FIFA World Cup: ଏମ୍‌ବାପେଙ୍କ ଯୁଗଳରେ ଫ୍ରାନ୍ସ ପ୍ରିକ୍ବାର୍ଟରରେ

2 hours ago 1
ARTICLE AD BOX

ନ୍ୟୁୟର୍କ: ଅଧିନାୟକ କିଲିଆନ୍‌ ଏମ୍‌ବାପେଙ୍କ ଯୁଗଳ‌ ଗୋଲ୍‌ ଫ୍ରାନ୍ସକୁ ଚଳିତ ଫିଫା ବିଶ୍ବକପ୍‌ର ପ୍ରିକ୍ବାର୍ଟରଫାଇନାଲ୍‌ରେ ପହଞ୍ଚାଇଛି। ବୁଧବାର ନ୍ୟୁଜର୍ସି ପଡ଼ିଆରେ ଦୁଇ ୟୁରୋପୀୟ ଦେଶ ମଧ୍ୟରେ ଖେଳାଯାଇଥିବା ରାଉଣ୍ଡ-୩୨ ମୁକାବିଲାରେ ଗତ ସଂସ୍କରଣ ଉପବିଜେତା ଫ୍ରାନ୍ସ ୩-୦ ଗୋଲ୍‌ରେ ସ୍ବିଡେନ୍‌କୁ ମାତ୍‌ ଦେଇଛି। ୫ ତାରିଖ କ୍ବାର୍ଟରଫାଇନାଲ୍‌ରେ ଏହି ଦଳ ଦକ୍ଷିଣ ଆମେରିକୀୟ ଦଳ ପାରାଗୁଏକୁ ଭେଟିବ।

ଏମ୍‌ବାପେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ଗତ ଥର ଅଳ୍ପକେ ଟ୍ରଫି ହାତଛଡ଼ା କରିଥିବା ଫ୍ରାନ୍ସ ବୁଧବାର ଚମତ୍କାର ଆରମ୍ଭ କରିଥିଲା। ହେଲେ ସ୍ବିଡେନ୍‌ର ରକ୍ଷଣଭାଗ ଭେଦ କରି ପାରି ନଥିଲା। ହେଲେ ପ୍ରଥମାର୍ଦ୍ଧ ଶେଷ ସମୟରେ ଏହି ଦଳ ଗୋଲ୍‌ କରିବାରେ ସଫଳ ହୋଇଥିଲା। ଓସ୍‌ମାନେ ଡେମ୍ବେଲେଙ୍କ ପାସ୍‌କୁ ଏମ୍‌ବାପେ (୪୫ ମିନିଟ୍‌) ଗୋଲ୍‌‌ କରି ଦଳକୁ ଏହି ଅଗ୍ରଣୀ ଦେଇଥି‌ଲେ। ଦ୍ବିତୀୟାର୍ଦ୍ଧର ଅଷ୍ଟମ ମିନିଟ୍‌ରେ ମାଇକେଲ୍‌ ଓଲିଜ୍‌ଙ୍କ ସହଯୋଗରେ ବ୍ରାଡ୍‌ଲେ ବାର୍କୋଲା ଗୋଲ୍‌ ଦେଇ ଫ୍ରାନ୍ସକୁ ୨-୦ରେ ଅଗୁଆ କରିଥିଲେ। ଏହାର ୨୦ ମିନିଟ୍‌ ପରେ ଏମ୍‌ବାପେ (୭୪ ମିନିଟ୍‌) ଯୁଗଳ ସଫଳତା ପାଇବା ସହ ଦଳକୁ ୩-୦ ଗୋଲ୍‌ରେ ବିଜୟ ଦିଗରେ ନେଇଥିଲେ। ଓଲିଜ୍‌ଙ୍କ ପାସ୍‌ରେ ଏମ୍‌ବାପେ ଏହି ଗୋଲ୍‌ କରି ବିଶ୍ବକପ୍‌ରେ ନିଜ ଗୋଲ୍‌ ସଂଖ୍ୟା ୧୮ରେ ପହଞ୍ଚାଇଥିଲେ। ଏଥିସହ ସେ ଚଳିତ ବିଶ୍ବକପ୍‌ରେ ୬ ଗୋଲ୍‌ କରି ଆର୍ଜେଣ୍ଟିନା ତାରକା ଲିଓନେଲ୍‌ ମେସିଙ୍କ ସହ ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ଯୁଗ୍ମ ଭାବେ ଶୀର୍ଷରେ ରହିଛନ୍ତି। ଏମ୍‌ବାପେ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Junior hockey team: ଅନ୍‌ମୋଲ୍‌ ଭାରତୀୟ କନିଷ୍ଠ ହକି ଦଳର ଅଧିନାୟକ: ବେଲ୍‌ଜିୟମ୍‌ ଗସ୍ତ ଦଳରେ ଓଡ଼ିଶାରୁ ୯

Read Entire Article
LEFT SIDEBAR AD

Hidden in mobile, Best for skyscrapers.