ARTICLE AD BOX
ଭୁବନେଶ୍ବର: ଆମକୁ ବିକାଶ ଏବଂ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡିବ। ନୂଆ ନୂଆ ଟେକ୍ନୋଲୋଜି ଏବଂ ଜଳପଥ ଆସୁଛି। ପ୍ରଥମେ ଆମର ବିଭିନ୍ନ ରାଜସ୍ୱ ମେକାନିଜିମ୍ ଅଛି। ପୋଷ୍ଟାଲ୍ ରୋଡ୍, ରେଭିନ୍ୟୁ ଓ ଅନ୍ୟାନ୍ୟ ଜିନିଷଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। ସରକାର ନିରନ୍ତର ଭାବରେ ଏହା ଉପରେ କାର୍ଯ୍ୟ କରୁଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍କେସିଜି ହଲ୍ରେ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ଶନିବାର ରାଜ୍ୟ ସରକାରଙ୍କ ପରିବେଶ ସଚିବ କେ.ଏସ୍ ପ୍ରଦୀପ ଏହା କହିଛନ୍ତି।
ନୂତନ ଦୃଷ୍ଟିକୋଣରୁ ଚ୍ୟାଲେଞ୍ଜ
ସମାରୋହରେ ବିସିକେଆଇସିର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସୁଆର କହିଛନ୍ତି, FICCI ଦେଖୁଛି ଯେ ଆମେ କିପରି ଏକ ନୂତନ ଦୃଷ୍ଟିକୋଣରୁ ଚ୍ୟାଲେଞ୍ଜ ଓ ସୁଯୋଗଗୁଡ଼ିକୁ ଦେଖିପାରିବା। ଓଡ଼ିଶା ଏବଂ ଭାରତର ଭବିଷ୍ୟତ ପାଇଁ ଏଠାରେ ଅନେକ ଯୁବକ ଅଛନ୍ତି। ଆମେ କେବଳ ଚ୍ୟାଲେଞ୍ଜ ବିଷୟରେ କଥା ନହୋଇ ଚ୍ୟାଲେଞ୍ଜଗୁଡ଼ିକୁ ଭାବି ସେଥିରୁ ସୁଯୋଗ ବାହାର କରିବା ଉଚିତ। ଚିଲିକା ହ୍ରଦ ବହୁ ପୂର୍ବରୁ ରହିଛି ଯାହା ଓଡ଼ିଶା ଓ ଭାରତର ଗର୍ବ ଅଟେ। ଚିଲିକାରେ 'ଫ୍ରାଗମାଇଟ୍ସ' ନାମକ ଏକ ଘାସ ପ୍ରଜାତି ବଢୁଛି ଯାହା ଚିଲିକା ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ସରକାର, କମ୍ୟୁନିଟି ଅର୍ଗାନାଇଜେସନ୍ ଓ ସମସ୍ତେ ଏହା ବିଷୟରେ ଆଲୋଚନା କରୁଛନ୍ତି।
‘Swachhata Hi Seva’ : ଗଣିଜାଙ୍ଗରେ ‘ସ୍ୱଚ୍ଛତା ହିଁ ସେବା’ ସଚେତନତା କାର୍ଯ୍ୟକ୍ରମ

42 minutes ago
1


