ARTICLE AD BOX
ଜୟପୁର: ହିନ୍ଦୁତ୍ବ ରାଜନୀତିକୁ ନେଇ ସ୍ବର ଉତ୍ତୋଳନ କରୁଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ପ୍ରମୁଖ ନେତା ତଥା ସାତ ଥରର ପୂର୍ବତନ ବିଧାୟକ ରାଜେନ୍ଦ୍ର ରାଠୋର ନିର୍ବାଚନ ରାଲିରେ କଲମା ପଢ଼ି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ରାଠୋର ସମ୍ପ୍ରତି ରାଜସ୍ଥାନର ଚୁରୁରେ ଏକ ସାଧାରଣ ସଭାରେ ଇସଲାମର ପ୍ରଥମ କଲମା ପାଠ କରିଥିଲେ। ତାଙ୍କ ବୋହୂ କନିକା ସିଂହ ଚୁରୁ ଜିଲ୍ଲା ପରିଷଦ ନିର୍ବାଚନରେ ​​ୱାର୍ଡ ୨୩ ରୁ ନିର୍ବାଚନ ଲଢ଼ୁଛନ୍ତି।
ମୁଁ ଜାଣିଛି କଲମା କ’ଣ?
ପିଥିସର୍ ଗାଁରେ ଏକ ଜନସଭାକୁ ସମ୍ବୋଧିତ କରି ବିଜେପି ବିଧାୟକ କହିଥିଲେ, ମୋର ଗୋଟିଏ ନିବେଦନ ଈଶ୍ବର ଜଣେ (ଖୁଦା ଜଣେ, ଭଗବାନ ଜଣେ) । ଏହାପରେ ସେ ‘ଲା ଇଲାହା ଇଲ୍ଲଲ୍ଲାହ ମୁହମ୍ମଦୂର ରସୁଲୁଲ୍ଲାହ’ କଲମା ପଢ଼ିଥିଲେ। ଇସଲାମରେ ଏହାର ଅର୍ଥ, ଆଲ୍ହାଙ୍କ ବ୍ୟତୀତ ଆଉ କୌଣସି ଈଶ୍ବର ପୂଜା ଯୋଗ୍ୟ ନୁହନ୍ତି। ମହମ୍ମଦ ଆଲ୍ହାଙ୍କ ଦୂତ। ଏହାପରେ ସେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା ‘ଈଶ୍ବର ଆଲ୍ହା ତେରୋ ନାମ୍, ସବ୍କୋ ସଦ୍ବୁଦ୍ଧି ଦେ ଭଗବାନ...’ ଆମେ ସମସ୍ତେ ଏକ ଓ ଆମ ଭିତରେ ଗୋଟିଏ ରକ୍ତ ପ୍ରବାହିତ ହେଉଛି ବୋଲି କହିଥିଲେ। ରାଠୋରଙ୍କ ବୋହୂ ମଧ୍ୟ ଏକ ନିର୍ବାଚନୀ ସଭାରେ ‘ଅସଲାମୁ ଅଲେକୁମ୍’ କହି ଲୋକମାନଙ୍କୁ ସ୍ୱାଗତ କରିଥିଲେ। ସେ ଯେଉଁ ୱାର୍ଡରୁ ନିର୍ବାଚନ ଲଢ଼ୁଛନ୍ତି ସେଠାରେ କାୟମଖାନି ମୁସଲମାନମାନଙ୍କର ସଂଖ୍ୟା ଅଧିକ।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା
କଲମା ପଢ଼ିବାକୁ ନେଇ ରାଠୋରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା ପରେ ବିଜେପି ରାଜ୍ୟ ସଭାପତି ମଦନ ରାଠୋର କହିଛନ୍ତି, ଏହା କଲମା ନୁହେଁ। ଲୋକମାନେ କଲ୍ମା ଶବ୍ଦ ବ୍ୟବହାର କରୁଛନ୍ତି କାରଣ ସେମାନେ ଜାଣିନାହାନ୍ତି। ମୁଁ ଜାଣିଛି କଲମା କ’ଣ? ଏହା ଆଦୌ କଲମା ନଥିଲା ବୋଲି କହି ରାଠୋରଙ୍କ ପକ୍ଷ ରଖିଥିଲେ। ତେବେ କଂଗ୍ରେସ ମୁଖପାତ୍ର ସ୍ୱର୍ଣ୍ଣିମ ଚତୁର୍ବେଦୀ କହିଛନ୍ତି, ଆର୍ଏସ୍ଏସ୍ ଓ ବିଜେପିର ବିଚାରଧାରା ସମାଜକୁ ବିଭାଜିତ କରିବା, କିନ୍ତୁ ଭୋଟ ପାଇଁ ସେମାନେ ଏବେ ମହାତ୍ମା ଗାନ୍ଧୀଙ୍କ ସ୍ତୁତି ଗାନ କରୁଛନ୍ତି। ସେମାନେ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ସଂଖ୍ୟାଲଘୁ ପ୍ରାର୍ଥୀଙ୍କୁ ଟିକେଟ୍ ଦିଅନ୍ତି ନାହିଁ। ଲୋକମାନେ ସେମାନଙ୍କର ଉଦ୍ଦେଶ୍ୟ ଜାଣନ୍ତି ଓ ସେମାନେ ଭ୍ରମିତ ହେବେ ନାହିଁ। ସେମାନେ ସମାଜକୁ ବିଭାଜିତ କରୁଥିବା ବିଚାରଧାରା ବିରୋଧରେ ଭୋଟ୍ ଦେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରାଠୋର ୧୯୯୦ ରୁ ୨୦୨୩ ମଧ୍ୟରେ ଲଗାତାର ସାତଟି ବିଧାନସଭା ନିର୍ବାଚନ ଜିତିଥିଲେ।

2 days ago
2


