ARTICLE AD BOX
ନିକଟରେ ଅନ୍ତର୍ଜାତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ରାପର୍ କାର୍ଡି ବି ‘ବିଲ୍ବୋର୍ଡ କାନାଡା ଗ୍ଲୋବାଲ୍ ଓମେନ୍ ଅଫ୍ ଦ ଇଅର୍’ ସମ୍ମାନ ଲାଭ କରିଛନ୍ତି। ଏହି ସ୍ୱତନ୍ତ୍ର ଅବସରରେ ସେ ପ୍ରସିଦ୍ଧ ଭାରତୀୟ ଫ୍ୟାସନ୍ ଡିଜାଇନର୍ ମନୀଷ ମଲ୍ହୋତ୍ରାଙ୍କ ‘ମା’ କଲେକ୍ସନ୍ର ଦୁଇଟି ପୋଷାକ ପରିଧାନ କରି ବିଶ୍ୱ ଫ୍ୟାସନ୍ ଜଗତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୨୪ ନଭେମ୍ବର୍ରେ ଟରଣ୍ଟୋଠାରେ ଅନୁଷ୍ଠିତ ବିଲ୍ବୋର୍ଡ କାନାଡା ଓମେନ୍ ଇନ୍ ମ୍ୟୁଜିକ୍ ଉତ୍ସବ ପୂର୍ବରୁ ପ୍ରକାଶିତ ଏହାର କଭର୍ ଫଟୋସୁଟ୍ରେ କାର୍ଡି ବି ଭାରତୀୟ ହସ୍ତଶିଳ୍ପ ଓ ସୌନ୍ଦର୍ଯ୍ୟବୋଧକୁ ଅତି ସୁନ୍ଦର ଭାବେ ଉପସ୍ଥାପିତ କରିଛନ୍ତି। ମନୀଷ ମଲ୍ହୋତ୍ରାଙ୍କ ପ୍ୟାରିସ୍ କୌଚର୍ କଲେକ୍ସନ୍ର ‘ମା’ ମାତୃତ୍ୱ ଓ ନାରୀଶକ୍ତିର ପ୍ରତୀକ ଭାବେ ପ୍ରସ୍ତୁତ ହୋଇଛି। ଷ୍ଟାଇଲିଷ୍ଟ୍ କୋଲିନ୍ କାର୍ଟର୍ଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ଫଟୋସୁଟ୍ରେ କାର୍ଡି ବିଙ୍କ ଅନ୍ଦାଜ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା।
State of Democracy: ଗଣତନ୍ତ୍ରର ହାଲ୍: ହଜୁଛି ପୁସ୍ତକ, କମୁଛି ବୌଦ୍ଧିକ ଗଭୀରତା
ଗୋଟିଏ ଲୁକ୍ରେ କାର୍ଡି ବି ଗାଢ଼ ବର୍ଗଣ୍ଡି ରଙ୍ଗର ଏକ ପୋଷାକରେ ନଜର ଆସିଛନ୍ତି, ଯେଉଁଥିରେ ସୁକ୍ଷ୍ମ କାରୁକାର୍ଯ୍ୟ, ଫୁଲର ଆପ୍ଲିକ୍ ଓ କେପ୍ ଶୈଳୀର ସ୍ୱତନ୍ତ୍ର ଡିଜାଇନ୍ ରହିଛି। ଅନ୍ୟ ଏକ ଲୁକ୍ରେ ସେ କୋମଳ ଗୋଲାପୀ ଓ ରୋଜ୍ ଟୋନ୍ର କୌଚର୍ ପୋଷାକରେ ଅଛନ୍ତି। ଏହି ଅବସରରେ ମନୀଷ ସୋସିଆଲ୍ ମିଡିଆରେ କାର୍ଡି ବିଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ‘ମା’ କଲେକ୍ସନ୍କୁ ବିଶ୍ୱ ମଞ୍ଚରେ ସ୍ଥାନ ଦେଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ କାର୍ଡି ବିଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ବେଶ୍ ସ୍ମରଣୀୟ ରହିଛି। ଚତୁର୍ଥ ସନ୍ତାନର ଜନନୀ ହେବା, ନିଜର ପ୍ରଥମ ହେଡ୍ଲାଇନ୍ ଏରେନା ଟୁର୍ ଓ ନୂଆ ହେୟାର୍କେୟାର୍ ବ୍ୟବସାୟ ଆରମ୍ଭ ଭଳି ଅନେକ ସଫଳତା ସେ ହାସଲ କରିଛନ୍ତି।

1 hour ago
1


