flood: ବନ୍ୟାରେ ଫସି ରହିଥିଲେ ୭୫ ବର୍ଷୀୟା ମା ଏବଂ ଝିଅ, ରୋଷେଇ ଡ଼ିସରେ ଉଦ୍ଧାର କଲେ ଗାଁ ଯୁବକ

57 minutes ago 1
ARTICLE AD BOX

ଦଶରଥପୁର: ବନ୍ୟାରେ ଫସି ରହିଥିଲେ ମା ଏବଂ ଝିଅ। ୨ ଦିନ ହେବ ବନ୍ୟା ଜଳ କ୍ରମଶଃ ବୃଦ୍ଧି ପାଇବାରୁ  ଦଶରଥପୁର ବ୍ଲକ ଥାଲକୁଡି ପଞ୍ଚାୟତ ଦକ୍ଷିଣବନ୍ଧ ଗ୍ରାମର ଜଣେ ୭୫ ବର୍ଷୀୟା ବୃଦ୍ଧା ଭାରତୀ ଦାସ ମା ଏବଂ ତାଙ୍କ ଝିଅ ରୀନା ବାରିକ ଘରୁ ବାହାରି ଆସି ପାରିନଥିଲେ। ଏଣୁ ୨ ଦିନ ହେବ ସେହି ଘରେ ଫସି ରହିଥିଲେ। ଖବର ପାଇବା ପରେ ଗାଁର ଯୁବକମାନେ ଘରେ ରହିଥିବା ମା ଝିଅଙ୍କୁ ଉଦ୍ଧାର କରିଛନ୍ତି ।

ଆହୁରି ପଢନ୍ତୁ :ARM: ବାପାଙ୍କୁ ହରାଇବା ପରେ ପାଠପଢ଼ାରେ ଆର୍ଥିକ ବାଧା, ମାଗଣା ବସ୍‌ ପାସ୍‌ ସହ ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ ଏଆରଏମ୍‌

ଗାଁ ଯୁବକମାନେ ରୋଷେଇ ଡ଼ିସ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରି ପଡୋଶୀଙ୍କ ଘରେ ରଖିବା ସହିତ ଖାଇବା, ରହିବା ବ୍ୟବସ୍ଥା କରିଛନ୍ତି | ଦକ୍ଷିଣବନ୍ଧ ଗ୍ରାମର ୧୨ ନମ୍ବର ୱାର୍ଡମେମ୍ବର ( ଧିରେନ୍ଦ୍ର ଦାସ), ସଞ୍ଜୟ ଦାସ, ସ୍ଵପ୍ନସାଗର ଦାସ, କୁନେନ୍ଦ୍ର ଦାସ, ଶ୍ରୀକାନ୍ତ ପାଣ୍ଡବ, ଶ୍ରୀକାନ୍ତ ସାମଲ ପ୍ରମୁଖ ସହଯୋଗୀ କରିଥିଲେ। ଯୁବକମାନଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.