Ganja Seized ଟ୍ରଲରରୁ ୨୯୫ କେଜି ଗଞ୍ଜେଇ ଜବତ, ଚାଳକ ଫେରାର

2 weeks ago 8
ARTICLE AD BOX

କଣ୍ଟାମାଳ:  ବୌଦ୍ଧଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ ଚଢ଼ାଉ କରାଯାଇ ୨୯୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ତେବେ ଅବକାରୀ ଟିମ୍‌ ହାତରୁ ଗାଡ଼ିର ଚାଳକ ଖସି ପଳାଇବାରେ ସକ୍ଷମ ହୋଇଛି। 

ବିଶ୍ୱସ୍ତସୂତ୍ରରୁ ଖବର ପାଇ ଅବକାରୀ ଵିଭାଗ ପକ୍ଷରୁ ଚଢ଼ାଉ କରି ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରାଯାଇଛି। କଣ୍ଟାମାଳ ଥାନା ଶୁଲିଆ ଅଞ୍ଚଳରେ ଯାଞ୍ଚ ବେଳେ ଏକ ୧୮ ଚକିଆ ଟ୍ରଲର ଟ୍ରକକୁ ଅଟକାଇ ତଲାସି ସମୟରେ ଟ୍ରକର ଗୁପ୍ତ (ସିକ୍ରେଟ୍) ଚାମ୍ବରରୁ ୨୯୫ କେଜି ଗଞ୍ଜେଇ ଜବତ ହୋଇଥିଲା। 
କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ତଥା କଣ୍ଟାମାଳ ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା।

Anti-Narcotics Task Force ରାଜ୍ୟରେ ଗଠିତ ହେବ ଆଂଟି ନାର୍କୋଟିକ୍‌ସ ଟାସ୍କ ଫୋର୍ସ

ଚଢ଼ାଉ ସମୟରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଏହି ଅଭିଯାନ ବୌଦ୍ଧ ରେଞ୍ଜ ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ଶତପଥୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। ଏଥିରେ କଣ୍ଟାମାଳ ଓଆଇସି ରାହୁଲ ବେହେରା, ମନମୁଣ୍ଡା ଓଆଇସି ପ୍ରସନ୍ନ ଜାଲି, ଇସି  ସୁଜିତ ସାହୁ, ନିରଞ୍ଜନ ମଲ୍ଲିକ, ବିଜୟ କୁମାର ବାଘ ଏବଂ  ରାଜକିଶୋର କଁହର ସାମିଲ ହୋଇଥିଲେ। 

Ganja Seized: ଟ୍ରାକ୍ଟର ଟ୍ୟାଙ୍କରରୁ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଅଟକ

ଏ ସଂକ୍ରାନ୍ତରେ ୫୭/୨୬ରେ ଏକ ଏନଡିପିଏସ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଵିଭାଗ ପକ୍ଷରୁ ସୂଚନା ମିଳିଛି। ଅବକାରୀ ଚଢାଉ ସମୟରେ ଟିମରେ ପ୍ରାୟ ୧୨ ଜଣ ରହିଥିବା ବେଳେ କେମିତି ଡ୍ରାଇଭର ଫେରାର ମାରିଲା କି ଜାଣିଶୁଣି ତାକୁ ଫେରାର କରାଯାଇଛି ତାହା ତଦନ୍ତ ସାପେକ୍ଷ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.