Editorial: ହାପି ଏଲିଅନ୍

1 hour ago 1
ARTICLE AD BOX

ପ୍ରକୃତି ସବୁବେଳେ ନିଜର ଅପୂର୍ବ ସୃଷ୍ଟି ଦ୍ୱାରା ମଣିଷକୁ ଆଶ୍ଚର୍ଯ୍ୟଚକିତ କରିଆସିଛି। ଆମ ପୃଥିବୀରେ ଏଭଳି ଅନେକ ଗଛଲତା ଓ ଫୁଲ ଅଛି, ଯାହାକୁ ଦେଖିଲେ ଆଖି ଆଦୌ ବିଶ୍ୱାସ କରେନାହିଁ। ସେଭଳି ଏକ ବିଚିତ୍ର, କୌତୁକିଆ ଏବଂ ପୃଥିବୀ ବାହାରର ଜୀବ ଭଳି ମନେହେଉଥିବା ଫୁଲ ହେଉଛି ଡାର୍ଟି ଲିଟିଲ୍ ମ୍ୟାନ୍। ଅଦ୍ଭୁତ ଚେହେରା ପାଇଁ ଏହା ‘ହାପି ଏଲିଅନ୍’ ନାମରେ ମଧ୍ୟ ଜଣାଶୁଣା।

Weekly Horoscope 2026 November 15 to 21: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଏହି ଫୁଲର ବୈଜ୍ଞାନିକ ନାମ ହେଉଛି କାଲ୍‌ସିଓଲାରିଆ ୟୁନିଫ୍ଲୋରା। ଏହାକୁ ପ୍ରଥମେ ପ୍ରଖ୍ୟାତ ବୈଜ୍ଞାନିକ ଚାର୍ଲସ୍‌ ଡାର୍‌ୱିନ୍‌ ନିଜର ଦକ୍ଷିଣ ଆମେରିକା ଯାତ୍ରା ସମୟରେ ଆବିଷ୍କାର କରିଥିଲେ, ତେଣୁ ଏହାକୁ ଡାର୍‌ୱିନ୍‌ଙ୍କ ସ୍ଲିପର୍ ଫ୍ଲାୱାର ମଧ୍ୟ କୁହାଯାଏ। ଏହି ଉଦ୍ଭିଦଟି ମୁଖ୍ୟତଃ ଦକ୍ଷିଣ ଆମେରିକାର ଚିଲି ଓ ଆର୍ଜେଣ୍ଟିନାର ଥଣ୍ଡା ପାର୍ବତ୍ୟ ଅଞ୍ଚଳ ପାଟାଗୋନିଆରେ ଦେଖିବାକୁ ମିଳେ। ଏହି ଫୁଲଟିକୁ ଆପଣ ସାମ୍ନାରୁ ଦେଖିଲେ ଲାଗିବ ସତେଯେମିତି କୌଣସି କାଳ୍ପନିକ ମହାକାଶ ଜୀବ ବା ଏଲିଅନ୍ ତା’ର ଦୁଇଟି କୁନି ଆଖି ମେଲାଇ ଚାହିଁଛି। ଫୁଲଟିର ଉପର ଭାଗ ହଳଦିଆ ଓ ନାଲି ରଙ୍ଗର ମିଶ୍ରଣରେ ତିଆରି ହୋଇଥିବାବେଳେ ଏହା ଏକ ପୋଷାକ ଭଳି ମନେ ହୁଏ। ଫୁଲର ତଳ ଭାଗରେ ଏକ ଚଉଡ଼ା ଧଳା ରଙ୍ଗର ପଟି ଥାଏ। ଦୂରରୁ ଦେଖିଲେ ଲାଗେ, ସେହି କୁନି ଏଲିଅନ୍‌ଟି ହାତରେ ଏକ ଧଳା ରଙ୍ଗର ଥାଳି ଧରି ଠିଆ ହୋଇଛି।

Heart Disease Treatment: ହାଇଦ୍ରାବାଦ ଭାଲ୍‌ଭସ୍‌-୨୦୨୬ : ୨୬ଟି ଜଟିଳ ହୃଦ୍‌ରୋଗ ଚିକିତ୍ସାର ସିଧା ପ୍ରଦର୍ଶନ

ପକ୍ଷୀମାନେ ଏହି ଫୁଲର ଧଳା ଅଂଶକୁ ଖାଇବାକୁ ଭାରି ଭଲପାଆନ୍ତି। ଯେତେବେଳେ ପକ୍ଷୀମାନେ ଏହି ମିଠା ଅଂଶକୁ ଖାଇବା ପାଇଁ ଫୁଲ ଉପରେ ବସନ୍ତି, ସେତେବେଳେ ଫୁଲର ଉପର ଭାଗରେ ଥିବା ପରାଗ ରେଣୁ ସେହି ପକ୍ଷୀଙ୍କ ମୁଣ୍ଡ କିମ୍ବା ପିଠିରେ ଲାଗିଯାଏ। ଏହାପରେ ପକ୍ଷୀଟି ଯେତେବେଳେ ଅନ୍ୟ ଏକ ଫୁଲକୁ ଖାଇବାକୁ ଯାଏ, ସେଠାରେ ପରାଗ ସଙ୍ଗମ ପ୍ରକ୍ରିୟା ସମ୍ପନ୍ନ ହୁଏ। ଏହା ଗଛର ବଂଶବୃଦ୍ଧିରେ ସାହାଯ୍ୟ କରେ। ‘ଡାର୍ଟି ଲିଟିଲ୍ ମ୍ୟାନ୍’ ବା ‘ହାପି ଏଲିଅନ୍’ ଫୁଲ ଏକ ଜ୍ୱଳନ୍ତ ଉଦାହରଣ ଯେ ପ୍ରକୃତି କେତେ ସୃଜନଶୀଳ ହୋଇପାରେ। ପାଟାଗୋନିଆର ପ୍ରତିକୂଳ ଓ ପାର୍ବତ୍ୟ ପାଣିପାଗରେ ନିଜକୁ ବଞ୍ଚାଇ ରଖିବା ପାଇଁ ଏହି ଫୁଲଟି ଯେଉଁ ରୂପ ଧାରଣ କରିଛି, ତାହା ବିଜ୍ଞାନୀମାନଙ୍କୁ ଆଶ୍ଚର୍ଯ୍ୟ କରିବା ସହ ପ୍ରକୃତିପ୍ରେମୀଙ୍କ ମନକୁ ଆନନ୍ଦରେ ଭରିଦିଏ। ସତରେ ପ୍ରକୃତିର ଏହା ଏକ ଅନନ୍ୟ ଉପହାର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.