ARTICLE AD BOX
କାମାକ୍ଷାନଗର: ଜଙ୍ଗଲରେ ଦୁଇ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗୋଟିଏ ୧୨ ବର୍ଷର ହାତୀ, ଅନ୍ୟଟି ଶିଶୁ ହାତୀ। ମାତ୍ର ୫୦୦ ମିଟର ବ୍ୟବଧାନରେ ପଡ଼ିଛି ଦୁଇଟି ହାତୀଙ୍କ ମୃତଦେହ। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରଣୀ ଫରେଷ୍ଟ ଅନ୍ତର୍ଗତ ଗୋଦରବିଲ୍ଲି ଅଞ୍ଚଳରୁ ମିଳିଛି ଏହି ମୃତଦେହ। ତେବେ ଦୁଇ ହାତୀଙ୍କ ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ। ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗର ତଦନ୍ତ ଜାରି ରହିଛି।
ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ
କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ଅଁଳାବେରଣୀ ଫରେଷ୍ଟ ଅଧୀନ ଗୋଦରବିଲ୍ଲି ଜଙ୍ଗଲରେ ଘଟିଛି ଏହି ଘଟଣା। ତେବେ ଏତେ କମ୍ ଦୂରତାରେ ଦୁଇଟି ହାତୀଙ୍କ ମୃତଦେହ ମିଳିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାତୀ ଦୁଇଟିଙ୍କ ମୃତ୍ୟୁ କିପରି ଓ କେଉଁ କାରଣରୁ ହୋଇଛି, ତାହା ଏବେ ବି ରହସ୍ୟ ଘେରରେ। ଖବର ପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
Seized: ଜଗତସିଂହପୁରରେ ଚଢ଼ାଉ: ଚୋରାଚାଲାଣ କରୁଥିବା ୧୧ଟି ବାଲି ବୋଝେଇ ହାଇୱା ଜବତ

2 days ago
3


