ARTICLE AD BOX
ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାରେ ଚଳିତ ବର୍ଷ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଆସି କୃଷକର ଚାଷଜମି ନଷ୍ଟ କରିଦେଇଥିବା ବେଳେ ଏବେ ପୁଣି ସମାନ ଅବସ୍ଥା ଦେଖାଯାଇଛି। ଯେଉଁ ବ୍ଲକରେ ଏବେ ବନ୍ୟା ପ୍ରଭାକ କମ ରହିଛି ସେଠାରେ ଚାଷୀମାନେ ଚାଷ କାମ ଆରମ୍ଭ କରିଛନ୍ତି।
ଜିଲ୍ଲାର ବନ୍ତ, ଭଣ୍ଡାରୀପୋଖରୀ, ତିହିଡି, ଚାନ୍ଦବାଲି, ବାସୁଦେବପୁର, ଭଦ୍ରକ ବ୍ଲକର ଚାଷୀଙ୍କର ଚାଷଜମିରୁ ବନ୍ୟାଜଳ କମିବା ପରେ ସେମାନେ ଚାଷ କାମ ଆରମ୍ଭ କରିଛନ୍ତି। ସେହି ସବୁ ଚାଷୀଙ୍କ ପାଇଁ ଏବେ ସାରର ମୂଲ୍ୟ ବୃଦ୍ଧି ସହ ସାର୍ କଳାବଜାରରେ ବିକ୍ରି ହେବା ଘଟଣା ଚାଷୀଙ୍କୁ ବାଧୁଛି। ଆଷାଢ଼ ମାସ ଠାରୁ ଯେଉଁ ମାନଙ୍କର ଚାଷ କାମ ଆରମ୍ଭ କରି ଧାନ ବୁଣିଥିଲେ, ଆଉ ଯେଉଁ ବିଲରେ ଶ୍ରାବଣ ମାସରେ ତଳି ପକାଇ ଥିଲେ ସେହି ଜମିରେ ବନ୍ୟା ପାଣି ପଶି ଯେଉଁ ଧାନ ଗଛ ଓ ଧାନ ତଳି ନଷ୍ଟ କରିଥିଲେ। ସେହି ସବୁ ଜମିରେ ଏବେ ଧାନ ତଳି ରୁଆ ପୋତା ଆରମ୍ଭ ହୋଉଛି। ଏଥିପାଇଁ ଚାଷୀ ସାର ଆଣି ଏହି ଜମିର ପକାଇବା ପାଇଁ ସମବାୟ ସମିତି କୁ ଯିବା ବେଳକୁ ସବୁ ସମିତି ସାର୍ ଆଣି ରଖୁ ନଥିବା ବେଳେ ଅନେକ ସ୍ଥାନରେ ବେସରକାରୀ ସଂସ୍ଥା ସାର ଆଣି ବିକ୍ରି କରୁଥିବା ବେଳେ ଏହି ସରକୁ ସରକାରଙ୍କ ମୂଲ୍ୟ ଠାରୁ ବହୁତ ଚଢ଼ା ଦରରେ ବିକ୍ରି କରୁଛନ୍ତି।
ଅନେକ ବେପାରୀ କଳାବଜାରରେ ସାର୍ ଉଠାଣ କରି ଅଧିକ ମୂଲ୍ୟରେ ସାର୍ ବିକୁଥିବା ବେକେ ଜିଲ୍ଲାରେ ଚାଷୀ ଶୋଷଣ ରେ ଶୀକାର ହେଉଛନ୍ତି। ବନ୍ୟାରେ ବ୍ୟାପକ ଚାଷଜମି ନଷ୍ଟ ହୋଇଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକର ଶତାଧିକ ଚାଷୀ ସାର ନପାଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ ଭଣ୍ଡାରିପୋଖରୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସେହିପରି ବନ୍ତ ବ୍ଲକରେ ସାର କଳା ବଜାରରେ ବିକ୍ରି ହେଉଛି। ଅଧିକାଂଶ ସମବାୟ ସଂସ୍ଥା ସାର ଉଠାନ କରି ନଥିବା ବେକେ ଚାଷୀ କଳାବଜାରରେ ସାର୍ କିଣିଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ନବ ନିର୍ମାଣ କୃଷକ ସଂଗଠନର ନେତା ତ୍ରିଲୋଚନ ପଣ୍ଡା ବନ୍ତର ଚାଷୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
Bear attack: ଭାଲୁ ଆକ୍ରମଣରେ ଚାଷୀ ଗୁରୁତର, ଜଙ୍ଗଲ କ୍ଷୟକୁ ନେଇ ବଢୁଛି ଚିନ୍ତା
ସରକାରଙ୍କର ନିର୍ଦ୍ଧାରିତ ସାର୍ ମୂଲ୍ୟ ୟୁରିଆ ସାର ୫୦କିଲୋ ପ୍ରତି ୨୬୮ ଟଙ୍କା ମୂଲ୍ୟ ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାଷୀଙ୍କ ଠାରୁ ଚଢ଼ା ମୂଲ୍ୟ ୪୦୦ ଟଙ୍କାରୁ ୭୦୦ ଟଙ୍କାରେ ବିକ୍ରି କରାଯାଉଛି। ଡିଏପି ୫୦ କିଲୋ ପ୍ରତି ସରକାରୀ ମୂଲ୍ୟ ୧୩୫୦ ଟଙ୍କା ଥିବା ବେଳେ ଚାଷୀଙ୍କ ଠାରୁ ଚଢ଼ା ମୂଲ୍ୟରେ ୧୭୫୦ ଟଙ୍କାରୁ ୨ ହଜାର ୨୦୦ ଟଙ୍କା ନିଆଯାଉଛି। ସେହିପରି ପଟାଶ ଏମ୍ଓପି ଉପରେ ୧୭୧୦ ଟଙ୍କା ନେବା ଜାଗାରେ ନିଆଯାଉଛି ୨୨୦୦ରୁ ୨୩୦୦ ଟଙ୍କା।
ଏନ୍ପିକେ ୨୦-୨୦-୦ ସାର୍ ମୂଲ୍ୟ ୧୨୦୦ ଟଙ୍କା ସରକାରୀ ମୂଲ୍ୟ ଥିବା ବେଳେ ଚାଷୀଙ୍କ ଠାରୁ ନିଆ ଯାଉଛି ୨୨୦୦ ଟଙ୍କା। ଏନ୍ପିକେ ୨୦-୨୦-୧୩ର ସରକାରୀ ମୂଲ୍ୟ ୧୫୦୦ ଟଙ୍କା ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସାର ବିକ୍ରୟ କେନ୍ଦ୍ରରେ ଚାଷୀଙ୍କ ଠାରୁ ଚଢ଼ା ମୂଲ୍ୟରେ ୨୨୦୦ ଟଙ୍କାରେ ବିକ୍ରି କରାଯାଉଛି। ଏହିଭଳି ଭାବରେ ସାର ବିକ୍ରି ବେକେ ଚାଷୀଙ୍କୁ ଶୋଷଣ କରାଉଥିବା ବେକେ ଚାଷୀମାନେ ଏହାର ପ୍ରତିବାଦ କଲେ ଫଳ କିଛି ମିଳୁ ନାହିଁ। ପ୍ରଶାସନ ସାର ଯୋଗାଣ ଉପରେ କଡ଼ାକଡ଼ି ବ୍ୟବସ୍ଥା କରିବା ସହ ଚଢ଼ା ଦରରେ ସାର ବିକ୍ରି କରୁଥିବା ବ୍ୟବସାୟୀଙ୍କ ଡିପୋ ଉପରେ ଚଢ଼ାଉ କରାଯାଇ ବୋଲି ଚାଷୀ ଦାବି କରିଛନ୍ତି। ଏବେ କୃଷି କାମ ପାଇଁ ସାର୍ ଉପରେ ଚାଷୀ ଅଧିକ ନିର୍ଭର କରୁଥିବା ବେକେ ଏହାର ଫାଇଦା ଉଠାଇବାକୁ ଯୋଜନା କରୁଛନ୍ତି ସାର୍ ବେପାରୀ।

1 hour ago
1


