ARTICLE AD BOX
ଭୁବନେଶ୍ବର: ଏଏସ୍ବିଏମ୍ ବିଶ୍ବବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବ ଶିକ୍ଷା ବିହାର କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାତୀୟ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଭି ରାମାସୁବ୍ରମଣିୟନ୍ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ।
ସମ୍ମାନିତ ଅତିଥିଭାବେ ଟିଆର୍ଏଲ୍ କ୍ରୋସାକି ରିଫ୍ରାକ୍ଟୋରିଜ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇଥିଲେ। ଉତ୍ସବରେ ନିଜର ସଭାପତିତ୍ବ ଅଭିଭାଷଣ ପ୍ରଦାନ କରି କୁଳାଧ୍ୟକ୍ଷ ପ୍ରଫେସର ବିଶ୍ବଜିତ୍ ପଟ୍ଟନାୟକ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଅବାଧ ମୁନାଫା ଅର୍ଜନ ପଛରେ ନଗୋଡ଼ାଇ ସାମାଜିକ ଓ ମାନବିକ ପୁଞ୍ଜିର ବିକାଶକୁ ଅଗ୍ରାଧିକାର ଦେବାକୁ ଆହ୍ବାନ ଜଣାଇଥିଲେ।
ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯିବା ପରେ ତିନିଜଣ ଶୀର୍ଷ ମେଧାବୀ ଛାତ୍ରଛାତ୍ରୀ ଅନାମିକା ତ୍ରିପାଠୀଙ୍କୁ ଇନଫିନିଟି ଗୋଲ୍ଡ ମେଡାଲ, ସାନ୍ନିଧ୍ୟ ପି ସ୍ବାଇଁଙ୍କୁ ମୈତ୍ରୀ ଆକୁଆଟେକ ଗୋଲ୍ଡ ମେଡାଲ ଏବଂ ଅନୁଷ୍କା ଅଗ୍ରୱାଲଙ୍କୁ ଆଇନ ବିଭାଗରେ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିଲା। କୁଳପତି ପ୍ରଫେସର ସୁଧାଂଶୁ ଶେଖର ରଥ ବିଶ୍ବବିଦ୍ୟାଳୟ ରିପୋର୍ଟ ଉପସ୍ଥାପନ କରିଥିବାବେଳେ କୁଳସଚିବ ପ୍ରଫେସର ମନ୍ମଥ ନାଥ ସାମନ୍ତରାୟ ଓ ଡିନ୍ ଏକାଡେମିକ୍ସ ପ୍ରଫେସର ପଦ୍ମନାଭ ମହାପାତ୍ର ଡିଗ୍ରି ପ୍ରଦାନ କାର୍ଯ୍ୟ ପରିାଚଳନା କରିଥିଲେ।
ଏଏସ୍ବିଏମ୍ରେ ଶତପ୍ରତିଶତ ପ୍ଲେସମେଣ୍ଟ
ଉପକୁଳପତି ପ୍ରଫେସର ଫଲ୍ଗୁ ନିରଞ୍ଜନା ଉତ୍ତୀର୍ଣ୍ଣ ଡକ୍ଟରାଲ ତଥା ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ଉପସଭାପତି ପ୍ରଫେସର କଲ୍ୟାଣ ଶଙ୍କର ରାୟ, ପରିଚାଳନା ପରିଷଦର ସଦସ୍ୟ, ଟ୍ରଷ୍ଟି, ପ୍ରମୁଖ ନିର୍ଦ୍ଦେଶକ ପ୍ରଫେସର ସ୍ମାରକୀ ପଟ୍ଟନାୟକ, ସମସ୍ତ ସ୍କୁଲର ଡିନ୍, ଶିକ୍ଷକମଣ୍ଡଳୀ, ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।

4 hours ago
1


