ARTICLE AD BOX
ମାଦ୍ରିଦ୍: ସ୍ପେନ୍ ଫୁଟବଲ୍ ମହାସଂଘର ଶୃଙ୍ଖଳା କମିଟି ଇକ୍ୱେଟୋରିଆଲ୍ ଗିନିର ଗୋଲକିପର ଯେଶସ୍ ଓୱୋନୋଙ୍କୁ ୧୨ ମ୍ୟାଚ୍ରୁ ବାସନ୍ଦ କରିଛି। ନଭେମ୍ବର ୨ରେ ସ୍ପେନ୍ର ଦ୍ୱିତୀୟ ଡିଭିଜନ୍ ମ୍ୟାଚ୍ରେ ତାଙ୍କ ଏକ ଭୟଙ୍କର ଆଘାତରେ ଟେନେରିଫ୍ ଫରୱାର୍ଡ ଯେଶସ୍ ଡି’ ମିଗୁଏଲ୍ ଗୁରୁତର ଆହତ ହୋଇଥିଲେ। ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ଘଟଣାରେ ଗୁରୁତର ଆଘାତ ସୃଷ୍ଟି କରୁଥିବା ହିଂସାତ୍ମକ ଆଚରଣ ପାଇଁ ସର୍ବାଧିକ ଦଣ୍ଡ ଲାଗୁ କରିଛି କମିଟି। ଘଟଣାର ଦୁଃଖଦ ପରିଣାମ ଏବଂ ଧକ୍କାର ତୀବ୍ରତାକୁ ଦଣ୍ଡ ନିର୍ଦ୍ଧାରଣରେ ଗୁରୁତ୍ୱ ଦିଆଯାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ ରେଫରିଙ୍କ ସୂଚନା ଅନୁସାରେ ଓଓ୍ବୋନୋଙ୍କ ଗୋଡ଼ ମିଗୁଏଲ୍ଙ୍କ ମୁଣ୍ଡରେ ବାଜିବାରୁ ତାଙ୍କର ମସ୍ତିଷ୍କାଘାତ ହୋଇଥିଲା। ଏହି ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ସର୍ବାଧିକ ଦଣ୍ଡବିଧାନ କରାଯାଇଛି।
Cricket: ଟେଷ୍ଟ ଦଳରେ ଗୁରନୂର, ବାଦ ପଡ଼ିଲେ କୁଲଦୀପ
ଗଭୀର ଶୋକ ଓ ମର୍ମବେଦନା ପ୍ରକାଶ
୨୫ ବର୍ଷୀୟ ଓୱୋନୋ ଡି’ ମିଗୁଏଲ୍ଙ୍କ ମୃତ୍ୟୁ ପରେ ଚଳିତ ମାସରେ ଇକ୍ୱେଟୋରିଆଲ୍ ଗିନି ପକ୍ଷରୁ ଆୟୋଜିତ ଆଫ୍ରିକା କପ୍ ଅଫ୍ ନେସନ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରୁ ନିଜକୁ ପ୍ରତ୍ୟାହାର କରିଥିଲେ। ଏଫ୍ସି ଆଣ୍ଡୋରାର ମ୍ୟାନେଜର କହିଛନ୍ତି ଯେ ଓୱୋନୋ ଏପର୍ଯ୍ୟନ୍ତ ପ୍ରତିଯୋଗିତାକୁ ଫେରିବା ନେଇ ନିଷ୍ପତ୍ତି ନେଇନାହାନ୍ତି। ଏହି ଦୁଃଖଦ ଘଟଣା ପାଇଁ ସେ ଗଭୀର ଶୋକ ଓ ମର୍ମବେଦନା ପ୍ରକାଶ କରିଛନ୍ତି।

2 days ago
2


