Gajapati:ପ୍ରବଳ ବର୍ଷାରେ ଉପୁଡ଼ିଲା ବିରାଟ ତେନ୍ତୁଳି ଗଛ, ଦୁଇ ପରିବାରର ଘର କ୍ଷତିଗ୍ରସ୍ତ

1 hour ago 1
ARTICLE AD BOX

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଫଳରେ  ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରିପଦା ଗ୍ରାମପଞ୍ଚାୟତର ଟେଡୁଗୁ ଗ୍ରାମରେ ଏକ ବିରାଟ ତେନ୍ତୁଳି ଗଛ ଉପୁଡ଼ି ପଡ଼ି ଦୁଇଟି ବାସଗୃହ ଉପରେ ପଡ଼ିଯାଇଛି। ଗଛ ପଡ଼ିବା ଫଳରେ ଘରଗୁଡ଼ିକର କ୍ଷତି ଘଟିଥିବା ବେଳେ  ଦୁଇଟି ଘର ଅନୁସ ରାଇତା ଓ ଜନ ରାଇତାଙ୍କର ବୋଲି ଜଣାପଡ଼ିଛି। ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହାନ୍ତି ।

ଆହୁରି ପଢନ୍ତୁ :Kendrapara:ବିଦ୍ୟୁତ୍ ସେବାକେନ୍ଦ୍ର ଭିତରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖବର ପାଇବା ମାତ୍ରେ ନୂଆଗଡ଼ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର ଓ ଗଛ କାଟି ହଟାଇବା  କାର୍ଯ୍ୟ ଆରମ୍ଭ କରିଥିଲେ। ସୁରକ୍ଷିତ ଭାବେ ଗଛକୁ କାଟି ହଟାଯାଇଥିବା ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ (ଏଏଫଓ) ଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅନ୍ୟପଟେ ଗଜପତି ଜିଲ୍ଲାରେ ଶୁକ୍ରବାର ରାତି ଏବଂ ଶନିବାର ସକାଳେ ବିଭିନ୍ନ ସ୍ଥାନରେବର୍ଷା ହୋଇଛି। ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ପକ୍ଷରୁ ପ୍ରକାଶିତ ବର୍ଷା ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ମୋଟ ୨୮୫.୮ ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ହାରାହାରି ବର୍ଷା ପରିମାଣ ୩୫.୭୩ ମି.ମି. ରହିଛି।

ଆହୁରି ପଢନ୍ତୁ :Murder Issue: ବିବାହ ପାଇଁ ମନା ନକରି କାହିଁକି ସ୍ବାମୀଙ୍କୁ ହତ୍ୟା କରିବା ଭଳି ସ୍ଥିତିରେ ପହଞ୍ଚୁଛନ୍ତି ନବବିବାହିତା ?

 ସର୍ବାଧିକ ୬୧.୪ ମି.ମି. ବର୍ଷା ନୂଆଗଡ଼ରେ ରେକର୍ଡ ହୋଇଥିବାବେଳେ ଗୁମ୍ମାରେ ୫୨.୦ ମି.ମି., ମୋହନାରେ ୪୧.୬ ମି.ମି., ରାୟଗଡ଼ ଓ ଆର୍. ଉଦୟଗିରିରେ ୩୯.୨ ମି.ମି., ପାରଳାଖେମୁଣ୍ଡିରେ ୨୩.୬ ମି.ମି., ଗୋଷାଣୀରେ ୨୧.୦ ମି.ମି. ଏବଂ କାଶୀନଗରରେ ୭.୮ ମି.ମି. ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି |

Read Entire Article
LEFT SIDEBAR AD

Hidden in mobile, Best for skyscrapers.