Coconut have 3 eyes: ନଡ଼ିଆରେ କାହିଁକି ଥାଏ ୩ଟି ଆଖି? ଏହା ପଛରେ ଲୁଚିଛି ବଡ଼ ବୈଜ୍ଞାନିକ ରହସ୍ୟ

11 minutes ago 1
ARTICLE AD BOX

ନୂଆଦିଲ୍ଲୀ: ନଡ଼ିଆ ପାଣି ପିଇବାକୁ କାହାକୁ ବା ଭଲ ନଲାଗେ! ଖରାଦିନ ହେଉ କି ପୂଜାପର୍ବ, ସବୁଠି ନଡ଼ିଆର ଚାହିଦା। ଆଉ ନଡ଼ିଆ କିଣିବା ବେଳେ ଆପଣ ତା’ ଉପରେ ଥିବା ତିନୋଟି ଆଖି ନିଶ୍ଚୟ ଦେଖିଥିବେ। କିନ୍ତୁ କେବେ ଭାବିଛନ୍ତି କି, ଏହି ତିନୋଟି ଆଖି ମଧ୍ୟରୁ ଗୋଟିଏ କାହିଁକି ନରମ ଥାଏ? ଆଉ ବାକି ଦୁଇଟି ଏତେ ଶକ୍ତ କାହିଁକି? ନଡ଼ିଆ ବିକାଳି ମଧ୍ୟ ଏହି ନରମ ଆଖିରେ ଛିଦ୍ର କରି ପାଣି ବାହାର କରନ୍ତି। ତେବେ ଏହା ପଛରେ କେବଳ ସୁବିଧା ନୁହେଁ, ଲୁଚି ରହିଛି ପ୍ରକୃତିର ଏକ ଚମତ୍କାର ବିଜ୍ଞାନ। ଆସନ୍ତୁ ଜାଣିବା ନଡ଼ିଆର ତିନୋଟି ଆଖିର ରହସ୍ୟ। ନଡ଼ିଆ ଉପରେ ଥିବା ଏହି ତିନୋଟି ଆଖିକୁ ବୈଜ୍ଞାନିକ ଭାଷାରେ ଜର୍ମିନାଲ୍ ପୋର୍ସ କୁହାଯାଏ। ଏହାର ସମ୍ପର୍କ ନଡ଼ିଆର ଜନ୍ମ ପ୍ରକ୍ରିୟା ସହ ରହିଛି। ନଡ଼ିଆ ଫଳ ଗଠନ ହେବା ସମୟରେ ଏଥିରେ ତିନୋଟି ବୀଜାଣ୍ଡ ବା ଓଭ୍ୟୁଲ୍ ଥାଏ। ହେଲେ ଏହି ତିନୋଟି ମଧ୍ୟରୁ କେବଳ ଗୋଟିଏ ହିଁ ପୂର୍ଣ୍ଣ ଭାବେ ବିକଶିତ ହୁଏ। ଅନ୍ୟ ଦୁଇଟି ଅବିକଶିତ ରହିଯାଆନ୍ତି। 

ଆଉ ଏହି କାରଣରୁ ନଡ଼ିଆର ଗୋଟିଏ ପାର୍ଶ୍ୱରେ ତିନୋଟି ଆଖି ଭଳି ଚିହ୍ନ ଦେଖିବାକୁ ମିଳେ। କିନ୍ତୁ ଭିଓ(୨) ଏହି ତିନୋଟି ଆଖି ମଧ୍ୟରୁ ଗୋଟିଏ କାହିଁକି ନରମ? ଏହାର ଉତ୍ତର ରହିଛି ନଡ଼ିଆ ଭିତରେ। ନରମ ଆଖି ତଳେ ରହିଥାଏ ଏକ କ୍ଷୁଦ୍ର ଭ୍ରୂଣ । ଏହି ଭ୍ରୂଣ ହିଁ ଭବିଷ୍ୟତରେ ଏକ ନୂଆ ନଡ଼ିଆ ଗଛରେ ପରିଣତ ହୋଇପାରେ। ଏହି ଭ୍ରୂଣ ଥିବା ସ୍ଥାନରେ ନଡ଼ିଆର ଖୋଳ ଅପେକ୍ଷାକୃତ ପତଳା ଓ ନରମ ହୋଇଥାଏ। ଅନ୍ୟ ଦୁଇଟି ଆଖି ତଳେ ଭ୍ରୂଣ ନଥିବାରୁ ସେଠାରେ ଖୋଳ ଅଧିକ ଶକ୍ତ ରହିଥାଏ। ସେଥିପାଇଁ ନଡ଼ିଆ ବିକାଳି ମଧ୍ୟ ନରମ ଆଖିକୁ ଚିହ୍ନଟ କରି ସେଥିରେ ସହଜରେ ଛିଦ୍ର କରିପାରନ୍ତି। ତେବେ ଏହି ଛୋଟ ଭ୍ରୂଣରୁ କେମିତି ଜନ୍ମ ନିଏ ଏକ ବିରାଟ ନଡ଼ିଆ ଗଛ? ଏଥିପାଇଁ ଦରକାର ଉପଯୁକ୍ତ ଆର୍ଦ୍ରତା, ଉଷ୍ମତା ଓ ପରିବେଶ। ନଡ଼ିଆକୁ ମାଟିରେ ରଖିଲେ ଭିତରେ ଥିବା ଭ୍ରୂଣ ଧୀରେ ଧୀରେ ବଢ଼ିବା ଆରମ୍ଭ କରେ।

ନବରାତ୍ରରେ କଳସ ଉପରେ ରଖାଯାଇଥିବା ନଡ଼ିଆ ଖାଇବା ଉଚିତ୍ କି ନୁହେଁ? ଶାସ୍ତ୍ର କ’ଣ କୁହେ ଜାଣନ୍ତୁ…

ଏହାପରେ ନରମ ଆଖି ଥିବା ସ୍ଥାନରୁ ଏକ ଛୋଟ ଗଜା ବାହାରିଥାଏ। ଏହି ଗଜା ହିଁ ପରବର୍ତ୍ତୀ ସମୟରେ ନଡ଼ିଆ ଚାରାର ରୂପ ନିଏ। ଧୀରେ ଧୀରେ ଏହା ବଢ଼ି ଏକ ବିରାଟ ଗଛରେ ପରିଣତ ହୁଏ। ଆଉ ସେହି ଗଛରେ ପୁଣି ନୂଆ ନଡ଼ିଆ ଫଳିଥାଏ। ସାଧାରଣତଃ ନଡ଼ିଆର ତିନୋଟି ଆଖି ମଧ୍ୟରୁ ଗୋଟିଏ ନରମ ଥାଏ। ହେଲେ ନଡ଼ିଆର କିସମ ଓ ପରିପକ୍ୱତା ଅନୁସାରେ ଏହାର ନରମପଣରେ ଫରକ ଦେଖାଯାଇପାରେ। ତେଣୁ ପରବର୍ତ୍ତୀ ଥର ନଡ଼ିଆ ପାଣି ପିଇବା ବେଳେ ଏହାର ତିନୋଟି ଆଖିକୁ ଟିକେ ଧ୍ୟାନରେ ଦେଖିବେ। କାରଣ ଏହା କେବଳ ତିନୋଟି ଚିହ୍ନ ନୁହେଁ, ବରଂ ଏହା ଭିତରେ ଲୁଚି ରହିଛି ଏକ ନୂଆ ଗଛର ଜନ୍ମ ନେବାର କାହାଣୀ। ପ୍ରକୃତିର ଏହି ଛୋଟିଆ ବ୍ୟବସ୍ଥା ହିଁ ନଡ଼ିଆକୁ କରିଛି ଆହୁରି ରୋଚକ ଓ ସ୍ୱତନ୍ତ୍ର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.