Football: ମାଳଦ୍ବୀପକୁ ହରାଇ ସେମିରେ ଭାରତ; ସାଫ୍‌ ଚାମ୍ପିଅନସିପ୍‌

57 minutes ago 1
ARTICLE AD BOX

ଢାକା: ଦକ୍ଷିଣ ଏସୀୟ ଫୁଟ୍‌ବଲ୍‌ ମହାସଂଘ (ସାଫ୍‌) ଫୁଟ୍‌ବଲ୍‌ ଚାମ୍ପିଅନସିପ୍‌ରେ ଭାରତର ଫାଇନାଲ୍‌ ଆଶା ଉଜ୍ଜୀବିତ ରହିଛି। ବୁଧବାର ଗ୍ରୁପ୍‌-ବି’ର ଏକ ମ୍ୟାଚ୍‌ରେ ମାଳଦ୍ବୀପକୁ ୧-୦ ଗୋଲ୍‌ରେ ହରାଇ ଭାରତ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଛି। ଦଳ ପକ୍ଷରୁ ସୁହେଲ ଅହମ୍ମଦ ଭଟ୍ଟ ୩୮ତମ ମିନିଟ୍‌ରେ ପେନାଲ୍ଟିରୁ ଏକମାତ୍ର ଗୋଲ୍‌ ଦେଇଥିଲେ। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲା। 

ଅବଦୁଲ ରବିହଙ୍କୁ ପ୍ରତିପକ୍ଷ ଦଳର ଖେଳାଳି ପେନାଲ୍ଟି ବକ୍ସ ମଧ୍ୟରେ ଫାଉଲ୍‌ କରିବାରୁ ଭାରତକୁ ପେନାଲ୍ଟି ମିଳିଥିଲା। ଏହାକୁ ଗୋଲ୍‌ରେ ପରିଣତ କରି ସୁହେଲ ଭାରତକୁ ଅଗ୍ରଣୀ ଦେଇଥିଲେ। ଏହାପରେ ଆଉ କୌଣସି ଗୋଲ୍‌ ହୋଇ ନଥିଲା। ଫଳରେ ଭାରତ ସେହି ୧-୦ରେ ବିଜୟୀ ହୋଇଥିଲା। 

ଏହି ମ୍ୟାଚ୍‌ ପୂର୍ବରୁ ଭାରତକୁ ସେମିଫାଇନାଲ୍‌ରେ ପହଞ୍ଚିବା ପାଇଁ ଅତିକମ୍‌ରେ ଏକ ଡ୍ର’ର ଆବଶ୍ୟକତା ଥିଲା। ଭାରତୀୟ ଦଳ ବୁଧବାରର ବିଜୟ ସହ ଦଳ କେବଳ ସେମିଫାଇନାଲ୍‌ ଟିକେଟ୍‌ ନିଶ୍ଚିତ କରିନାହିଁ, ବରଂ ଗ୍ରୁପ୍‌-ବି’ର ଶୀର୍ଷ ସ୍ଥାନ ମଧ୍ୟ ଦଖଲ କରିଛି। ପାକିସ୍ତାନ ମଧ୍ୟ ଏହି ଗ୍ରୁପ୍‌ରୁ ସେମିଫାଇନାଲ୍‌ରେ ପ୍ରବେଶ କରିସାରିଛି। ଏଣୁ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ପୁଣି ଥରେ ଫାଇନାଲ୍‌ରେ ମୁହାଁମୁହିଁ ହେବାର ଆଶା ସଂଚାର ହୋଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.