Farmer: ଫସଲ ସୁରକ୍ଷା ପାଇଁ ରାତି ଉଜାଗର ଚାଷୀ: ହାତରେ ନିଆଁହୁଳା, ମନରେ ଭୟ

58 minutes ago 1
ARTICLE AD BOX

କାମାକ୍ଷାନଗର: ଧାନ କ୍ଷେତରେ ହସୁଛି ସୁନାର ଫସଲ। ଆଉ ଏହି ଫସଲକୁ ରକ୍ଷା କରିବା ପାଇଁ ସନ୍ଧ୍ୟା ହେଲେ ଚାଷୀଙ୍କ ହାତରେ ନିଆଁହୁଳା। ହେଲେ, ମନରେ ବନ୍ୟପ୍ରାଣୀ ଆକ୍ରମଣର ଭୟ ବି ରହୁଛି। ଦିନସାରା କ୍ଷେତରେ ପରିଶ୍ରମ କରିବା ପରେ ରାତିରେ ଘରେ ବିଶ୍ରାମ ନେବା ବଦଳରେ ଧାନକ୍ଷେତ ଜଗିବାକୁ ବାହାରୁଛନ୍ତି ଚାଷୀ। ବାର୍‌ହା ଓ ହାତୀଙ୍କ ଭୟ ମଧ୍ୟରେ ନିଜ ଝାଳବୁହା ପରିଶ୍ରମର ଫସଲକୁ ସୁରକ୍ଷା ଦେବାକୁ ରାତି ଉଜାଗର ରହୁଛନ୍ତି କାମାକ୍ଷାନଗର ବ୍ଲକ୍‌ ଶିବୁଳାପଶି ଗ୍ରାମର ଚାଷୀ। 

Walkathon: ସନ୍‌ସାଇନ୍‌ ହସ୍ପିଟାଲ୍‌ର ୱାକାଥନ୍‌

ଶିବୁଳାପଶି ଗ୍ରାମର ଚାଷୀଙ୍କ କହିବା ଅନୁଯାୟୀ, ମାସ ମାସ ଧରି ଶ୍ରମ ଓ ଅର୍ଥ ଖର୍ଚ୍ଚ କରି ଧାନ ଫସଲ ଠିଆ କରିଛନ୍ତି। ଏବେ ଫସଲ ଅମଳ ସମୟ ପାଖେଇ ଆସୁଥିବାରୁ ବନ୍ୟପ୍ରାଣୀଙ୍କ ଭୟ ଆହୁରି ବଢ଼ିଛି। କେତେବେଳେ ହାତୀପଲ ଆସୁଛନ୍ତି ତ କେତେବେଳେ ବାର୍‌ହା ଧାନ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି। ଫଳରେ, ରାତିରେ କ୍ଷେତକୁ ଜଗିବାକୁ ଯିବା ଚାଷୀଙ୍କ ପାଇଁ ଏକପ୍ରକାର ବାଧ୍ୟବାଧକତା ପାଲଟିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ଚାଷୀଙ୍କ ଫସଲ ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ବନ ବିଭାଗ ଅଧିକ ନଜର ଦେବାକୁ ଦାବି ହୋଇଛି।

Mountain Bike Cycling: ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍‌ ବାଇକ୍‌ ସାଇକ୍ଲିଂ ଚାମ୍ପିଅନ୍‌ସିପ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.