Educational institutions: ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ଜ୍ଞାନ ପ୍ରଦାନ କରାଯାଉ: ପୃଥ୍ବୀରାଜ ହରିଚନ୍ଦନ

2 hours ago 1
ARTICLE AD BOX

କଟକ: ଛାତ୍ର ଜୀବନର ଶୃଙ୍ଖଳା ଭବିଷ୍ୟତରେ ସଫଳତା ଆଣିଥାଏ। ସ୍କୁଲ ଓ କଲେଜରେ ଶିକ୍ଷା ପ୍ରଦାନ ସହ କର୍ତ୍ତୃପକ୍ଷ  ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳାର ସହ ଆଗକୁ ବଢ଼ିବାର ଜ୍ଞାନ ପ୍ରଦାନ କରନ୍ତୁ। ସମାଜରେ ସୁଧାର ଆଣିବା ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଛାତ୍ର ଜୀବନରେ ସଫଳତା ପାଇବା ତୁଳନାରେ ପ୍ରଥମେ ଭଲ ମଣିଷ ହେବାକୁ ଲକ୍ଷ୍ୟ ରଖ। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପ୍ରଥମେ ଶୃଙ୍ଖଳା ଶିଖାନ୍ତୁ। ଜୀବନରେ ଆଗକୁ ଚାଲିବା ସମୟରେ ଏହି ଶୃଙ୍ଖଳା ତାକୁ କେଉଁଠି ହାରିବାକୁ ଦେବ ନାହିଁ। ଇଷ୍ଟର୍ଣ୍ଣ ମିଡିଆ ଲିମିିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ତ୍ରିଶୂଳିଆ, ନରଣପୁରସ୍ଥିତ କେଏମ୍‌ବିବି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍ସର ଓରିଏଣ୍ଟେସନ୍‌(ଅନୁସ୍ଥାପନ) କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ ତଥା ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଠଗଡ଼ ଉପଜିଲ୍ଲାପାଳ ତଥା ପ୍ରଶାସନିକ ଅଧିକାରୀ ପ୍ରହଲ୍ଲାଦ ନାରାୟଣ ଶର୍ମା କହିଥିଲେ ଯେ ଆଜିର ଛାତ୍ରଛାତ୍ରୀ ସେମାନଙ୍କ ମନକୁ ପଚାରନ୍ତୁ।

Pay commission: ଅଷ୍ଟମ ବେତନ କମିସନ୍‌ର ଭୁବନେଶ୍ବର ଗସ୍ତ ଆଜିଠାରୁ

କେଏମ୍‌ବିବି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍ସର ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ

ସେମାନଙ୍କୁ‌ ଯେଉଁ ବିଷୟ ପଢ଼ିବାକୁ ଭଲ ଲାଗୁଛି ବା ସେମାନେ ଯାହା ହେବାକୁ ଇଚ୍ଛା କରୁଛନ୍ତି ତାହା ବାଛନ୍ତୁ। ଅନ୍ୟକାହାର ଚାପରେ ଆସି ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ ନାହିଁ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ, ଅଭିଭାବକମାନେ ପିଲାମାନଙ୍କ ଭବିଷ୍ୟତ ଯୋଜନା କରିବା ସମୟରେ ନିଜ ସ୍ବାର୍ଥକୁ କମ୍‌ ଓ ପିଲାର ରୁଚିକୁ ଅଧିକ ଗୁରୁତ୍ବ ଦିଅନ୍ତୁ। ପିଲା ଆଗ୍ରହ ରଖୁଥିବା ବିଷୟ ପଢ଼ିବାକୁ ସୁଯୋଗ ମିଳୁ। ଏପରି ହେଲେ ସେ ଜୀବନରେ ସଫଳ ମଣିଷ ହେବା ସହ ବାପା, ମା’ଙ୍କ ସ୍ବପ୍ନକୁ ପୂରଣ କରିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଛାତ୍ରଛାତ୍ରୀ ଜୀବନରେ ସଫଳତା ପାଇବାକୁ ହେଲେ ପ୍ରଥମେ ବାପା, ମା’ଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ମାତୃଭାଷା ଓ ମାତୃଭୂମି ପ୍ରତି ନିଜର ଭଲ ପାଇବାକୁ କାର୍ଯ୍ୟରେ ପରିଣତ କରିବା ଦରକାର। ଜୀବନରେ ଯେଉଁ କାର୍ଯ୍ୟ ମିଳିବ ତାକୁ ନିଷ୍ଠାର ସହ କରିବାକୁ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ କହିଛନ୍ତି। 

Similipal Protection: ଶିମିଳିପାଳର ସୁରକ୍ଷା ଓ ଦାଦନ ଦୂରୀକରଣ ନେଇ ମଶାଲ ଶୋଭାଯାତ୍ରା

ଉତ୍ସବରେ ‘ସମ୍ବାଦ-କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ କହିଥିଲେ, ଛାତ୍ରଛାତ୍ରୀଙ୍କ ଜୀବନରେ ପାଠପଢ଼ା ସହିତ ସଂସ୍କାର ଓ ଶୃଙ୍ଖଳା ଶିକ୍ଷା ଲାଭ କରିବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ଛାତ୍ର ଜୀବନର ପ୍ରତ୍ୟେକ ଦିନକୁ ଶୃଙ୍ଖଳାର ସହ କାଟିଲେ ଏକ ସୁନ୍ଦର ଭବିଷ୍ୟତ ଗଠନ କରିବାରେ ଏହା ସାହାଯ୍ୟ କରେ। ମୋବାଇଲ ଫୋନ୍‌ର ଉପଯୁକ୍ତ ବ୍ୟବହାର କରିପାରିଲେ ସଫଳତା ପାଇବା ସହଜ ହୋଇଥାଏ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। କେଏମ୍‌ବିବି ଗ୍ରୁପର ନିର୍ଦ୍ଦେଶକ(ପ୍ରଶାସନ) ପ୍ରଫେସର ସରୋଜ କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କୁ ଆସନ୍ତା ଦୁଇବର୍ଷ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। କେଏମ୍‌ବିବି ଅଧ୍ୟକ୍ଷ ଡକ୍ଟର ବିଜୁନି ଚରଣ ସୂତାର ସ୍ବାଗତ ଭାଷଣ ଓ ଅତିଥି ପରିଚାୟ ପ୍ରଦାନ କରିଥିଲେ। ସଭାରେ ୪୭ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କାର‌ ଲେଖାଏଁ ଚେକ୍‌ ପ୍ରଦାନ କରାଯାଇଛି। ଅଧ୍ୟାପିକା ମୋନାଲିସା ନାୟକ ଓ ସୁଭାସିନୀ ସ୍ବାଇଁ ମଞ୍ଚ ପରିଚାଳନା କରିଥିଲେ। ଡିନ୍‌ ମିନତି ପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.