Forest Festival: ବନବିଭାଗ ପକ୍ଷରୁ ୭୭ତମ ବନ ମହୋତ୍ସବ ଉଦ୍‌ଘାଟିତ

1 hour ago 1
ARTICLE AD BOX

ଗୁଡ଼ାରୀ (ମକରଧ୍ଵଜ କାଦମ୍ବାଲୁ): ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ରେଞ୍ଜ ଅନ୍ତର୍ଗତ ବାଇନାଗୁଡା ଅର୍ବାନ ପ୍ଲାଣ୍ଟେସନ୍‌ ପରିସରରେ ବନ ବିଭାଗ ପକ୍ଷରୁ ୭୭ତମ ବନ ମହୋତ୍ସବ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଗୁଡ଼ାରୀ ଅତିରିକ୍ତ ରେଞ୍ଜର ଗଙ୍ଗାଧର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ୧ ଜୁଲାଇରୁ ୭ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଭାବେ ପାଳନ କରାଯିବ। କାର୍ଯ୍ୟକ୍ରମରେ ଗୁଡ଼ାରୀ ରେଞ୍ଜର ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରାଗାର୍ଡ ଓ ଆଇପିସିଇଏ (IPCEA) କର୍ମଚାରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। 

Doctors Protest: ଓମ୍‌ସା ଡାକ୍ତର ଆନ୍ଦୋଳନରେ, ଡିଏମଏଫ ଡାକ୍ତର କରୁଛନ୍ତି ରୋଗୀ ସେବା

ବୃକ୍ଷରୋପଣ ପ୍ରତି ଲୋକଙ୍କୁ ସଚେତନ

ଏହି ଅବସରରେ ବନ ସମ୍ପଦର ସୁରକ୍ଷା, ପରିବେଶ ସନ୍ତୁଳନ ରକ୍ଷା ଏବଂ ଅଧିକରୁ ଅଧିକ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା। ଆସନ୍ତା ୭ ଜୁଲାଇ ପର୍ଯ୍ୟନ୍ତ ଗୁଡ଼ାରୀ ରେଞ୍ଜର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ ସବୁଜ ପରିବେଶ ସୃଷ୍ଟି ପାଇଁ ଜନସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବନ ମହୋତ୍ସବ ମାଧ୍ୟମରେ ପ୍ରକୃତି ସଂରକ୍ଷଣ ଓ ବୃକ୍ଷରୋପଣ ପ୍ରତି ସାଧାରଣ ଲୋକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.