ARTICLE AD BOX
ବରଗଡ଼: ବରଗଡ଼ ଏକ କୃଷିପ୍ରଧାନ ଜିଲ୍ଲା। ଧାନଚାଷ ଜିଲ୍ଲାର ଆର୍ଥିକ ମେରୁଦଣ୍ଡ। କିନ୍ତୁ ସରକାର ଚାଷୀଙ୍କଠାରୁ ଧାନ କିଣିବାକୁ ପ୍ରସ୍ତୁତ ନାହାନ୍ତି। ଏଥିପାଇଁ ଟୋକନ୍ ପରିମାଣ କମାଇ ଦିଆଯାଉଛି। କେବଳ ବ୍ୟବସାୟୀଙ୍କୁ ସୁହାଇଲା ଭଳି ନୀତି ଅବଲମ୍ବନ କରାଯାଉଛି। କେବଳ ଓଡ଼ିଶା ନୁହେଁ, ବିହାର ଓ ଉତ୍ତରପ୍ରଦେଶରେ ମଧ୍ୟ ଏଭଳି ଦୁର୍ନୀତି ଦେଖିବାକୁ ମିଳୁଛି ବୋଲି ରାଷ୍ଟ୍ରୀୟ ଚାଷୀନେତା ଚୌଧୁରୀ ରାକେଶ ଟିକାୟତ କହିଛନ୍ତି। ମଙ୍ଗଳବାର ବରଗଡ଼ ଗୋରୁ ମାର୍କେଟ୍ ପରିସରରେ ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ଏକ ବିଶାଳ ଚାଷୀ ସମାବେଶ ଜରିଆରେ ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ଏଥିରେ ବରଗଡ଼ ସମେତ ବିଭିନ୍ନ ଜିଲ୍ଲାର ଚାଷୀମାନେ ଯୋଗ ଦେଇଥିଲେ।
Iran dirty bomb plot: ୱାସିଂଟନରେ ‘ଡାର୍ଟି ବମ୍’ ଆକ୍ରମଣ ଯୋଜନା କରୁଛି ଇରାନ!
ସରକାରଙ୍କ ଚାଷୀମାରଣ ନୀତିକୁ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ। ବିଜେପି ସରକାର ଚାଷୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିବାରେ ଫେଲ୍ ମାରିଥିବା ଅଭିଯୋଗ କରିଥିଲେ। ଶ୍ରୀ ଟିକାୟତ କହିଲେ, ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବା ପାଇଁ ସରକାର ଏମ୍ଏସ୍ପି ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ। ଫଳରେ କୌଣସି ବ୍ୟବସାୟୀ ଏମ୍ଏସ୍ପିଠାରୁ କମ୍ ମୂଲ୍ୟରେ ଧାନ କିଣିପାରିବେ ନାହିଁ। ସେହିପରି ଚାଷୀଙ୍କ ପାଇଁ ୩ ଶହ ୟୁନିଟ୍ ମାଗଣା ବିଦ୍ୟୁତ୍ ଦିଆଯାଉ। ଏହାସହିତ ବିଭିନ୍ନ ସମୟରେ ସରକାର ଚାଷୀଙ୍କ ଜମି ନେଇ ଉଚିତ କ୍ଷତିପୂରଣ ଦେଉନାହାନ୍ତି। ଏହି ସବୁ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଟିକାୟତ କହିଥିଲେ।
Chief Minister: ‘ନିଶାମୁକ୍ତ ଓଡ଼ିଶା’ ପାଇଁ ବଜ୍ର ଶପଥ: ମୁଖ୍ୟମନ୍ତ୍ରୀ
ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଆସିଥିବା ଚାଷୀନେତା ଉମେଶ ସିଂ, ଶଙ୍କର ଘୋଷ, ରାଜନ କ୍ଷୀରସାଗର, ଚୌଧୁରୀ ରାଜେନ୍ଦ୍ର, ଅଫ୍ଲାତୁନ, ଶଶିକାନ୍ତ, ଅଶୋକ ପାଲ, ରକାମନ୍ତ ବନଜରେ, ପ୍ରବୀଣ କ୍ରାନ୍ତି, ରବୀନ୍ଦ୍ର, ଦୁହନ, କ୍ରିଷ୍ଣା ନରୱାଲ, କମଳ କୁଶବାହା, ତେଜରମ ବିଦ୍ରୋହୀ, ବରଗଡ଼ ଜିଲ୍ଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ, ରଘୁନାଥ ଦାସ, ଅକ୍ଷୟ କୁମାର, ଅଶୋକ ପ୍ରଧାନ, କ୍ଷୀରୋଦ୍ର ସିଂହଦେଓ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସଂଗଠନ ପକ୍ଷରୁ ସରକାରଙ୍କ ନିକଟରେ ୧୨ ଦଫା ଦାବି ରଖାଯାଇଥିଲା। ସେଥିମଧ୍ୟରେ ପଞ୍ଜୀକୃତ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ୍ ପ୍ରଦାନ, ତିନିଟି ପର୍ଯ୍ୟାୟରେ ଧାନ ବିକ୍ରି ସୁଯୋଗ, କଟ୍ନିଛଟ୍ନି ଓ ଦଲାଲରାଜ ବନ୍ଦ ସହ ମଣ୍ଡିକୁ ଧାନ ଆଣିବାର ୪୮ ଘଣ୍ଟା ମଧ୍ୟରେ କିଣା ସମ୍ପୂର୍ଣ୍ଣ କରିବା ଆଦି ରହିଛି। ସେହିପରି ସ୍ୱାମୀନାଥନ କମିସନଙ୍କ ସୁପାରିସ ଅନୁସାରେ ସମସ୍ତ ଫସଲର ମୂଲ୍ୟ ନିର୍ଦ୍ଧାରଣ ଓ ସୁନିଶ୍ଚିତ ମଣ୍ଡି ବ୍ୟବସ୍ଥା, ଜଳସେଚନ, ସୁଲଭ ମୂଲ୍ୟରେ କୃଷି ଯନ୍ତ୍ରପାତି, ସାର ଓ କୀଟନାଶକ ଯୋଗାଣ, ଲଘୁ ବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ବଜାର ବ୍ୟବସ୍ଥା, ଶୀତଳଭଣ୍ଡାର ଓ ଗୋଦାମ ନିର୍ମାଣ, ପନିପରିବା ଏବଂ ଅଣଧାନ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ନୀତି, ବରଗଡ଼ରେ ବନ୍ଦ ହୋଇ ଯାଇଥିବା କୃଷିଭିତ୍ତିକ ଶିଳ୍ପର ପୁନରୁଦ୍ଧାର ଓ ନୂତନ କୃଷି ଶିଳ୍ପ ପ୍ରତିଷ୍ଠା ଦାବି କରାଯାଇଛି। କାର୍ଯ୍ୟକ୍ରମରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଅଜିତ ଶତପଥୀ, ଉତ୍ପନ୍ନ ଭୋଇ, ରବିଶଙ୍କର ପଧାନ, ସୁରେଶ ନିକେଣ୍ଟି, ନିରନ ପଧାନ, ସୁବାସ ପଧାନ, ସୁବାସ ସାମନ୍ତରାୟ, ଭୁବନ ପଧାନ, କରଣ ସାହୁ, ସୁବଳ ପଧାନ, ସୁରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

13 minutes ago
1


