ARTICLE AD BOX
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଅବସରରେ ତାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ବୋହୂ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ସେ ଅମିତାଭ ଏବଂ ଝିଅ ଆରାଧ୍ୟା ବଚ୍ଚନଙ୍କର ଏକ ସୁନ୍ଦର ତଥା ଅଦେଖା ଫଟୋ ସେୟାର କରିଛନ୍ତି। ଏହା ସହିତ ଭାବପୂର୍ଣ୍ଣ ବାର୍ତ୍ତା ଲେଖି ବିଗ୍ ବିଙ୍କ ପ୍ରତି ନିଜର ଭଲପାଇବା ଓ ସମ୍ମାନ ପ୍ରକାଶ କରିଛନ୍ତି।
ଅକ୍ଟୋବର ୧୧ରେ ଅମିତାଭ ବଚ୍ଚନ ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଚଳଚ୍ଚିତ୍ର ଜଗତର କଳାକାରଙ୍କଠାରୁ ଆରମ୍ଭ କରି ତାଙ୍କର ଅଗଣିତ ପ୍ରଶଂସକ ଶୁଭେଚ୍ଛା ଜଣାଇଥିଲେ। ଏହି କ୍ରମରେ ଐଶ୍ୱର୍ଯ୍ୟାଙ୍କ ପୋଷ୍ଟ ମଧ୍ୟ ଚର୍ଚ୍ଚାକୁ ଆସିଛି। ଐଶ୍ୱର୍ଯ୍ୟା ସେୟାର କରିଥିବା ଫଟୋରେ ଅମିତାଭ ବଚ୍ଚନଙ୍କ ସହ ନାତୁଣୀ ଆରାଧ୍ୟାଙ୍କୁ ଦେଖିବାକୁ ମିଳିଛି। ଫଟୋ ସହିତ ସେ ଲେଖିଛନ୍ତି, “ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା, ପ୍ରିୟ ପା-ଦାଦାଜୀ। ସବୁବେଳେ ଭଲପାଇବା ଏବଂ ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଉ।”
ପ୍ରଶଂସକଙ୍କୁ ଭେଟିଲେ ବିଗ୍ ବି
/sambad/media/post_attachments/onecms/images/uploaded-images/2026/10/12/e49916cdcaa62530353d1fb83687e0721791772537749209_original-854962.jpg)
ଜନ୍ମଦିନ ଅବସରରେ ଅମିତାଭ ବଚ୍ଚନ ମଧ୍ୟ ନିଜ ଘର ବାହାରେ ଅପେକ୍ଷା କରିଥିବା ପ୍ରଶଂସକଙ୍କୁ ଭେଟିଥିଲେ। ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ବହୁ ସଂଖ୍ୟାରେ ପ୍ରଶଂସକ ଏକାଠି ହୋଇଥିଲେ। ଏହି ଅବସରରେ ବିଗ୍ ବି ଗାଢ଼ ମେରୁନ୍ ରଙ୍ଗର କୁର୍ତ୍ତା ସହ ବାଦାମୀ ରଙ୍ଗର କାଶ୍ମୀରୀ କାନି ପଶ୍ମିନା ଶାଲ୍ ପିନ୍ଧିଥିଲେ। ପ୍ରଶଂସକମାନେ ତାଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ର ଚରିତ୍ରଗୁଡ଼ିକରୁ ପ୍ରେରଣା ନେଇ ପୋଷାକ ପିନ୍ଧିବା ସହ ଜନ୍ମଦିନର ଶୁଭେଚ୍ଛା ଥିବା ପୋଷ୍ଟର ଓ ବ୍ୟାନର ଧରି ଆସିଥିଲେ।
ଜନ୍ମଦିନକୁ ସ୍ୱତନ୍ତ୍ର କରିଥିବା ପ୍ରଶଂସକଙ୍କ ପ୍ରତି ଅମିତାଭ ନିଜ ବ୍ଲଗ୍ ରେ କୃତଜ୍ଞତା ପ୍ରକାଶ କରିଥିଲେ। ସେମାନଙ୍କ ଭଲପାଇବା, ଉପହାର ଓ ସ୍ନେହପୂର୍ଣ୍ଣ ବ୍ୟବହାର ତାଙ୍କ ପାଇଁ ଏହି ଦିନକୁ ସ୍ମରଣୀୟ କରିଥିବା ସେ ଉଲ୍ଲେଖ କରିଥିଲେ।
‘କୌନ୍ ବନେଗା କରୋଡ଼ପତି’ରେ ବ୍ୟସ୍ତ ଅମିତାଭ
କାର୍ଯ୍ୟକ୍ଷେତ୍ରରେ ଅମିତାଭ ବଚ୍ଚନ ଲୋକପ୍ରିୟ ଟେଲିଭିଜନ୍ କାର୍ଯ୍ୟକ୍ରମ ‘କୌନ୍ ବନେଗା କରୋଡ଼ପତି’ର ୧୮ତମ ସଂସ୍କରଣର ସଂଚାଳନ କରୁଛନ୍ତି। ଏହା ସହିତ ସେ ‘କଲ୍କି ୨୮୯୮ ଏଡି’ର ପରବର୍ତ୍ତୀ ଭାଗରେ ମଧ୍ୟ କାମ କରୁଛନ୍ତି। ବୟସର ଏହି ପର୍ଯ୍ୟାୟରେ ମଧ୍ୟ ତାଙ୍କର ସକ୍ରିୟ କାର୍ଯ୍ୟଜୀବନ ଓ ପ୍ରଶଂସକଙ୍କ ସହ ନିବିଡ଼ ସମ୍ପର୍କ ତାଙ୍କୁ ଚର୍ଚ୍ଚାରେ ରଖିଛି।

1 hour ago
1


