Flood in Odisha: ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କଲେ ବିଧାୟକ

2 hours ago 1
ARTICLE AD BOX

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଶୁକ୍ରବାର ହୋଇଥିବା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଛନ୍ତି ଝରିଗାଁ ବିଧାୟକ ନରସିଂ ଭତ୍ରା। ବିଧାୟକ ଶ୍ରୀ ଭତ୍ରା ସ୍ଥାନୀୟ ତହସିଲଦାର ସହଦେଵ କୁଟ୍ରୁକା ଏବଂ ବିଡ଼ିଓ ଚୈନୁ ଗଣ୍ଡଙ୍କ ସହ ପ୍ରଥମେ ବିଶେଷ ଭାବେ କ୍ଷତି ହୋଇଥିବା ଜୁନାପାଣି ଗ୍ରାମ ଗସ୍ତ କରି ଜୁନାପାଣି ଗ୍ରାମରେ ବନ୍ୟା ପାଣି ବିଭିନ୍ନ ଲୋକଙ୍କ ଘରେ ପଶିବା ଦ୍ୱାରା ଲୋକଙ୍କ କ୍ଷତି ହେବା ସହ ଘର ଦ୍ୱାର ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ। ଏଥିସହ ଜୁନାପାଣି ବିଦ୍ୟାଳୟ କୁ ଯାଇ ଆଶ୍ରୟ ନେଇଥିବା ଲୋକଙ୍କୁ ରିଲିଫ ଦିଆ ହୋଇଛି କି ନାହିଁ ପଚାରି ବୁଝିଥିଲେ। 

ପରେ ବିଧାୟକ ବୋରିଗୁଡା, ମୋହରା, ସନ୍ଧିମୁଣ୍ଡା, ପାଟଖଲିଆ ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ଲୋକଙ୍କ କ୍ଷୟ କ୍ଷତି ଆକଳନ କରି ଶୀଘ୍ର ସରକାରଙ୍କୁ ଦେବାକୁ ଉଭୟ ବିଡ଼ିଓ ଏବଂ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ। ପ୍ରାଥମିକ ଆକାଳନରୁ ବ୍ଲକର ୭୭ଟି ଘର ଭାଙ୍ଗି ଥିବା ତହସିଲଦାର ସୂଚନା ଦେଇଥିବା ବେଳେ ୧୦୯୨ ହେକ୍ଟର ଜମିରେ ଚାଷ ପାଣିରେ ବୁଡ଼ି ରହି ଥିବା  ବ୍ଲକ କୃଷି ଅଧିକାରୀ ପ୍ରଭାତ କୁମାର ନାୟକ ପ୍ରକାଶ କରିଛନ୍ତି।

ସେହିଭଳି ଚନ୍ଦାହାଣ୍ଡି -ଉମରକୋଟ ପୂର୍ତ୍ତ ବିଭାଗ ରାସ୍ତାର ବୋରିଗୁଡା ଠାରେ ରାସ୍ତା ଧୋଇ ଯାଇଥିବା, ଜୁନାପାଣି ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ଏବଂ ସନ୍ଧିମୁଣ୍ଡା ରାସ୍ତା ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତି ରେ କରିବାକୁ ବିଧାୟକ ବିଭାଗୀୟ ଅଧିକାରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ବ୍ଲକ ଅଧିନରେ ଥିବା ରାସ୍ତା ଗୁଡିକ ତୁରନ୍ତ ମରାମତି କରିବାକୁ ବିଡ଼ିଓଙ୍କୁ କହିଥିଲେ। ବିଭିନ୍ନ ଗ୍ରାମରେ ଚାଷୀଙ୍କ ଧାନ, ମକା ଏବଂ ପରିବା ଚାଷ ନଷ୍ଟ ହୋଇଥିବା ଚାଷୀମାନେ ବିଧାୟକଙ୍କୁ ଜଣେଇ ଥିଲେ। 

Heavy Rainfall: ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ୧୬ ମୃତ, ୩୨ ଜିଲ୍ଲାକୁ ବନ୍ୟା ଆଲର୍ଟ

ବିଭାଗୀୟ ଅଧିକାରୀ ମାନେ ଯେତେ ଶୀଘ୍ର କ୍ଷୟ କ୍ଷତି ଆକଳନ କରି ସରକାରଙ୍କୁ ରିପୋର୍ଟ ଦେବେ ତୁରନ୍ତ ଲୋକଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ବିଧାୟକ ଶ୍ରୀ ଭତ୍ରା କହିଥିଲେ। ବିଧାୟକଙ୍କ ଗସ୍ତ ସମୟ ବରିଷ୍ଠ ନେତା ଗୋବିନ୍ଦ ଜୈନ, ବିଧାୟକଙ୍କ ପ୍ରତିନିଧି ପ୍ରତାପ ଚନ୍ଦ୍ର ବାଘ, ଗଣପତି ସାହୁ, ପ୍ରଫୁଲ୍ଲ ପ୍ରଧାନୀ, ଡମ୍ବରୁ ମାଝୀ, ପ୍ରଶାନ୍ତ ପାରି, ମଧୁସୂଦନ ନାଗେଶ, ପୌରସ ମାଝୀ, ଲକ୍ଷ୍ମଣ ମାଝୀ, ଖେମସିଂ ନାୟକ, ସ୍ନେହେଶ୍ୱର ମନହିରା, ଥବିର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.