ARTICLE AD BOX
ରାଜସ୍ଥାନର ପାଲୀ ଅଞ୍ଚଳର ରାଜପରିବାର ସହ ଜଡ଼ିତ ଏକ ପୁରାତନ ପରମ୍ପରା ହେଉଛି ‘ପାଗ କା ଦସ୍ତୁର’। ସେଠାରେ ରାଜପୁତ ପରିବାରର ମୁଖିଆଙ୍କ ମୃତ୍ୟୁ ହୋଇଗଲେ, ଅନ୍ତ୍ୟେଷ୍ଟିକ୍ରିୟା ସମାପ୍ତ ହେବା ପରେ ଏହି ପରମ୍ପରା ସ୍ବରୂପ ପରବର୍ତ୍ତୀ ମୁଖିଆ ଚୟନ କରାଯାଇଥାଏ ଏବଂ ନୂଆ ଉତ୍ତରାଧିକାରୀଙ୍କ ମୁଣ୍ଡରେ ପରଲୋକଗତ ମୁଖିଆଙ୍କ ପାଖରୁ ‘ପାଗ’ ବା ପଗଡ଼ି ହସ୍ତାନ୍ତର ହୋଇଥାଏ। ଯୋଧପୁରର ରାଜା ଏହି ପଗଡ଼ି ପ୍ରେରଣ କରିଥାନ୍ତି। ତେବେ ଐତିହାସିକ ଭାବେ ଏହି ବିଧିରେ କେବେ କୌଣସି ଝିଅ ବା ମହିଳାଙ୍କୁ ଉତ୍ତରାଧିକାରୀ ଭାବେ ଚୟନ କରାଯାଇ ନଥିଲା। କେବଳ ପୁରୁଷ ସଦସ୍ୟଙ୍କ ମଧ୍ୟରେ ଏହି ବିଧି ସୀମିତ ଥିଲା। ପ୍ରଥମ ଥର ପାଇଁ ପାଲୀ ଜିଲ୍ଲାର ୧୩ ବର୍ଷୀୟ ତେଜସ୍ବୀ କୁମାରୀ ଯୋଧା ଏହି ଧାରା ଭାଙ୍ଗିଛନ୍ତି ଏବଂ ବୈଦିକ ରୀତିନୀତି ଅନୁଯାୟୀ ତାଙ୍କୁ ପରିବାରର ଉତ୍ତରାଧିକାରୀ ଭାବେ ଚୟନ କରାଯାଇଛି। ତାଙ୍କ ମଥାରେ ରକ୍ତର ତିଳକ ମଧ୍ୟ ଲଗାଯାଇଥିଲା।
Neglect: ପକ୍କା ରାସ୍ତା ନାହିଁ; କାଦୁଅ ରାସ୍ତା ପାଲଟିଛି ଯାତାୟାତର ମାଧ୍ୟମ
ରୋଚକ କଥା ହେଲା ଖେରଵାଗଡ଼ ପରିବାରରେ ଶିଶୁପୁତ୍ର ଜନ୍ମ ହୋଇ ନଥିବାରୁ ୧୮୯୫ରୁ ଏହି ପରମ୍ପରା ଅନୁଷ୍ଠିତ ହୋଇ ନଥିଲା। ତେଜସ୍ବୀଙ୍କ ପିତା ହରିଶ ଚନ୍ଦ୍ର ଯୋଧାଙ୍କୁ ଏହି ପରିବାରରେ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା। ହରିଶଙ୍କର ପୁଅ ନଥିବାରୁ ତାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପ୍ରଦାୟର ଲୋକମାନେ ତେଜସ୍ବୀଙ୍କୁ ହିଁ ଉତ୍ତରାଧିକାରୀ ଭାବେ ଚୟନ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ପୁରୁଣା ପରମ୍ପରା ଉଜ୍ଜୀବିତ ରହିବା ସହିତ ସମସାମୟିକ ଆଦର୍ଶକୁ ମଧ୍ୟ ଗ୍ରହଣ କରିବା ସମ୍ଭବ ହୋଇଛି। ସ୍ଥାନୀୟ ଲୋକମାେନ ଏହାକୁ ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥାର ଅନୁକୂଳ ଦର୍ଶାଇ ସ୍ବାଗତ କରିଛନ୍ତି। ସପ୍ତମ ଶ୍ରେଣୀରେ ପଢୁଥିବା ତେଜସ୍ବୀ ଏବେ ପାଠପଢ଼ାରେ ଧ୍ୟାନ ଦେବା ସହିତ ଭବିଷ୍ୟତରେ ପିତାଙ୍କ ଇଚ୍ଛା ଅନୁଯାୟୀ ନିଜ ଗାଁର ବିକାଶ କରିବେ ବୋଲି କହିଛନ୍ତି।
Similipal Protection: ଶିମିଳିପାଳର ସୁରକ୍ଷା ଓ ଦାଦନ ଦୂରୀକରଣ ନେଇ ମଶାଲ ଶୋଭାଯାତ୍ରା

1 hour ago
1


