Electricity tariff: ଶିଳ୍ପସଂସ୍ଥାକୁ ୟୁନିଟ୍‌ ପିଛା ବିଦ୍ୟୁତ୍‌ ଶୁଳ୍କ ୫୦ପଇସା ଛାଡ଼: ଅକ୍ଷୟ ଶକ୍ତି ବ୍ୟବହାର ବଢ଼ାଇବାକୁ ନୀତିରେ ସଂଶୋଧନ

2 days ago 6
ARTICLE AD BOX

ଭୁବନେଶ୍ବର: ରାଜ୍ୟରେ ଅକ୍ଷୟ ଶକ୍ତିର ବ୍ୟବହାରକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଆଜି ଓଡ଼ିଶା ଅକ୍ଷୟ ଶକ୍ତି ନୀତି,୨୦୨୨ର କେତେକ ବ୍ୟବସ୍ଥାରେ ସଂଶୋଧନ କରିଛନ୍ତି। ଆଜି ରାଜ୍ୟ କ୍ୟାବିନେଟ୍‌ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଏହି ନୀତି ଅବଧି ମଧ୍ୟରେ ରାଜ୍ୟରେ ସ୍ଥାପିତ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ବିଦ୍ୟୁତ୍‌ ବ୍ୟବହାର କରୁଥିବା ‌ଯୋଗ୍ୟ ନେଟ୍ ମିଟରିଂ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଶୁଳ୍କ (ଇଲେକ୍ଟ୍ରିସିଟି ଡ୍ୟୁଟି) ୟୁନିଟ୍‌ ପିଛା ୫୦ପଇସା ଛାଡ଼ କରାଯିବ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ୧୦ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ରାଜ୍ୟ ସରକାରଙ୍କ ଏହି ନିୟମ ଦ୍ବାରା ରାଜ୍ୟରେ ବିଶେଷକରି ଶିଳ୍ପ ସଂସ୍ଥା ଉପକୃତ ହେବେ। କାରଣ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରୁଥିବା ସଂସ୍ଥା ଏବେ ୭୦% ତାପଜ ବିଦ୍ୟୁତ୍‌ ବ୍ୟବହାର କରୁଥିବାବେଳେ ୩୦% ଅକ୍ଷୟ ଶକ୍ତି ବ୍ୟବହାର କରୁଛନ୍ତି। ଏହି ଅକ୍ଷୟ ଶକ୍ତି ବ୍ୟବହାର ପାଇଁ ଶିଳ୍ପ ସଂସ୍ଥା ପ୍ରତି ୟୁନିଟ୍‌ ପିଛା ୬୦ପଇସା ବିଦ୍ୟୁତ୍‌ ଶୁଳ୍କ ଦେଉଥିବାବେଳେ ଏବେ ମାତ୍ର ୧୦ପଇସା ଦେବେ। ହେଲେ ପିଏମ୍ ସୂର୍ଯ୍ୟଘର ଯୋଜନାରେ ଯେଉଁମାନେ ଘରର ଛାତ ଉପରେ ସୌର ପ୍ରକଳ୍ପ କରିଛନ୍ତି ସେମାନେ ବିଶେଷ ଉପକୃତ ହେବେନି। ଏହାସହ ସ୍ବତନ୍ତ୍ର ବ୍ୟାଟେରି ଶକ୍ତି ସଂରକ୍ଷଣ ପ୍ରଣାଳୀ ପାଇଁ ପ୍ରତି ୟୁନିଟ୍‌ ପିଛା ୨୦ ପଇସା ରାଜ୍ୟ ସଞ୍ଚାରଣ ୟୁଟିଲିଟି (ଏସ୍‌ଟିୟୁ) ଶୁଳ୍କ ଛାଡ଼ କରାଯିବ ବୋଲି ନିଷ୍ପତ୍ତି ହୋଇଛି। 

Strait of Hormuz: ଆମେରିକା ଇରାନର ସର୍ତ୍ତ ନ ମାନିଲେ ଖୋଲିବନି ହର୍ମୁଜ୍‌: ରେଜାଇ

ସେହିପରି ପ୍ରଥମେ ଆସ, ପ୍ରଥମେ ପାଅ ବ୍ୟବସ୍ଥାରେ ପବନ ଶକ୍ତି ପ୍ରକଳ୍ପ ବଣ୍ଟନ ପାଇଁ ବର୍ତ୍ତମାନ ରହିଥିବା ୫୦୦ ମେଗାୱାଟ୍ ସାମଗ୍ରିକ ସୀମାକୁ ହଟାଇ ଦିଆଯାଇଛି। ଅର୍ଥାତ୍ ଯେତେ ମେଗାୱାଟ୍‌ର ପବନ ଶକ୍ତି ପ୍ରକଳ୍ପ ବସାଇଲେ ବି ରାଜ୍ୟ ସରକାରଙ୍କ ସୁବିଧା ମିଳିବ। ରାଜ୍ୟରେ ଯେପରି ସର୍ବସାଧାରଣ ସ୍ଥାନରେ ଅଧିକ ଅକ୍ଷୟ ଶକ୍ତି ବ୍ୟବହାର ହେବ ସେଥିପାଇଁ ପବନ ଶକ୍ତି ପାର୍କ ସ୍ଥାପନ ଓ ବିକାଶକୁ ପ୍ରୋତ୍ସାହନ ଦିଆଯାଇଛି। ନବୀକରଣଯୋଗ୍ୟ ଶକ୍ତିର କ୍ୟାପ୍ଟିଭ୍ ପ୍ରକଳ୍ପଗୁଡ଼ିକ ପାଇଁ କ୍ଷମତାର ସର୍ବାଧିକ ୨୫% ପର୍ଯ୍ୟନ୍ତ ‘ପ୍ରଥମ ପ୍ରତ୍ୟାଖ୍ୟାନ ଅଧିକାର’ ପ୍ରଦାନ କରାଯାଇଛି। କାର୍ଯ୍ୟାନ୍ବୟନ ନିର୍ଦ୍ଦେଶାବଳୀର ସମନ୍ବୟକରଣ କରାଯିବା ସହ ପୁରାତନ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ବୟନ ପାଇଁ ଗ୍ରିଡ୍‌କୋକୁ ନୋଡାଲ ସଂସ୍ଥା ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ଶକ୍ତି ବିଭାଗ ପ୍ରସ୍ତାବ ଦେଇଥିବା ଓଡ଼ିଶା ପମ୍ପଡ୍‌ ଷ୍ଟୋରେଜ୍ ପ୍ରୋଜେକ୍ଟ (ପିଏସ୍‌ପି) ନୀତିର ପରିଚାଳନା ନିର୍ଦ୍ଦେଶାବଳୀରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛି। ରାଜ୍ୟ ସରକାର ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ସରୁ ପ୍ରାୟ ୧୧,୦୦୦ ମେଗାୱାଟ୍ ବିଦ୍ୟୁତ୍‌ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି।

ଅକ୍ଷୟ ଶକ୍ତି ବ୍ୟବହାର ବଢ଼ାଇବାକୁ ନୀତିରେ ସଂଶୋଧନ
ପାର୍ବତୀ ଗିରି ଯୋଜନାରେ ୫ବର୍ଷରେ ଖର୍ଚ୍ଚ ହେବ ୧୨,୪୫୮ କୋଟି
୬୮୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୩୮୯କୋଟି

ଏହା ମାର୍ଚ୍ଚ ୩୧, ୨୦୩୦ ପର୍ଯ୍ୟନ୍ତ ଲାଗୁ ହେବ ବୋଲି କୁହାଯାଇଛି। ଏହି ନୀତିର ଉଦ୍ଦେଶ୍ୟ ହେଉଛି ପମ୍ପଡ୍‌ ଷ୍ଟୋରେଜ୍ ହାଇଡ୍ରା ପ୍ରୋଜେକ୍ଟ (ପିଏସ୍‌ପି)କୁ ସୁବିଧାଜନକ କରିବା, ଯାହା ଶକ୍ତି ପରିବର୍ତ୍ତନର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ଭାବେ ଉଭା ହୋଇଛି। ପିଏସ୍‌ପିଗୁଡ଼ିକ ଅଫ୍‌-ପିକ୍ ସମୟରେ ଅତିରିକ୍ତ ବିଦ୍ୟୁତ୍‌ ସଂରକ୍ଷଣ କରନ୍ତି ଏବଂ ସର୍ବାଧିକ ଚାହିଦା ସମୟରେ କିମ୍ବା ଅକ୍ଷୟ ଶକ୍ତିର ଉପଲବ୍ଧତା କମ୍‌ ଥିବା ସମୟରେ ଏହାକୁ ଯୋଗାଇ ଦେଇଥାନ୍ତି। ଏହି ନୀତି ଭିତ୍ତିଭୂମି ସହାୟତା ସହିତ ବିଭିନ୍ନ ପ୍ରକାରର ସହାୟତା ଏବଂ ପ୍ରୋତ୍ସାହନ ପ୍ରଦାନ କରିଥାଏ। ଯଥା ବିଦ୍ୟୁତ୍‌ ଶୁଳ୍କ, କ୍ରସ୍‌ ସବ୍‌ସିଡି ସରଚାର୍ଜ, ହ୍ବିଲିଂ ଚାର୍ଜ ଏବଂ ଏସ୍‌ଟିୟୁ ଚାର୍ଜରୁ ଛାଡ଼, କୌଣସି ଜଳ ସେସ୍ ନାହିଁ, ମାଗଣା ବିଦ୍ୟୁତ୍‌ ଯୋଗାଣ ଏବଂ ଲୋକାଲ ଏରିଆ ଡେଭଲପ୍‌ମେଣ୍ଟ ଫଣ୍ଡ ସୁବିଧା ରହିଛି। 

UPSC: ୟୁପିଏସ୍‌ସି ପରି ପରୀକ୍ଷା ପାଇଁ ମାଗଣା ଅନ୍‌ଲାଇନ୍‌ କୋଚିଂ ଦେବେ ଉତ୍ତରାଖଣ୍ଡ ସରକାର

ସେହିପରି ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପରେ ୫ବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲାରେ ମୋଟ୍ ୧୬୧ଟି ପ୍ରକଳ୍ପରେ ୨,୬୨,୨୭୫ ହେକ୍ଟର ଜମିକୁ ଜଳସେଚିତ କରିବାକୁ ୧୨,୪୫୮କୋଟି ଖର୍ଚ୍ଚ  ହେବ। ଏହାକୁ  ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ପୂର୍ବରୁ ଏହି ଯୋଜନାରେ ୨୩ଟି ଜିଲ୍ଲାରେ ୨୦୯ଟି ମେଗା ଉଠା ଜଳସେଚନ ପ୍ରକଳ୍ପରେ ୨.୬୬ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରାଯାଇଛି। ଏହାବାଦ୍ ‘ଜଳାଶୟ ଏବଂ କ୍ଷୁଦ୍ର ଉଠାଜଳସେଚନ ପ୍ରକଳ୍ପର ଉନ୍ନତୀକରଣ- ପର୍ଯ୍ୟାୟ-୩’କୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ୪ବର୍ଷରେ ୩୮୯କୋଟି ବ୍ୟୟରେ ୧୫,୭୦୦ ହେକ୍ଟର ହଜିଯାଇଥିବା ଜଳସେଚନ କ୍ଷେତ୍ରକୁ ପୁନରୁଦ୍ଧାର କରାଯିବ। ରାଜ୍ୟର ୬୮୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.