Gandhamardan Hills ଗନ୍ଧମାର୍ଦ୍ଦନରେ ପ୍ରାକୃତିକ ସମ୍ପଦର ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ୬ଟି ଜିଲ୍ଲାର ଲୋକେ

2 days ago 1
ARTICLE AD BOX

ଖପ୍ରାଖୋଲ: ବଲାଙ୍ଗୀରଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ସ୍ଥିତ ହରିଶଙ୍କର ଠାରେ ବରଗଡ଼, ବାଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ଶହଶହ ଲୋକ ଏକାଠି ହୋଇ ପ୍ରକୃତିର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ସମ୍ମିଳନୀରେ ସରକାର ଲୋକମାନଙ୍କ ଜୀବନ ଜୀବିକା ଛଡାଇଛନ୍ତି ବୋଲି ଚର୍ଚ୍ଚା ହୋଇଥିଲଶ।

ପାହାଡ଼ ତଳି ଅଞ୍ଚଳକୁ ଘରୋଇ କମ୍ପାନି ତରଫରୁ ଜମି କିଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରତିକ୍ରିୟା ଦେଖା ଦେଇଛି। ବିକାଶ ଧାରାରେ କର୍ପୋରେଟ ସ୍ୱର୍ଥରେ ନେତା ମନ୍ତ୍ରୀ ବ୍ୟସ୍ତ ରହୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ଗନ୍ଧମାର୍ଦ୍ଦନ ପାହାଡ଼ରେ ଲକ୍ଷ ଲକ୍ଷ ଟନ୍‌ ବକ୍ସାଇଟ ଗଛିତ ଥିବାରୁ ଚିରସ୍ରୋତା ଝରଣା  ଅନବରତ। ପାହାଡ଼ର ଚତୁଃପାର୍ଶ୍ୱରେ ଏକ ଲକ୍ଷ ପରିବାର ପାହାଡ଼ ଉପରେ ବର୍ଷ ସାରା ନିର୍ଭର କରି ନିଜର ଜୀବନ ଜୀବିକା ଚଳାଇଥାନ୍ତି। ସୁସ୍ଥ ଜଳବାୟୁ ଯୋଗୁଁ ପ୍ରତିଦିନ ତିର୍ଥଯାତ୍ରୀମାନେ ହରିଶଙ୍କର ଏବଂ ନୃସିଂହନାଥରେ ଭିଡ଼ ଦେଖିବାକୁ ମିଳିଥାଏ।

ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ କେତେକ ଘଟଣାବଳୀ କାରଣରୁ ଗନ୍ଧମାର୍ଦ୍ଦନରେ ଖଣିଖନନ୍ ପାଇଁ ଆଦାନିର ମସୁଧାକୁ ନେଇ ଜନମାନସରେ ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ୨୦୨୪ରେ ଗନ୍ଧମାର୍ଦ୍ଦନ ପାଦଦେଶର ବିଭିନ୍ନ ଗାଁରେ ଆଦାନୀ ସୁନ୍ଦରଗଡ଼ ଜିଲ୍ଲାର କୋଇଲା ଖଣି ଜନିତ ଜଙ୍ଗଲ ବିନାଶର ଭରଣା ପାଇଁ ଶହ ଶହ ଏକର ଜମି କିଣିବା, ବରଗଡ଼, ରାୟପୁର ରେଲ୍ ଲାଇନ୍ ଅନୁମତି ଓ କାର୍ଯ୍ୟ ତ୍ବରାନିତ ହେବା ଏବଂ ୟୁଏଇର ଏକ କମ୍ପାନି ସହ ଆଦାନୀ ଓଡ଼ିଶାରେ ଏବଂ ଆଲୁମିନିୟମ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା।

Gandhamardan mining: ଗନ୍ଧମାର୍ଦ୍ଦନ ଖଣି କାର୍ଯ୍ୟ ବନ୍ଦ କଲେ ପ୍ରଭାବିତ ଅଞ୍ଚଳବାସୀ

ଏହି ଅବସରରେ ଜିନ୍ଦାବାଦ ସଂଗଠନର ଆବାହକ ତ୍ରିଲୋଚନ ପୁଞ୍ଜିଙ୍କ ନେତୃତ୍ୱରେ ପରିବେଶବିତ ପ୍ରଫୁଲ୍ଲ ସମନ୍ତରାୟ, ପଶ୍ଚିମ ଓଡିଶା କୃଷକ ସଂଗଠନ ତରଫରୁ ଲିଙ୍ଗରାଜ, ସରୋଜ, କିଶୋର, ଝାରସୁଗୁଡା ଜିଲ୍ଲାରୁ ଅନନ୍ତ, ନୂଆପଡା ଜିଲାରୁ ଫନିନ୍ଦମ ସିଂଦେଓ, ତ୍ରିଲୋଚନ ବର୍ମା, ସାହାରା ପାୱାର ପ୍ଲାଣ୍ଟ ବିରୋଧି ମଞ୍ଚ ର ବାଳକୃଷ୍ଣ ସାଣ୍ଢ, ସହ ଲୋକ ସୁକତେଲ, ଅପର ଲାନ୍ତ ବୁଡି ଅଞ୍ଚଳର ବରିଷ୍ଠ ଆନ୍ଦୋଳନକାରୀମାନେ ସରକାର ଖଣି ଖାଦାନ ନାଁରେ ଜନତାଙ୍କୁ ନିଜ ଭିଟା ମାଟିରୁ ବିସ୍ଥାପିତ କରି ଦରିଦ୍ର କରୁଥିବା ଉପରେ ନିଜର ମତାମତ ଦେଇଥିଲେ। ସ୍ଥାନୀୟ ଅଞ୍ଚଳବାସୀ ଗନ୍ଧମାର୍ଦ୍ଦନକୁ ଆଦାନୀ ପାଖେ ବିକିଥିବା ବୁଝାମଣା ରଦ୍ଦ କରୁ ନହେଲେ ଆଗକୁ ଭୟା ଵହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.