Father-daughter record: କିମାଶ୍ଚର୍ଯ୍ୟମ୍‌: ଷ୍ଟ୍ରୋଲର୍‌ ଦୌଡ଼ରେ ବାପା-ଝିଅଙ୍କ ରେକର୍ଡ

2 days ago 5
ARTICLE AD BOX

ଯୁକ୍ତରାଷ୍ଟ୍ର ଆମେରିକାର କ୍ଲିଭ୍‌ଲାଣ୍ଡ୍‌ ସହରର ‘ହୋପ୍‌ ମେମୋରିଆଲ୍‌’ ସେତୁ ଉପରେ ପ୍ରତି ବର୍ଷ ଅନୁଷ୍ଠିତ ହୋଇଥାଏ ଗାର୍ଡିଆନ୍‌ ମାଇଲ୍‌ ଦୌଡ଼। ଏହି ଏକ ମାଇଲ୍‌ ଦୀର୍ଘ ପୋଲକୁ ସର୍ବନିମ୍ନ ସମୟରେ ଅତିକ୍ରମ କରିବା ପାଇଁ ବିଭିନ୍ନ ବୟସର ଧାବକମାନେ ପ୍ରତିଯୋଗିତା କରିଥାନ୍ତି। ଏଥିରେ ଷ୍ଟ୍ରୋଲର୍‌ରେ ଶିଶୁଙ୍କୁ ବସାଇ ପିତା ଓ ମାତାମାନେ ଅଂଶଗ୍ରହଣ କରିବାର ମଧ୍ୟ ଏକ ସ୍ବତନ୍ତ୍ର ବର୍ଗ ରହିଛି। ଏ ବର୍ଷର ଏହି ଦୌଡ଼ରେ ଏକ ବାପା-ଝିଅ ଯୋଡ଼ି ବିଶ୍ବ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଏହି ପିତାଜଣକ ହେଉଛନ୍ତି ଓହାଇଓର ୩୦ ବର୍ଷୀୟ ଷ୍ଟିଫେନ୍‌ ବାଇବେଲ୍‌ହାଉସେନ୍‌। 

Oil: ରୁଷୀୟ ତେଲ କିଣିବା ନେଇ ଆମେରିକାର ଶୁଳ୍କକୁ ବିରୋଧ

ସେ ପେସାରେ ଜଣେ ଡାକ୍ତର ଏବଂ ସେ ବିଗତ କିଛି ବର୍ଷ ହେଲା ମାରାଥନ୍‌ ଦୌଡ଼ିଆସୁଛନ୍ତି। ନିଜର ଏକ ବର୍ଷ ବୟସର ଝିଅ ‘ବ୍ଲେକ୍‌’କୁ ଷ୍ଟ୍ରୋଲର୍‌ରେ ବସାଇ ସେ ଉକ୍ତ ମାରାଥନ୍‌ ପୂର୍ବରୁ ଥରେ ମାତ୍ର ଦୌଡ଼ିବାର ଅଭ୍ୟାସ କରିଥିଲେ। ଗତ ଶନିବାର ଗାର୍ଡିଆନ୍‌ ମାଇଲ୍‌ ଦୌଡ଼ରେ ଅଂଶଗ୍ରହଣ କରି ଷ୍ଟିଫେନ୍‌-ବ୍ଲେକ୍‌ ମାତ୍ର ୪ ମିନିଟ୍‌ ୧୭ ସେକେଣ୍ଡ୍‌ରେ ଏକ ମାଇଲ୍‌ ବା ୧.୬ କିଲୋମିଟର୍‌ ଦୌଡ଼ିଥିଲେ। ଷ୍ଟ୍ରୋଲର୍‌ ସହିତ ଏପରି ଦୌଡ଼ିବାରେ ଏହା ସର୍ବନିମ୍ନ ସମୟର ରେକର୍ଡ ବୋଲି ଜଣାପଡ଼ିଛି। ପୂର୍ବରୁ ୨୦୨୫ରେ ଆମେରିକାର ସିଲାସ୍‌ ଫ୍ରାଣ୍ଟ୍‌ଜ ତାଙ୍କ ପୁତ୍ରସନ୍ତାନକୁ ଷ୍ଟ୍ରୋଲର୍‌ରେ ବସାଇ ୪ ମିନିଟ୍‌ ୨୬ ସେକେଣ୍ଡ୍‌ରେ ଏକ ମାଇଲ୍‌ ଦୋଡ଼ିବାର ରେକର୍ଡ ସ୍ଥାପନ କରିଥିଲେ।

Uttarakhand: ୧.୫ ଲକ୍ଷ ଟଙ୍କା ଯୋଗାଡ଼ ନ ହେବାରୁ ରୋମାନିଆ ଯାଇପାରି ନ ଥିଲେ ଛାତ୍ରୀ, ଧାମୀଙ୍କ ସାମ୍ନାରେ ଭାବପ୍ରବଣ ହୋଇ କହିଲେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.