Farmer Protest: ପଞ୍ଜାବ-ହରିୟାଣା ସୀମାରେ ଚାଷୀଙ୍କୁ ରୋକିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା

1 hour ago 2
ARTICLE AD BOX

ଚଣ୍ଡୀଗଡ଼: କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଋଣ ଛାଡ଼ ଆଦି ଦାବି ନେଇ ଦିଲ୍ଲୀ ଅଭିମୁଖେ ୨୨୮ କିମି ଦୀର୍ଘ ପଦଯାତ୍ରା ଆରମ୍ଭ କରିବାକୁ ଚାଷୀମାନେ ପ୍ରସ୍ତୁତ ହେଉଥିବା ବେଳେ ପଞ୍ଜାବ-ହରିୟାଣା ସୀମାର ଖନୌରି ଆନ୍ତଃରାଜ୍ୟ ସୀମାକୁ ରବିବାର ସିଲ୍ କରିଦେଇଛି ହରିୟାଣା ପ୍ରଶାସନ। ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣ-ରାଜନୈତିକ) ନେତୃତ୍ବରେ ଚାଷୀମାନେ ଖନୌରି-ଦାତା ସିଂହୱାଲା ସୀମା ଦେଇ ହରିୟାଣାରେ ପ୍ରବେଶ କରି ଦିଲ୍ଲୀ ଯିବାକୁ ଯୋଜନା କରିଛନ୍ତି। ଏହାକୁ ନେଇ ହରିୟାଣା ପୁଲିସ ସୀମାରେ ବହୁସ୍ତରୀୟ ବ୍ୟାରିକେଡ୍‌ ଲଗାଇଛି।

ହରିୟାଣା ପଟେ କଂକ୍ରିଟ୍‌ ବ୍ୟାରିକେଡ୍‌, ଦଙ୍ଗା ନିୟନ୍ତ୍ରଣ ଗାଡ଼ି ଓ କଣ୍ଟାତାର ଲଗାଯାଇଛି। ଜିନ୍ଦ ଏସ୍‌ପି କୁଲଦୀପ ସିଂହ କହିଛନ୍ତି, ପଦଯାତ୍ରା ପାଇଁ ଚାଷୀ ସଂଗଠନଗୁଡ଼ିକ ପ୍ରଶାସନଠାରୁ ଅନୁମତି ନେଇନାହାନ୍ତି। ତେଣୁ ଚାଷୀମାନଙ୍କୁ ହରିୟାଣାରେ ପ୍ରବେଶ କରି ଦିଲ୍ଲୀ ଆଡ଼କୁ ଆଗକୁ ବଢ଼ିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଚାଷୀମାନଙ୍କ ପକ୍ଷରୁ ଏହି ପଦଯାତ୍ରାକୁ ‘କିଷାନ ବଚାଓ ପଦଯାତ୍ରା’ ନାମ ଦିଆଯାଇଛି। ଅଗଷ୍ଟ ୧୬ରୁ ଆରମ୍ଭ ହୋଇ ଏହା ଅଗଷ୍ଟ ୨୯ରେ ଦିଲ୍ଲୀର ଯନ୍ତରମନ୍ତରରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। 

POK: ପିଓକେରେ ବଡ଼ଧରଣର ପ୍ରତିବାଦ: ଆଲୋଚନା ବିଫଳ ପରେ ମୁଜାଫରାବାଦକୁ ପ୍ରତିବାଦକାରୀଙ୍କ ପଦଯାତ୍ରା

ଚାଷୀ ନେତା ଜଗଜିତ ସିଂହ ଦଲେୱାଲଙ୍କ ଘୋଷଣା ଅନୁସାରେ, ପ୍ରସ୍ତାବିତ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ବିରୋଧ କରିବା ସହ ଫସଲ ପାଇଁ ଆଇନଗତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଗ୍ୟାରେଣ୍ଟି ଦାବି କରି ଏହି ପଦଯାତ୍ରା ହେଉଛି। ଚାଷୀ ସଂଗଠନଗୁଡ଼ିକ ଚାଷୀଙ୍କ ଋଣ ଛାଡ଼ ଦାବି କରିବା ସହ କୃଷି କ୍ଷେତ୍ର ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ରବିବାର ଖନୌରି ସୀମାର ପଞ୍ଜାବ ପଟେ ବହୁ ସଂଖ୍ୟକ ଚାଷୀ ଏକାଠି ହୋଇଥିବା ବେଳେ ହରିୟାଣା ପୁଲିସ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ଫଳରେ ଉଭୟ ରାଜ୍ୟ ସୀମାରେ ଉତ୍ତେଜନା ବଢ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.