Foreign Liquor Seized ରାଜସୁନାଖଳାରୁ ୬ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ

1 hour ago 1
ARTICLE AD BOX

ରଣପୁର: ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ରାଜ ସୁନାଖଳା କୁମ୍ଭାରୀ ଛକ ଚିତ୍ତରଞ୍ଜନ ପ୍ରଧାନଙ୍କ ସରକାରୀ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରୁ ଜୁଲାଇ ଦୁଇ ତାରିଖ ସନ୍ଧ୍ୟାରେ ବ୍ୟାପକ ବିଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି। ଦୋକାନମାଲିକଙ୍କ କହିବା କଥା ଏହା ଚୋରାଚାଲାଣ ନୁହେଁ ଅସୁବିଧାରେ ପଡ଼ି ଦୋକାନରେ ରଖିଥିଲେ, କିନ୍ତୁ ଅବକାରୀ ବିଭାଗ କହିବା କଥା ହେଲା, ଗୋଟିଏ ଜିଲ୍ଲାର ମଦ ଅନ୍ୟ ଜିଲ୍ଲାକୁ ଆସିବା ବେଆଇନ। 

Illegal Liquor Seized ପୃଥକ୍‌ ଦୁଇ ମାମଲାରେ ୮୦ ଲିଟରରୁ ଊର୍ଦ୍ଧ୍ବ ମଦ ଜବତ, ୫ ଗିରଫ

ସୂଚନାନୁସାରେ, ଆଜି (ଶୁକ୍ରବାର) ନୟାଗଡ଼ ଅବକାରୀ ବିଭାଗ ଓ ଖୋର୍ଦ୍ଧା ଅବକାରୀ ବିଭାଗ ଟିମ୍‌ ମିଳିତ ଭାବେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉକୁ ମଦଦୋକାନ ମାଲିକ ଚିତ୍ତରଞ୍ଜନ ବିରୋଧ କରିବାରୁ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ସୂଚନା ପାଇ ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ ଓ ରାଜ ସୁନାଖଳା ଫାଣ୍ଡି ଅଧିକାରୀ ସ୍ୱାଗତ ଦାସ ସଦଳବଳେ ଘଟଣା ସ୍ଥଳରେ ପହଂଚିଥିଲେ।  ବୁଝା ସୁଝା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। 

SDPO Nayagada ‘ଫେଭର ମାଗି’ ବଦଳିଲେ ଖଣ୍ଡପଡ଼ାର ଏସଡିପିଓ

ରାଜ ସୁନାଖଳା ଫାଣ୍ଡି ଅଧିକାରୀ ସ୍ୱାଗତ ଦାସ କହିଛନ୍ତି, ନୟାଗଡ଼ ଅବକାରୀ ବିଭାଗ ବିଦେଶୀ ମଦ ସହ ଗାଡ଼ି ଜବତ ହୋଇଛି। ଗାଡ଼ି ଡ୍ରାଇଭରକୁ ମଧ୍ୟ ଅଟକ ରଖାଯାଇଛି। ପରେ ନୟାଗଡ ଅବକାରୀ ବିଭାଗ ତାଙ୍କ ହେପାଜତକୁ ନେଇ ମାମଲା ରୁଜୁ କରିବେ। ଅପରପକ୍ଷରେ, ମଦ ଦୋକାନୀ ଚିତ୍ତରଞ୍ଜନ ପ୍ରଧାନ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମଦ କାଉଣ୍ଟର ତାଙ୍କ ଦାଦା ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ନାମରେ ରହିଛି। ସେ ଆଇନତଃ ନଥିପତ୍ର ଦେଇ ୬ଲକ୍ଷ ଟଙ୍କାର ବିଦେଶୀ ମଦ ଡିପୋରୁ ଆଣି ବୋଲଗଡ଼ କାଉଣ୍ଟରକୁ ଜୁଲାଇ ୧ରେ ନେଉଥିଲେ।  କିନ୍ତୁ ପୁରୁଣା କାଉଣ୍ଟର ଚାଲିଥିବା ଘର ମାଲିକ  ଘର ଦେବାକୁ ମନା କରିଥିଲା।  ପ୍ରଫୁଲ୍ଲ ବାବୁ ନିଜ ଘରକୁ ମଦ ବୋଝେଇ ଗାଡି ଆଣିବା ସମୟରେ କୁମ୍ଭାରୀ ଛକରେ ଗାଡି ଖରାପ ହୋଇଥିଲା। ଏଣୁ ସେ ଏହାକୁ ନେଇ ଦୋକାନକୁ ଆଣି ମଦ ରଖିଥିଲେ।  

ଖବର ଲେଖାହେଲା ବେଳକୁ ଫାଣ୍ଡିରେ ଜବତ ତାଲିକା ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.