍ରମଣ ସମୟରେ ହଜାରରେ ଅଧିକ ଲୋକ ଭିନ୍ନ ଭିନ୍ନ ସ୍ଥାନରେ କାମ କରୁଥିଲେ, ତେଣୁ ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହେବାର ଆଶଙ୍କା ରହିଛି। କାମ କରୁଥିବା ଶ୍ରମିକ ଭୟରେ ଏଣେତେଣେ ଦୌଡ଼ି ପଳାଇଥିଲେ। ରାସ୍ତାରେ ବହୁ ସଂଖ୍ୟକ କ୍ଷତବିକ୍ଷତ ମୃତଦେହ ପଡ଼ିରହିଥିବା ଗଣମାଧ୍ୟମ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମିଶର ପକ୍ଷରୁ ଏୟାର ଷ୍ଟ୍ରାଇକ୍

ଏହା ପୂର୍ବରୁ ଜୁନ୍ ମାସରେ ମିଶର ସୀମା ନିକଟସ୍ଥ ଜାବାଲ୍ ଅଲ୍-ଉକାୟଦାତ୍ ଅଞ୍ଚଳରେ ଏକ ଅଣଲାଇସେନ୍ସପ୍ରାପ୍ତ ସୁନା ଖଣି ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା। ଆକ୍ରମଣ ପାଇଁ ମିଶରକୁ ଦାୟୀ କରାଯାଇଥିଲା। ସୁଦାନ ଏବଂ ମିଶର ମଧ୍ୟରେ ସୀମା ବିବାଦ ରହିଛି, ଉଭୟ ଦେଶ ଖଣିଜ ସମ୍ପଦରେ ସମୃଦ୍ଧ ଥିବା ହଲୈବ ତ୍ରିଭୁଜକୁ ନିଜର ବୋଲି ଦାବି କରୁଛନ୍ତି। ଫଳରେ ଏହି ଅଞ୍ଚଳରେ ସୁନା ଖଣିରେ କାମ କରୁଥିବା ଶ୍ରମିକଙ୍କୁ ଘଉଡ଼ାଇବା ପାଇଁ ମିଶର ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଉଛି।

Ballistic Missile Launch: କୋରିଆ ଉପଦ୍ୱୀପରେ ଉତ୍ତେଜନା ପୁଣି ବଢ଼ିଲା: ପୂର୍ବ ସାଗର ମୁହାଁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କଲେ କିମ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.