Environmental organization: ପରିବେଶ ସଂଗଠନ: ରେନ୍‌ଫରେଷ୍ଟ ଆକ୍ସନ ନେଟ୍‌ୱର୍କ

4 days ago 4
ARTICLE AD BOX

ସବୁଜ ବନ ହେଉଛି ଆମ ଜୀବନର ଆଧାର। ଏହି ବନ ଆମକୁ ଅମ୍ଳଜାନ ଯୋଗାଇବା ସହିତ ଜଳବାୟୁକୁ ସନ୍ତୁଳିତ ରଖେ ଏବଂ ଅସଂଖ୍ୟ ପ୍ରାଣୀ ଓ ଆଦିବାସୀ ସମୁଦାୟଙ୍କର ବାସସ୍ଥାନ। ମାତ୍ର ଶିଳ୍ପାୟନ, ଜଙ୍ଗଲ କ୍ଷୟ ଓ ପରିବେଶ ପ୍ରଦୂଷଣ ଯୋଗୁଁ ଆଜି ବର୍ଷାବନ ଗୁରୁତର ସଙ୍କଟରେ ପଡ଼ିଛି। ଏଭଳି ସ୍ଥିତିରେ ବିଶ୍ୱସ୍ତରରେ ବନ ଓ ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ଏକ ପ୍ରମୁଖ ସଂଗଠନ ହେଉଛି  ରେନ୍‌ଫରେଷ୍ଟ ଆକ୍ସନ୍‌ ନେଟୱର୍କ (ଆର୍‌ଏଏନ୍‌)।

Horoscope 2026 August 11: ଜାଣନ୍ତୁ ଆଜିର ରାଶିଫଳ...

ଆର୍‌ଏଏନ୍‌ ୧୯୮୫ ମସିହାରେ ରାନ୍‌ଡି ହେୟସ୍ ଓ ମାଇକ୍ ରସେଲ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହାର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର କାଲିଫର୍ନିଆ ରାଜ୍ୟର ସାନ୍ ଫ୍ରାନ୍‌ସିସ୍କୋ ସହରରେ ଅବସ୍ଥିତ। ସଂଗଠନର ପ୍ରମୁଖ ଲକ୍ଷ୍ୟ ହେଉଛି ରେନ୍‌ଫରେଷ୍ଟର ସୁରକ୍ଷା, ଜଳବାୟୁ ପରିବର୍ତ୍ତନକୁ ରୋକିବା, ଆଦିବାସୀ ସମୁଦାୟଙ୍କ ଅଧିକାରକୁ ରକ୍ଷା କରିବା ଏବଂ ପରିବେଶକୁ କ୍ଷତି କରୁଥିବା ବ୍ୟାବସାୟିକ ବ୍ୟବସ୍ଥା ବିରୋଧରେ ଜନସଚେତନତା ସୃଷ୍ଟି କରିବା। ଆର୍‌ଏଏନ୍‌ର ଏକ ବଡ଼ ସଫଳତା ୧୯୮୭ ମସିହାରେ ଦେଖିବାକୁ ମିଳିଥିଲା। ସେହି ସମୟରେ ସଂଗଠନଟି ବର୍ଗର କିଙ୍ଗ୍‌ର ବ୍ୟାବସାୟିକ ନୀତି ବିରୋଧରେ ଏକ ଅଭିଯାନ ଚଳାଇଥିଲା। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆମେରିକାର ବର୍ଷାବନ ଧ୍ୱଂସ ସହିତ ଗୋମାଂସ ଯୋଗାଣ ବ୍ୟବସ୍ଥା ଉପରେ ଧ୍ୟାନ ଆକର୍ଷଣ କରିବା। ଏହି ଅଭିଯାନର ଚାପ ଓ ଜନସଚେତନତା ପ୍ରଭାବରେ ବର୍ଗର କିଙ୍ଗ୍ ପ୍ରାୟ ୩୧ ମିଲିୟନ୍ ଡଲାରର ଗୋମାଂସ ଚୁକ୍ତି ବାତିଲ କରିଥିଲା। ଏହି ଘଟଣା ଆର୍‌ଏଏନ୍‌ ପାଇଁ ଏକ ଐତିହାସିକ ସଫଳତା ଥିଲା। ଏହି ସଂସ୍ଥା ଜନସଚେତନତା, ଅହିଂସାପୂର୍ଣ୍ଣ ଅଭିଯାନ ଓ ସାମାଜିକ ଚାପ ମାଧ୍ୟମରେ ବଡ଼ ବ୍ୟାବସାୟିକ ସଂସ୍ଥାମାନଙ୍କ ନୀତିରେ ମଧ୍ୟ ପରିବର୍ତ୍ତନ ଆଣିଥିଲା। ଏହି ସଫଳତା ପରେ ଆର୍‌ଏଏନ୍‌ କେବଳ ଆମେରିକାରେ ନୁହେଁ, ବରଂ ବିଶ୍ୱର ଅନେକ ସ୍ଥାନରେ ଏକ ପରିଚିତ ପରିବେଶ ସଂଗଠନ ଭାବେ ଖ୍ୟାତି ଅର୍ଜନ କରିଥିଲା।

କଳା ବିକାଶ କେନ୍ଦ୍ରର ‘ନୃତ୍ୟୋଦ୍ଭବ’

ଆର୍‌ଏଏନ୍‌ର କାର୍ଯ୍ୟକଳାପ କେବଳ ବନ ସୁରକ୍ଷାରେ ସୀମିତ ନୁହେଁ। ଏହା କାଠ, କାଗଜ, ଫ୍ୟାସନ୍, ବ୍ୟାଙ୍କିଙ୍ଗ୍‌, ଯାନବାହନ ଏବଂ ପାମ୍ ତେଲ ଶିଳ୍ପରେ ପରିବେଶ-ବାନ୍ଧବ ନୀତି ପ୍ରଚଳନ ପାଇଁ ବଡ଼ ବଡ଼ କମ୍ପାନି ଉପରେ ସାମାଜିକ ଚାପ ସୃଷ୍ଟି କରେ। ଶିକ୍ଷା, ଗଣସଚେତନତା, ଅହିଂସାପୂର୍ଣ୍ଣ ଆନ୍ଦୋଳନ ଓ ସ୍ଥାନୀୟ ସମୁଦାୟଙ୍କ ସହ ସହଯୋଗ ମାଧ୍ୟମରେ ସଂଗଠନଟି ତାହାର ଲକ୍ଷ୍ୟ ପୂରଣ କରୁଛି।  ଯଦିଓ ସଂଗଠନଟି କେତେକ ବିବାଦର ସମ୍ମୁଖୀନ ହୋଇଛି, ତଥାପି ପରିବେଶ ସୁରକ୍ଷା କ୍ଷେତ୍ରରେ ଏହାର ଅବଦାନ ଅତ୍ୟନ୍ତ ଉଲ୍ଲେଖନୀୟ। ବନ ସଂରକ୍ଷଣ, ଜଳବାୟୁ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ପାଇଁ ଆର୍‌ଏଏନ୍‌ ବିଶ୍ୱର ବିଭିନ୍ନ ଦେଶରେ ଲୋକମାନଙ୍କୁ ସଚେତନ କରୁଛି।  ଶେଷରେ କୁହାଯାଇପାରେ ଯେ ରେନ୍‌ଫରେଷ୍ଟ ଆକ୍ସନ ନେଟ୍‌ୱର୍କ କେବଳ ଏକ ପରିବେଶ ସଂଗଠନ ନୁହେଁ, ବରଂ ପୃଥିବୀର ଭବିଷ୍ୟତକୁ ସୁରକ୍ଷିତ ରଖିବାର ଏକ ବିଶ୍ୱସ୍ତରୀୟ ଆନ୍ଦୋଳନ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.