Environmental Warrior: ପରିବେଶ ଯୋଦ୍ଧା: ପୋଖରୀ ସୁରକ୍ଷାରେ ଜୀବରାଜ

22 hours ago 3
ARTICLE AD BOX

ଯେଉଁ ପୋଖରୀ କେବେ ଗାଁ ଓ ସହରର ଜୀବନରେଖା ଥିଲା, ଆଜି ସେହି ପୋଖରୀ ଅନେକ ସ୍ଥାନରେ ଅଳିଆ ଓ ପ୍ରଦୂଷଣରେ ଭରିଯାଉଛି। ପାଣିରେ ଭାସୁଛି ପ୍ଲାଷ୍ଟିକ୍‌, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଆବର୍ଜନା। ତେବେ ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛା ଓ ଲୋକଙ୍କ ସହଯୋଗ ଏହି ଚିତ୍ରକୁ ଯେ ବଦଳାଇ ଦେଇପାରେ ତାହାର ଏକ ଉଦାହରଣ ହେଉଛନ୍ତି ରାଜସ୍ଥାନ ଯୋଧପୁରର ପଣ୍ଡିତ ଜୀବରାଜ ଶ୍ରୀମାଳୀ। ୨୦୧୬ରେ ରୋକାଡିୟା ବାଲାଜୀ ମନ୍ଦିର ନିକଟସ୍ଥ ‘ଗୁରୁଓ କା ତାଲାବ’ ଅଳିଆ ପକାଇବାର ସ୍ଥାନ ପାଲଟିଥିଲା।

RMC ନିର୍ବାଚନ ପାଇଁ ଅଙ୍କକଷା; ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ

ପୂଜା ପରେ ଫୁଲ, ମୂର୍ତ୍ତି, ଧାର୍ମିକ ପୁସ୍ତକ, ଫଟୋ, ପ୍ଲାଷ୍ଟିକ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପାଣିରେ ପକାଯାଉଥିଲା। ଏହା ଦେଖି ଶ୍ରୀମାଳୀ ଲୋକଙ୍କୁ ସଚେତନ କରିବା ସହ ଯୋଧପୁର ମ୍ୟୁନିସିପାଲ୍‌ କର୍ପୋରେସନ ସହ ମିଶି ସଫେଇ ଅଭିଯାନ ଆରମ୍ଭ କରିଥିଲେ। ପୂଜା ସାମଗ୍ରୀ, କପଡ଼ା ଓ ପ୍ଲାଷ୍ଟିକ୍‌ ପାଇଁ ଅଲଗା ଡଷ୍ଟବିନ୍‌ ରଖାଗଲା। ପୋଖରୀ ଚାରିପାଖରେ ସିସିଟିଭି ମଧ୍ୟ ଲଗାଗଲା। ଅଳିଆ ପକାଉଥିବା ବ୍ୟକ୍ତିଙ୍କୁ ନିଜେ ସେହି ଆବର୍ଜନା ସଫା କରିବାକୁ କୁହାଯାଉଥିଲା। ଏହା ସହ ୨୦୧୮ରେ ଶ୍ରୀମାଳୀ ଓ ସ୍ଥାନୀୟ ବାସିନ୍ଦାମାନେ ପୋଖରୀ ସୁରକ୍ଷା ପାଇଁ ରାଜସ୍ଥାନ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ। ୨୦୧୯ରେ ପୋଖରୀ ସଫା କରିବା ଓ ମୂର୍ତ୍ତି ବିସର୍ଜନ ରୋକିବା ଦିଗରେ ପଦକ୍ଷେପ ନିଆଗଲା।

Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ

ପ୍ରାୟ ୧୦ ବର୍ଷ ଧରି ଚାଲିଥିବା ଏହି ଅଭିଯାନ ଏବେ ଯୋଧପୁରର ୫ଟି ଅବହେଳିତ ପୋଖରୀ ପର୍ଯ୍ୟନ୍ତ ପହଞ୍ଚିଛି। ଏହି ସମୟରେ ୫ ଟନ୍‌ରୁ ଅଧିକ ଆବର୍ଜନା ହଟାଯାଇଥିବା ବେଳେ ୩୫୦ରୁ ଅଧିକ ଗଛ ଲଗାଯାଇଛି। ମୂର୍ତ୍ତି ବିସର୍ଜନ ପାଇଁ ଅଲଗା ଟାଙ୍କି ମଧ୍ୟ ତିଆରି କରାଯାଇଛି। ୨୦୨୩ରେ ପୋଖରୀ ଜମିରେ ଅବୈଧ ନିର୍ମାଣ ଓ ଡ୍ରେନ୍‌ ପାଣି ପ୍ରବେଶକୁ ନେଇ ଶ୍ରୀମାଳୀ ପୁଣି ଜନସ୍ୱାର୍ଥ ମାମଲା କରିଥିଲେ। ୨୦୨୬ ଅଗଷ୍ଟରେ ପରିବେଶ ସୁରକ୍ଷା ଓ ପ୍ରାକୃତିକ ଜଳସ୍ରୋତ ସଫା ପାଇଁ ତାଙ୍କୁ ‘ବୀର ଦୁର୍ଗାଦାସ ରାଠୋର ସମ୍ମାନ’ ପ୍ରଦାନ କରାଯାଇଛି।  ତାଙ୍କ ମତରେ ପୋଖରୀକୁ କେବଳ ସଫା କରିଦେଲେ ହେବନାହିଁ, ଏହାକୁ ପୁଣି ଅଳିଆ ହେବାରୁ ରକ୍ଷା କରିବା ପାଇଁ ଲୋକଙ୍କ ଅଭ୍ୟାସ ବଦଳିବା ଦରକାର।

Karam festival: କୁଡୁମି ସମାଜର କରମ ପରବ ଉପଲକ୍ଷେ ଝୁମର ଆସର

Read Entire Article
LEFT SIDEBAR AD

Hidden in mobile, Best for skyscrapers.