ARTICLE AD BOX
ବୁଏନସଏଇରିସ୍: ଫୁଟ୍ବଲ୍ କିଂବଦନ୍ତି ଲିଓନେଲ ମେସିଙ୍କ ଅବସର ପରେ ପ୍ରଥମ ମ୍ୟାଚ୍ରେ ପରାଜୟର ସାମ୍ନା କରିଛି ତିନିଥରର ବିଶ୍ୱବିଜେତା ଆର୍ଜେଣ୍ଟିନା। ଶୁକ୍ରବାର ବୁଏନସଏଇରିସ୍ର ଲା’ବୋମ୍ବୋନେରା ଷ୍ଟାଡିୟମ୍ରେ ଖେଳାଯାଇଥିବା ଏକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଏହି ଦଳ ଉରୁଗୁଏଠାରୁ ୧-୨ରେ ହାରିଯାଇଛି।
ଲିଓନେଲ ମେସିଙ୍କ ଅବସର
ଦ୍ୱିତୀୟାର୍ଦ୍ଧର ୪୮ତମ ମିନିଟ୍ରେ ଲିଓନାର୍ଡୋ ବାଲେର୍ଡିଙ୍କ ଆତ୍ମଘାତୀ ଗୋଲ୍ ବଳରେ ଉରୁଗୁଏ ଅଗ୍ରଣୀ ହାସଲ କରିଥିଲା। ୫୩ତମ ମିନିଟ୍ରେ ମ୍ୟାକ୍ସିମିଲିଆନୋ ଆରାଉହୋ ଦ୍ୱିତୀୟ ଗୋଲ୍ ଦେଇ ଦଳର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ। ୭୩ତମ ମିନିଟ୍ରେ ଜୁଲିଆନ୍ ଆଲଭାରେଜ୍ ଆର୍ଜେଣ୍ଟିନା ପାଇଁ ଗୋଟିଏ ଗୋଲ୍ ଶୁଝିଥିଲେ ମଧ୍ୟ ଦଳ ପରାଜୟ ଏଡ଼ାଇ ପାରିନଥିଲା।
ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍
ମେସି ଅନ୍ତର୍ଜାତୀୟ ଫୁଟ୍ବଲ୍ରୁ ଅବସର ନେବା ପରେ ପ୍ରଶିକ୍ଷକ ଲିଓନେଲ୍ ସ୍କାଲୋନିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନାର ଏହା ପ୍ରଥମ ମ୍ୟାଚ୍ ଥିଲା। ମେସି ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୨୦୮ ମ୍ୟାଚ୍ ଖେଳି ୧୨୫ଟି ଗୋଲ୍ ସ୍କୋର କରିଛନ୍ତି। ସେ ଅବସର ନେଇସାରିଥିଲେ ବି ଏହି ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମରେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା।

2 days ago
5


