ARTICLE AD BOX
ଭୁବନେଶ୍ବର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ୩୧୮ଟି ଖୁଆଡ଼ରେ ୪ହଜାରରୁ ଅଧିକ ଜୀବଜନ୍ତୁ ଥିବା ଦେଶର ଏହି ପ୍ରମୁଖ ପ୍ରାଣୀ ଉଦ୍ୟାନକୁ ୨୦୨୬-୨୭ ଆର୍ଥିକ ବର୍ଷ(ସେପ୍ଟେମ୍ବର ୧) ସୁଦ୍ଧା ୧୫ଲକ୍ଷ ୧୨ହଜାର ୧୧୭ ପର୍ଯ୍ୟଟକ ଆସିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ୧୪ଲକ୍ଷ ୩୫ହଜାର ୩୫୩ଜଣ ପର୍ଯ୍ୟଟକ ଆସିଥିଲେ। ଅର୍ଥାତ୍ ଚଳିତବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ୭୬ହଜାର ୭୬୪ ବୃଦ୍ଧି ପାଇଛି, ଯାହାକି ନନ୍ଦନକାନନ ପ୍ରତି ପର୍ଯ୍ୟଟକ ଆକୃଷ୍ଟ ହେଉଥିବାକୁ ଦର୍ଶାଉଛି। ପର୍ଯ୍ୟଟକଙ୍କ ଆଗ୍ରହକଙ୍କୁ ନଜରରେ ରଖି ୨୦୨୫-୨୬ରେ ଉତ୍ତର-ପୂର୍ବ ପାନୋରାମା କମ୍ପ୍ଲେକ୍ସ, ଛୋଟ ବିଲେଇ ଏନ୍କ୍ଲୋଜର, ସିଭେଟ୍ ଏନ୍କ୍ଲୋଜର, ଓଟର, ସ୍ଲଥ୍ ବିୟର, ରାଟେଲ ପାଇଁ ଉନ୍ନତ ଏନ୍କ୍ଲୋଜର୍ କାମ ଶେଷ ହୋଇଛି। ଏହାବ୍ୟତୀତ ଚିତା ଏନ୍କ୍ଲୋଜର, ପାଣି ତଳେ ଘଡ଼ିଆଳ ଏନ୍କ୍ଲୋଜର, ମଲ୍ଟି-ଲେଭଲ୍ ୱାକ୍-ଥ୍ରୁ ଏଭିୟାରି, ୱାଟର ବାର୍ଡ ଏଭିୟାରି, ସରୀସୃପ ପାର୍କର ଉନ୍ନତୀକରଣ ଓ ଅଷ୍ଟ୍ରେଲୀୟ ଆଡ୍ଭେଞ୍ଚର ଜୋନ୍ ସମେତ ଅନେକ ନୂତନ ଆକର୍ଷଣୀୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
Dr Ashutosh Mahapatra: ନୋବେଲ୍ ବିଜେତାଙ୍କ ସହ ଡ. ମହାପାତ୍ରଙ୍କ ଆଲୋଚନା
୧୯୬୦ ମସିହା ଡିସେମ୍ବର ୨୯ରେ କାଞ୍ଜିଆ ହ୍ରଦର ଶାନ୍ତ ଜଳରାଶି ଓ ଚନ୍ଦକା ଜଙ୍ଗଲର ସବୁଜ ଆର୍ଦ୍ର ଛତ୍ରଛାୟାରେ ଏସିଆର ଅନ୍ୟତମ ପ୍ରମୁଖ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ଭାବେ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ପ୍ରତିଷ୍ଠା ହୋଇଥିଲା। ୧୯୬୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ କୃଷି ମେଳାରୁ ଫେରାଇ ଅଣାଯାଇଥିବା ପ୍ରାଣୀଙ୍କ ରକ୍ଷଣାବେକ୍ଷଣ ପାଇଁ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ୬ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏକ ପ୍ରମୁଖ ବନ୍ୟପ୍ରାଣୀ ସଂରକ୍ଷଣ ଅନୁଷ୍ଠାନରେ ପରିଣତ ହୋଇଛି। ୧୯୬୧ ଜାନୁଆରି ୭ରେ କୁଟୁରା ଶାବକର ଜନ୍ମ ସହ ପ୍ରଥମ ଆବଦ୍ଧ ପ୍ରଜନନ ସନ୍ତାନ ପ୍ରସବ ପଞ୍ଜୀକୃତ ହୋଇଥିଲା। ପରେ ୧୯୬୭ରେ ପ୍ରାଣୀ ଉଦ୍ୟାନଟି ବାଘ, କଳରାପତରିଆ ଓ ଆଫ୍ରିକୀୟ ସିଂହଙ୍କ ପ୍ରଜନନରେ ସଫଳ ହୋଇଥିଲା। ୧୯୬୪ରେ ଆଲିପୁର ଚିଡ଼ିଆଖାନାରୁ ପ୍ରଥମ ପ୍ରାଣୀ ବିନିମୟ, ୧୯୭୬ରେ ଏକ ମାଛ ଘର ଓ ଗଣ୍ଡା ଅଣାଯିବା, ୧୯୮୪ରେ ବିଶାଳ ଜଳପକ୍ଷୀ ଶାଳା, ୧୯୮୮ରେ ସରୀସୃପ ଉଦ୍ୟାନ, ୧୯୯୧ରେ ଧଳାବାଘ ସଫାରୀ, ୧୯୯୪ରେ ସିଂହ ସଫାରୀ ସ୍ଥାପନ ହୋଇଥିଲା। ୨୦୧୧ରେ ତୃଣଭୋଜୀ ସଫାରୀ ଏବଂ ଉଭୟଚର ପ୍ରାଣୀ ଖୁଆଡର ପ୍ରତିଷ୍ଠା, ୨୦୨୪ରୁ ୨୦୨୫ ମଧ୍ୟରେ ‘ସଂରକ୍ଷଣ ଗବେଷଣା ଏବଂ ପ୍ରଶିକ୍ଷଣ କେନ୍ଦ୍ର’, ନୂତନ ‘ଉତ୍ତର ପୂର୍ବ ଦୃଶ୍ୟପଟ’ ଓ ‘ମନମୁଗ୍ଧକର ଶିମିଳିପାଳ’ ବିଷୟଭିତ୍ତିକ ଖୁଆଡ଼ ପ୍ରତିଷ୍ଠା ହୋଇଛି, ଯାହା ନନ୍ଦନକାନନ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣକୁ ବଢ଼ାଇ ଦେଇଛି।
ଜନସାଧାରଣଙ୍କ ସହଭାଗିତା ବୃଦ୍ଧି କରିବାକୁ ପ୍ରାଣୀ ଉଦ୍ୟାନର ପର୍ଯ୍ୟଟକ ତଥା ଶିକ୍ଷଣୀୟ ଭିତ୍ତିଭୂମି ମଧ୍ୟ ସମାନ୍ତରାଳ ଭାବେ ବିକଶିତ ହୋଇଛି। ୧୯୭୧ ଅଗଷ୍ଟ ୮ରେ ନୌକାବିହାର ଓ ଟୟ ଟ୍ରେନ୍ ସେବାର ଶୁଭାରମ୍ଭ, ୧୯୯୪ ଅକ୍ଟୋବର ୧ରେ ରୋପୱେ, ୨୦୦୮ ଫେବୃଆରି ୪ରେ ନୂତନ ମତ୍ସ୍ୟାଗାର, ୨୦୧୨ ଓ ୨୦୧୪ ମସିହା ସୁଦ୍ଧା ଭାଲୁ ସଫାରୀ ଓ ୱାକ୍-ଥ୍ରୁ ପକ୍ଷୀ ଶାଳାର ପ୍ରଚଳନ, ୨୦୨୨ରେ ‘ରବିବାର ପକ୍ଷୀ ନିରୀକ୍ଷଣ ଯାତ୍ରା’ ଓ ବହୁତଳ କାର୍ ପାର୍କିଂ ଭଳି ସୁବିଧା ଉପଲବ୍ଧ ହୋଇଛି। ୨୦୨୩ରେ ହୁଲକ୍ ଗିବନ୍ ଖୁଆଡ଼ ଓ ପ୍ରାଣୀ ଉଦ୍ୟାନ ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଓ ୨୦୨୪ରେ ପ୍ରାଣୀ ଉଦ୍ୟାନ ପାଠାଗାରକୁ ଏକ ଡିଜିଟାଲ୍ ହବ୍ରେ ପରିଣତ ସହ ‘କାଞ୍ଜିଆ ଆର୍ଦ୍ରଭୂମି ଆବିଷ୍କାର ପଥ’ର ଉନ୍ମୋଚନ କରାଯାଇଛି।
Zoo: ବନ୍ୟପ୍ରାଣୀଙ୍କ ସେଫ୍ ଜୋନ୍ ପାପାଡାହାଣ୍ଡି ମୃଗ ବିହାର
ପରିବେଶ ସଚେତନତା ବୃଦ୍ଧି, ବନ୍ୟଜନ୍ତୁ ଓ ଜୈବ ବିବିଧତା ପ୍ରତି ସମ୍ବେଦନଶୀଳତା ସୃଷ୍ଟି ଏବଂ ସଂରକ୍ଷଣମୂଳକ ଆଚରଣକୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ ବୟସ ଓ ବର୍ଗର ଦର୍ଶକଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ ହେଉଛି। ‘ରବିବାର ପକ୍ଷୀ ପଦଯାତ୍ରା’ ଓ ‘ନନ୍ଦନକାନନରେ ଗୋଟିଏ ଦିନ’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ପ୍ରାଣୀ ଉଦ୍ୟାନର ବିଭିନ୍ନ କାର୍ଯ୍ୟକଳାପ, ପ୍ରାଣୀ ଯତ୍ନ, ଖାଦ୍ୟ ପରିଚାଳନା, ପଶୁଚିକିତ୍ସା ସେବା, ଆବାସସ୍ଥଳୀ ପରିଚାଳନା ଓ ସଂରକ୍ଷଣ ବିଷୟରେ ନିକଟରୁ ଜାଣିବାର ସୁଯୋଗ ପାଉଥିବା କର୍ତ୍ତୃପକ୍ଷ କହିଛନ୍ତି।
୮୯ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ସଫଳ ପ୍ରଜନନ
ପ୍ରାଣୀ ଉଦ୍ୟାନ ୮୯ଟି ବିଲୁପ୍ତପ୍ରାୟ ପ୍ରଜାତି ସମେତ ସ୍ତନ୍ୟପାୟୀ, ପକ୍ଷୀ ଓ ସରୀସୃପ ବର୍ଗର ୨୬୧ଟି ପ୍ରଜାତିର ସଫଳ ପ୍ରଜନନର ଶ୍ରେୟ ପାଇଛି। ୧୯୮୦ ମସିହାରେ ବିଶ୍ୱର ପ୍ରଥମ ଅନୁଷ୍ଠାନ ଭାବେ ଘଡ଼ିଆଳ କୁମ୍ଭୀରର ପ୍ରଜନନ କରାଇ ମହାନଦୀ ଅବବାହିକାରେ ୫୫୫ଟି ଶାବକଙ୍କୁ ଛଡ଼ାଯାଇଥିଲା। ୨୦୧୯ରୁ ମହାନଦୀ ଘଡ଼ିଆଳ ପୁନରୁଦ୍ଧାର ପ୍ରକଳ୍ପର ନେତୃତ୍ୱ ନେଇ ଟ୍ରାନ୍ସମିଟର ଟ୍ୟାଗିଂ ମାଧ୍ୟମରେ ନଜର ରଖାଯାଇଛି।
Horoscope 2026 October 03: ଜାଣନ୍ତୁ ଆଜିର ରାଶିଫଳ
୧୯୮୦ରେ ସାଧାରଣ ବାଘ-ବାଘୁଣୀଙ୍କଠାରୁ ଧଳାବାଘ ବଂଶ ସୃଷ୍ଟି, ୨୦୧୪ରେ ବିଶ୍ୱର ପ୍ରଥମ କୃଷ୍ଣକାୟ ବାଘର ପ୍ରଜନନ, ବଜ୍ରକାପ୍ତାଙ୍କ ପାଇଁ ବିଶ୍ୱର ଏକମାତ୍ର ଉତ୍ସର୍ଗୀକୃତ ‘ସଂରକ୍ଷଣ ପ୍ରଜନନ କେନ୍ଦ୍ର’ ପରିଚାଳନା, ୨୦୧୨ରେ ଗାଡଭାଲୁର ପ୍ରଥମ ପ୍ରଜନନ, ବାଘ, ଗୁରାଣ୍ଡି ଓ ଶାଗୁଣାଙ୍କ ସଂରକ୍ଷଣ ପ୍ରଜନନରେ ଅଂଶଗ୍ରହଣକାରୀ ପ୍ରାଣୀ ଉଦ୍ୟାନ ଭାବେ କାର୍ଯ୍ୟ କରୁଛି। ବଜ୍ରକାପ୍ତା ସଂରକ୍ଷଣ ମାଧ୍ୟମରେ ୧୬ଟି ଶାବକ ଜନ୍ମ ନେଇଛନ୍ତି। ୧୯୬୬ରୁ ଆରମ୍ଭ ହୋଇଥିବା ବାଘ ପ୍ରଜନନ କାର୍ଯ୍ୟକ୍ରମରେ ୩୮୬ଟି ଶାବକ ଓ ଔପଚାରିକ ସଂରକ୍ଷଣ-ପ୍ରଜନନ କାର୍ଯ୍ୟକ୍ରମରେ ୫୮ଟି ଶାବକ ଜନ୍ମ ନେଇଛନ୍ତି। ୧୯୭୧ରୁ ଆରମ୍ଭ ହୋଇଥିବା ଗୁରାଣ୍ଡି ପ୍ରଜନନ ଫଳରେ ୬୨ଟି ଶାବକ ଜନ୍ମ ହୋଇଛନ୍ତି ଏବଂ ୨୦୧୮ରୁ ୪ଟି ଶାଗୁଣା ଛୁଆ ଜନ୍ମ ନେଇଛନ୍ତି।

42 minutes ago
2


