ARTICLE AD BOX
ନୂଆଦିଲ୍ଲୀ: ଫ୍ରାନ୍ସ ଫୁଟ୍ବଲ୍ ତାରକା କିଲିଆନ୍ ଏମ୍ବାପେ ଓ ପାରାଗୁଏ ସେନାଟର ସେଲେଷ୍ଟି ଆମାରିଲା ମଧ୍ୟରେ ଚାଲିଥିବା ବାକ୍ଯୁଦ୍ଧ ତୀବ୍ର ରୂପ ନେଇଛି। ଚଳିତ ଫିଫା ବିଶ୍ବକପ୍ରେ ପାରାଗୁଏକୁ ୧-୦ରେ ଫ୍ରାନ୍ସ ହରାଇବା ପରେ ଏହି ବିବଦ ଆରମ୍ଭ ହୋଇଥିଲା। ବୁଧବର ସିନେଟ୍ରେ ଆମାରିଲା କଠୋର ଭାଷାରେ ଏମ୍ବାପେଙ୍କୁ ସମାଲୋଚନା କରିବା ପରେ ଏହା ଆହୁରି ବଢ଼ିଯାଇଛି।
ମ୍ୟାଚ୍ ପରଠୁ ବାରାମ୍ବର ଏମ୍ବାପେଙ୍କୁ ସମାଲୋଚନା କରୁଥିବା ଏହି ସେନାଟର, ପାରାଗୁଏ ଗୋଲି ଓର୍ଲାଣ୍ଡୋ ଗିଲ୍ଙ୍କ ସହ ଜଡ଼ିତ ଏକ ଘଟଣାକୁ ପୁନରାବୃତ୍ତି କରି କହିଥିଲେ ‘ଅତି ଖରାପ ଲୋକର ପୁଅ’। ସେ କହିଥିଲେ, ‘ୟୁରୋପରେ ପ୍ରଥମ ଥର ଲାଗି ବିଶ୍ବକପ୍ ଖେଳୁଥିବା ଓର୍ଲାଣ୍ଡୋ ଗିଲ୍ ଜଣେ ବାଳକ। ସେ ବିଶ୍ୱ ସମ୍ମୁଖରେ ଖେଳୁଥିଲା ବେଳେ ସମସ୍ତେ ତାଙ୍କ ସହ ହାତ ମିଳାଉଥିଲେ। ହେଲେ ଏହି ‘ଜଣେ ---- ପୁଅ’ ହାତ ମିଳାଇବାକୁ ମନା କରିବା ସହ ମୁହଁ ଆମ୍ବିଳା କରି ଦେଇଥିଲେ। ଏହା ଫରାସୀର କାମ ନୁହେଁ। ଜଣେ ଫରାସୀ ଲୋକ କେବେବି ଏପରି କରି ନଥାନ୍ତେ’। ଆମାରିଲାଙ୍କୁ ଏମ୍ବାପେ କହିଥିଲେ, ‘ସେ ଜଣେ ଘୃଣ୍ୟ ମହିଳା ଓ ସମ୍ମାନଜନକ ପଦ ପାଇଁ ଅଯୋଗ୍ୟ’।
Rohit Sharma: ଦିନିକିଆ ଲାଗି ଲଣ୍ଡନରେ ଅଭ୍ୟାସରତ ରୋହିତ
ଆସନ୍ତାକାଲି ମ୍ୟାଚ୍ ପାଇଁ ପସ୍ତୁତ
ଏହିସବୁ ସାର୍ବଜନୀନ ହେବା ପରେଏହା ଉଭୟଙ୍କ ମଧ୍ୟରେ ବାକ୍ ଯୁଦ୍ଧକୁ ଆହରି ତୀବ୍ର କରିଛି। ପରାଗୁଏର ଅଥେନ୍ଟିକ୍ ରାଡିକାଲ ଲିବେରାଲ ପାର୍ଟି ସଦସ୍ୟା ଆମାରିଲା ଅଭିଯୋଗ କରିଛନ୍ତି ଯେ ପାରାଗୁଏର ପରାଜୟ ପରେ ’ଗଭୀର ଭାବେ ଜାତିଗତ ଅପମାନ’ କରାଯାଇଥିଲା। ବିଶେଷ କରି ଏମ୍ବାପେଙ୍କ ବ୍ୟବହାର ଜଣେ ଫରାସୀର ଭଳି ନଥିଲା।
ପୂର୍ବରୁ ଆମାରିଲା ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଯେ ‘‘ଖରାପ ଆଚରଣ ପାଇଁ ଏମ୍ବାପେ କ୍ଷମା ମାଗନ୍ତୁ। ନଚେତ୍ ତାଙ୍କୁ ପରିଣାମ ଭୋଗିବାକୁ ପଡ଼ିବ।’’ ପଡ଼ିଆ ବାହାରେ ଏଭଳି ଉଭୟଙ୍କ ମଧ୍ୟରେ ବିବାଦ ଚାଲିଥିଲା ବେଳେ ଫ୍ରାନ୍ସ ମୁଖ୍ୟ ପ୍ରଶିକ୍ଷକ ଡିଡିଅର୍ ଡେସ୍ଚାମ୍ପ୍ସ କହିଛନ୍ତି ଯେ, ଏହା ମରକ୍କୋ ବିପକ୍ଷ କ୍ବାର୍ଟରଫାଇନାଲ୍ରେ ଏମ୍ବାପେଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କିଲିଆନ୍ ମାନସିକ ଭାବେ ଭଲ ଅଛନ୍ତି। ସେ ଆସନ୍ତାକାଲି ମ୍ୟାଚ୍ ପାଇଁ ପୂରା ପସ୍ତୁତ ଅଛନ୍ତି।

4 hours ago
1


