ARTICLE AD BOX
ଭୁବନେଶ୍ବର: ଦେଶର ଶ୍ରେଷ୍ଠ ୫ ଗୋଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟରେ କେନ୍ଦୁଝର ଜିଲ୍ଲାର ରାଙ୍କିସ୍ଥିତ EMRS ସ୍ଥାନ ପାଇବା ସମଗ୍ର ଓଡ଼ିଶା ପାଇଁ ଏକ ଐତିହାସିକ ଓ ଗୌରବମୟ ମୁହୂର୍ତ୍ତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୋହନ ଚରଣ ମାଝୀ କହିଛନ୍ତି, ଏହି ସଫଳତା କେବଳ ଏକ ପୁରସ୍କାର ନୁହେଁ, ବରଂ ଆମ ଜନଜାତି ଛାତ୍ରଛାତ୍ରୀଙ୍କ ଅଦମ୍ୟ ଇଚ୍ଛାଶକ୍ତି, ପ୍ରତିଭା ଏବଂ ସମର୍ପିତ ଶିକ୍ଷକମାନଙ୍କ ନିରନ୍ତର ସାଧନାର ପରିଚୟ। ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଜନଜାତି ବର୍ଗର ପିଲାମାନେ କିପରି ରାଷ୍ଟ୍ର ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ, ରାଙ୍କି EMRS ତାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି।
ବିଦ୍ୟାଳୟର ସମସ୍ତ କୃତୀ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ପରିଚାଳନା କର୍ତ୍ତୃପକ୍ଷଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଆମ ସରକାର ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ଏବଂ ପ୍ରତିଟି ପିଲାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ।

3 days ago
3


