Earth Again Conference 2026: ପର୍ଯ୍ୟାପ୍ତ ଜଳ ଏବଂ ବାୟୁ ପାଇବା ପାଇଁ ଆମେ ଗଛ ଲଗାଇବା: ହୀରାଲାଲ

48 minutes ago 1
ARTICLE AD BOX

ଭୁବନେଶ୍ବର: ଆମେ ଜଳ, ଜଙ୍ଗଲ ଏବଂ ଜମିରେ କେବଳ ଆମେ ବଞ୍ଚି ପାରିବା ନାହିଁ। ବଞ୍ଚିବା ପାଇଁ ଆମକୁ ଆହୁରି ଅନେକ ଜିନିଷ ଦରକାର ଅଛି। ଜୀବନଧାରଣ ପାଇଁ ଅଗ୍ନି ଏବଂ ଆକାଶ ମଧ୍ୟ ଆବଶ୍ୟକତା ଅଛି। ତେଣୁ ଜୀବନ ପାଇଁ ୫ଟି ତତ୍ତ୍ବ ଦରକାର। ସେହିପରି ନିଆଁର ସୁପରିଚାଳନା ଦରକାର ଅଛି। ଆମେ ଆକାଶକୁ ପ୍ରଭାବିତ କରୁଛେ। ବିମାନ ଚଳାଚଳ ଏହାର ପ୍ରମୁଖ କାରଣ। ଉତ୍କଳ ବିଶ୍ବବିଦ୍ୟାଳୟର ସଭାଗୃହରେ ଶନିବାର ଦିନ ଉତ୍ତର ପ୍ରଦେଶର ଆଇଏଏସ୍‌ କ୍ୟାଡର ଅଧିକାରୀ ଡ. ହୀରାଲାଲ ପଟେଲ ଏହା କହିଛନ୍ତି। 

ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନର କାର୍ଯ୍ୟକ୍ରମରେ ଶ୍ରୀ ପଟେଲ କହିଛନ୍ତି, ଆମେ କେବଳ ତିନିଟି ଜିନିଷ (ଜଳ, ଜଙ୍ଗଲ ଏବଂ ଜମି) ଉପରେ ସବୁବେଳେ ଆଲୋଚନା କରୁଛେ। ଅନ୍ୟ ୨ଟି ଜିନିଷ (ଅଗ୍ନି ଏବଂ ଆକାଶ) ଉପରେ ଚିନ୍ତା କରୁନାହୁଁ। 

ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାପାଳ ଶ୍ରୀ ପଟେଲ ଆହୁରି କହିଛନ୍ତି, ଆମର ମା’ ଦୁଇ ଜଣ ଅଛନ୍ତି। ଏମାନେ ହେଲେ ଜନ୍ମଦାତ୍ରୀ ଏବଂ ପୃଥିବୀ। ତେଣୁ ପୃଥିବୀର ସୁରକ୍ଷା ପାଇଁ କାମ କରିବା ଦରକାର। ତେଣୁ ପୃଥିବୀକୁ ବଞ୍ଚାଇବା ପାଇଁ ଜଳ, ଜଙ୍ଗଲ ଏବଂ ଜମିକୁ ଗୁରୁତ୍ବ ଦେବାକୁ ପଡ଼ିବ। କୌତିକିଆ ଭ‌ାବେ କହିଛନ୍ତି, ଆମେ ପବନକୁ ଚୋରି କରୁଛେ। ବୃକ୍ଷରୁ ଯେଉଁ ପବନ ମିଳୁଛି, ତାହା ଆମେ ସୃଷ୍ଟି କରିନାହିଁ। ପୂର୍ବରୁ ସୃଷ୍ଟି ହୋଇଥିବା ଗଛରୁ ଏହା ଆମକୁ ମିଳୁଛି। ତେଣୁ ପବନ ପାଇବା ପାଇଁ ଆମକୁ ଗଛ ଲଗାଇବାର ଅଛି। ବୃକ୍ଷ ଯୋଗୁଁ ଆମକୁ ପରୋକ୍ଷରେ ପାଣି ମିଳୁଛି। ତେଣୁ ପାଣି ପାଇଁ ବୃକ୍ଷ ଲଗାଇବା। 
ବରିଷ୍ଠ ଆଇଏଏସ୍‌ ଅଧିକାରୀ ଶ୍ରୀ ପଟେଲ କହିଛନ୍ତି, ପ୍ଲାଷ୍ଟିକ୍‌ ମୁକ୍ତ ଜୀବନ ଗଢ଼ିପାରିବା। ଆମ ଚାରିପାର୍ଶ୍ବରେ ଥିବା ପ୍ଲାଷ୍ଟିକକୁ ଦୂର କରିବା ଦିଗରେ କାମ କରିବା। ଏଥି ପାଇଁ ଆମେ କର୍କଟ ଭଳି ରୋଗର ସାମ୍ନା କରୁଛେ। ପ୍ଲାଷ୍ଟିକ ଠାରୁ ଦୂରେଇ ରହିପାରିଲେ ଜୀବନ ଆହୁରି ଭଲ ହୋଇପାରିବ। 

Earth Again Conference 2026: ‘ପୁନଶ୍ଚ ପୃଥିବୀ’ ଏବେ ଏକ ଘରୋଇ ନାମ: ତନୟା ପଟ୍ଟନାୟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.