Mining businessman: ଖଣି ବ୍ୟବସାୟୀଙ୍କୁ ୬୦ ଲକ୍ଷ ଚୂନ; ଦମ୍ପତି ଗିରଫ, କାର୍‌ ଜବତ

48 minutes ago 1
ARTICLE AD BOX

ଭୁବନେଶ୍ୱର: ବିଭିନ୍ନ ଆଳରେ ୬୦ ଲକ୍ଷ ଟଙ୍କା ଠକି ନେଇଥିବା ଦମ୍ପତିଙ୍କୁ କ୍ୟାପିଟାଲ୍‌ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଯାଜପୁରଜିଲ୍ଲା ଟାଉନ୍‌ ଥାନା ପାଟପୁର ଅଞ୍ଚଳର ଦିନେଶ ଦାଶ(୩୦) ଓ ତାଙ୍କ ପତ୍ନୀ ସସ୍ମିତା ସାମଲ(୩୦)। ପୁଲିସ ସେମାନଙ୍କ ନିକଟରୁ ଠକେଇ ଟଙ୍କାରେ କିଣା କାର, ୫ଟି ମୋବାଇଲ୍‌ ଫୋନ୍‌ ଏବଂ ବିଭିନ୍ନ ଗୁୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। 

Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା

ସୂଚନା ମୁତାବକ, ଗତ ୨୦୨୪ ମସିହାରେ କେନ୍ଦୁଝର ଅଞ୍ଚଳର ଖଣି ବ୍ୟବସାୟୀ ଜୀତେନ୍ଦ୍ର ନାଥ ପଟ୍ଟନାୟକଙ୍କ ସହ ଦମ୍ପତିଙ୍କ ପରିଚୟ ହୋଇଥିଲା। ସେମାନେ ଶ୍ରୀ ପଟ୍ଟନାୟକଙ୍କ ସୂର୍ଯ୍ୟନଗରସ୍ଥିତ କର୍ପୋରେଟ୍‌ ଅଫିସ୍‌କୁ ଆସି ନିଜକୁ ସିଭିଲ୍‌ ଇଂଜିନିୟର ବୋଲି ପରିଚୟ ଦେଇଥିଲେ। ଆଉ ସଂସ୍ଥାରେ ଚାକିରି କରିବା ପାଇଁ ଅନୁରୋଧ କରିଥିଲେ। ଶ୍ରୀ ପଟ୍ଟନାୟକ ଉଭୟଙ୍କୁ ଚାକିରି ଦେବାକୁ ସହମତି ପ୍ରକାଶ କରିଥିଲେ। ହେଲେ ଠକ ମହିଳା ଯୋଗଦେବା ପୂର୍ବରୁ ଶ୍ରୀ ପଟ୍ଟନାୟଙ୍କୁ ଫୋନ୍‌ କରି ଦୁର୍ଘଟଣାର ଶିକାର ‌ହୋଇଥିବା କହିଥିଲେ। ହସ୍ପିଟାଲ୍‌ରେ ଚିକିତ୍ସା ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କହି ଟଙ୍କା ମାଗିଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଶ୍ରୀ ପଟ୍ଟନାୟକ ଡିଜିଟାଲ୍‌ ମାଧ୍ୟମରେ ସସ୍ମିତାଙ୍କ ସମ୍ପର୍କୀୟ ଭଉଣୀ ପ୍ରିୟଙ୍କା ପ୍ରଧାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ପରେ ସସ୍ମିତା ଓ ତାଙ୍କ ସ୍ୱାମୀ ଦିନେଶ ମିଳିତ ଭାବେ ଷଡ଼ଯନ୍ତ୍ର କରି ବ୍ୟବସାୟୀଙ୍କ ସରଳତାର ସୁଯୋଗ ନେଇଥିଲେ। ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଏମ୍‌ବିଏ ପାଠପଢ଼ା, ଚିକିତ୍ସା ଖର୍ଚ୍ଚ ଆଦି ବିଭିନ୍ନ ବାହାନା ଦେଖାଇ ସେମାନେ ବିଭିନ୍ନ ସମୟରେ ପ୍ରାୟ ୬୦ ଲକ୍ଷ ଟଙ୍କା ନେଇଥିଲେ।

Horoscope 2026 October 03: ଜାଣନ୍ତୁ ଆଜିର ରାଶିଫଳ

ବେଙ୍ଗାଲୁରୁରେ ଏକ ନକଲି ସଂସ୍ଥା ଖୋଲି ସେହି ଆକାଉଣ୍ଟ ମାଧ୍ୟମରେ ଶ୍ରୀ ପଟ୍ଟନାୟକଙ୍କୁ ଠକେଇ କରାଯାଇଥିଲା। ଠକେଇ ଟଙ୍କାରେ କାର୍‌ ମଧ୍ୟ କିଣାଯାଇଥିଲା। ମାଷ୍ଟରମାଇଣ୍ଡ କୁହାଯାଉଥିବା ମହିଳାଙ୍କ ସ୍ବାମୀ ପରବର୍ତ୍ତୀ ସମୟରେ ଲୁଟ୍‌ ପାଇଁ ଆଉ ଏକ ବଡ଼ ଯୋଜନା କରିଥିଲା। ଉଭୟ ଠକେଇ କରିଥିବା ଜାଣିବା ପରେ ଶ୍ରୀ ପଟ୍ଟନାୟକ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ପୂର୍ବରୁ ମଧ୍ୟ ଏମାନେ ଅନ୍ୟଲୋକଙ୍କୁ ସମାନ ଢଙ୍ଗରେ ଠକେଇ କରିଥିବା ଜଣାପଡ଼ିଛି। ଏନେଇ ସେମାନଙ୍କ ନାଁରେ ମାମଲା ରହିଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.