East Coast Railway: ପାନୀୟ ଜଳକୁ ନେଇ ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ୧୭୫ ଷ୍ଟେସନରେ ଜଳର ଗୁଣବତ୍ତା ନିରୀକ୍ଷଣ

4 days ago 5
ARTICLE AD BOX

ଭୁବନେଶ୍ବର: ରେଳ ଯାତ୍ରୀ, କର୍ମଚାରୀଙ୍କ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ପରିବେଶ ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ରେଳ ଷ୍ଟେସନ ଓ ରେଳ କଲୋନିଗୁଡ଼ିକରେ ପାନୀୟ ଜଳର ଗୁଣବତ୍ତା ଓ ସ୍ୱଚ୍ଛତା ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବତଟ ରେଳପଥ ଅଧୀନ ୧୭୫ଟି ରେଳ ଷ୍ଟେସନ ଓ ୧୬୦ଟି କଲୋନିରେ ବ୍ୟାପକ ଜଳ ଗୁଣବତ୍ତା ଯାଞ୍ଚ ହୋଇଛି। ମୋଟ ୧,୦୩୭ଟି ରେସିଡ୍ୟୁଆଲ୍ କ୍ଲୋରିନ୍ ପରୀକ୍ଷଣ ଏବଂ ୨୮୮ଟି ବ୍ୟାକ୍ଟେରିଓଲୋଜିକାଲ୍ (ଜୀବାଣୁ ସମ୍ବନ୍ଧୀୟ) ପରୀକ୍ଷଣ ହୋଇଥିଲା। ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ୍‌, ସମ୍ବଲପୁର ଓ ରାୟଗଡ଼ା ରେଳ ମଣ୍ଡଳରେ ଏହା କାର୍ଯ୍ୟକାରୀ ହୋଇଛି।

Education: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ

ଅନୁଧ୍ୟାନ ସମୟରେ ୭ଟି ବ୍ୟାକ୍ଟେରିଓଲୋଜିକାଲ୍‌ ନମୁନା ମାନଦଣ୍ଡ ଅନୁଯାୟୀ ନଥିବା ଜଣାପଡ଼ିଥିଲା। ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ ସହ ପୁନଃପରୀକ୍ଷଣ ହୋଇଛି। ପରବର୍ତ୍ତୀ ସମୟରେ ସମସ୍ତ ୭ଟି ଯାକ ନମୁନା ନିର୍ଦ୍ଧାରିତ ମାନଦଣ୍ଡ ଓ ନିୟମାବଳୀ ଅନୁଯାୟୀ ଠିକ୍ ଥିବା ସ୍ପଷ୍ଟ ହୋଇଛି। ପୂର୍ବତଟ ରେଳପଥ ପକ୍ଷରୁ ନିୟମିତ ବ୍ୟବଧାନରେ ଏବଂ ଅଚାନକ ଜଳ ପରୀକ୍ଷଣ  ସହିତ ପାଣି ଟାଙ୍କି, ୱାଟର୍‌ କୁଲର ଓ ଷ୍ଟେସନ୍‌ରେ ଉପଲବ୍ଧ ସୁବିଧାଗୁଡ଼ିକର ନିୟମିତ ସଫେଇ କାର୍ଯ୍ୟ ଜାରି ରହିଛି। ଏହାବ୍ୟତୀତ ନିୟମିତ ତତ୍ତ୍ୱାବଧାନରେ ଷ୍ଟେସନ୍ ପରିସର, ପ୍ରତୀକ୍ଷାଳୟ, ଶୌଚାଳୟ ଓ ନାଳିଗୁଡ଼ିକର ସଫେଇ ପାଇଁ ଦୈନିକ ସ୍ୱଚ୍ଛତା ଅଭିଯାନ ମଧ୍ୟ ପରିଚାଳିତ ହେଉଛି। ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୩ ମଧ୍ୟରେ ସ୍ୱତନ୍ତ୍ର ଅଭିଯାନ ହୋଇଥିଲା। ଯେଉଁଥିରେ ଷ୍ଟେସନର ସ୍ବଚ୍ଛତା ସହ ଜଳର ଗୁଣବତ୍ତା ଯାଞ୍ଚ କରାଯାଇଥିଲା। ଏହି ୧୫ ଦିନିଆ ଅଭିଯାନ ପରେ ମଧ୍ୟ ରେଳପଥ ପକ୍ଷରୁ ନିରନ୍ତର ଭାବେ ଜଳର ଗୁଣବତ୍ତା ଯାଞ୍ଚ ହେଉଛି।

IIT Bombay: ଛାତ୍ର ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ୧୦ ଜଣିଆ କମିଟି

Read Entire Article
LEFT SIDEBAR AD

Hidden in mobile, Best for skyscrapers.