ARTICLE AD BOX
ବିଜୟ ସ୍ବାଇଁ
ଯୁଯୁମୁରା: ସମ୍ବଲପୁରଜିଲ୍ଲା ଯୁଯୁମୁରା ବ୍ଲକ୍ କୟାକୁଦ ପଞ୍ଚାୟତର ଏକ ମନୋରମ ଜଳପ୍ରପାତ ଦେବଝରଣ। ରାଜ୍ୟ ସରକାର ଏହି ପ୍ରାକୃତିକ ଝରଣାକୁ ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ସ୍ଥାନ ଦେଇଛନ୍ତି। ତେବେ ଏହି ପ୍ରାକୃତିକ ଜଳପ୍ରପାତ ଏବେ ବିପଦରେ। ପାହାଡ଼ ଉପରୁ ଝରି ଆସୁଥିବା ସୁଶୀତଳ ଜଳଧାରା ହ୍ରାସ ପାଉଥିବା ଦେଖାଯାଇଛି। ଯାହା ପ୍ରକୃତିପ୍ରେମୀଙ୍କୁ ଚିନ୍ତାରେ ପକାଇଛି। ଏହି ଜଳପ୍ରପାତର କାହିଁକି ଏଭଳି ଅବସ୍ଥା ହେଉଛି, ତା’ ଉପରେ ଅନୁଧ୍ୟାନ ଓ ଗବେଷଣାର ଆବଶ୍ୟକତା ରହିଛି। କିନ୍ତୁ ଏଥିପ୍ରତି କେହି ଧ୍ୟାନ ଦେଉ ନାହାନ୍ତି।
Similipal Protection: ଶିମିଳିପାଳର ସୁରକ୍ଷା ଓ ଦାଦନ ଦୂରୀକରଣ ନେଇ ମଶାଲ ଶୋଭାଯାତ୍ରା
ସମ୍ବଲପୁର-କଟକ ଜାତୀୟ ରାଜପଥ ନଂ ୫୫ରେ ସମ୍ବଲପୁରରୁ ପ୍ରାୟ ୩୫ କିଲୋମିଟର ଏବଂ ସେଠାରୁ ବାମପାର୍ଶ୍ବକୁ ଯାଇଥିବା ଜଙ୍ଗଲିଆ ଗ୍ରାମ୍ୟ ରାସ୍ତାରେ ୫ କିମି ଯିବା ପରେ ସବୁଜବନାନୀ ଘେରା ପାହାଡ଼ କୋଳରେ କୁଳୁକୁଳୁ ନାଦ କରି ବହି ଯାଉଛି ଏହି ଝରଣା। ସ୍ଥାନଟି ଲୋକଲୋଚନକୁ ଆସିବା ପରେ ସାରା ରାଜ୍ୟରୁ ଲୋକେ ଶୀତଦିନେ ଏଠାକୁ ବଣଭୋଜି କରିବାକୁ ଆସୁଛନ୍ତି। ସେହିପରି ସମ୍ବଲପୁର ତଥା ଆଖପାଖ ଜିଲ୍ଲାର ଲୋକେ ବର୍ଷତମାମ ଅବସର ସମୟ କାଟିବାକୁ ଆସୁଛନ୍ତି। ବିଶେଷକରି ଶୀତ ଓ ବର୍ଷା ଦିନେ ଏହି ଝରଣାର ଦୃଶ୍ୟ ଓ ଏଠାକାର ସବୁଜ ପରିବେଶ ଲୋକମାନଙ୍କୁ ବାନ୍ଧି ରଖିଥାଏ। ହେଲେ ଖରା ସମୟରେ ଏହା ଯେପରି ଶ୍ରୀହୀନ ହୋଇଯାଉଛି। ପାହାଡ଼ ଉପରୁ ଝରି ଆସୁଥିବା ଏହି ସୁଶୀତଳ ଜଳକୁ ଅଟକାଇ ରଖି ତିଆରି କରାଯାଇଛି ଦେବଝରଣ ଜଳଭଣ୍ଡାର। ଏହି ଜଳଭଣ୍ଡାର କୂଳରେ କିଛିକ୍ଷଣ ବସିଲେ ମନରେ ଶାନ୍ତି ଆସିଥାଏ। ଜଳଭଣ୍ଡାରରେ ସଂରକ୍ଷିତ ଜଳକୁ ଆଖପାଖ ଅଞ୍ଚଳର ଚାଷଜମିକୁ ଯୋଗାଇ ଫସଲ ଉତ୍ପାଦନ କରାଯାଏ। କୟାକୁଦ ପଞ୍ଚାୟତର ଲୋକ ଏହି ଜଳକୁ ବ୍ୟବହାର କରି ଅନେକ ଖରାଟିଆ ଫସଲ କରିଥାନ୍ତି। ସେହିପରି ଜଳଭଣ୍ଡାରର ସୌନ୍ଦର୍ଯ୍ୟୀକରଣ କରାଯାଇଛି। ପର୍ଯ୍ୟଟକଙ୍କ ଲାଗି ବୋଟିଂ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କିଛିଦିନ ଭାସିବା ପରେ ଗାଏବ ହୋଇଗଲା ବୋଟ୍।
Pay commission: ଅଷ୍ଟମ ବେତନ କମିସନ୍ର ଭୁବନେଶ୍ବର ଗସ୍ତ ଆଜିଠାରୁ
ସୌନ୍ଦର୍ଯ୍ୟୀକରଣ ବ୍ୟବସ୍ଥା ବି ମାଟିରେ ମିଶିଲାଣି। ତେବେ ଜଙ୍ଗଲ ହ୍ରାସ ପାଇବା, ଗଛ କାଟିବା ଦ୍ବାରା ଏହି ଝରଣାର ଜଳଧାରା ହ୍ରାସ ପାଉଥିବା କୁହାଯାଉଛି। ଭୂ-ବିଜ୍ଞାନ ବିଭାଗ ଅଧିକାରୀ ନବକିଶୋର ମିଶ୍ର କହିଛନ୍ତି, ଦେବଝରଣର ଉପର ପାଣି ତଳକୁ ପଡ଼ିଥାଏ। ଖରା ଦିନରେ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଦେବଝରଣ ଶୁଖିଯାଉଛି। ଏହାର ଚତୁଃପାର୍ଶ୍ବରେ ଭୂତଳ ପାଣିର ବ୍ୟବହାର ଯେତେ ବଢୁଛି, ସେହି ଅନୁଯାୟୀ ପାଣି ପୁନଃସଂରକ୍ଷିତ ହୋଇପାରୁ ନାହିଁ। ତେଣୁ ଏଭଳି ହେଉଥିବା ସେ କହିଛନ୍ତି।

1 hour ago
1


