Doctors: ଆନ୍ଦୋଳନରେ ଡାକ୍ତର, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

2 weeks ago 7
ARTICLE AD BOX

ଭୁବନେଶ୍ବର: ୧୦ଦଫା ଦାବି ନେଇ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଓଡ଼ିଶା ମେଡିକାଲ ସେବା ସଂଘ(ଓମ୍‌ସା) ନେତୃତ୍ବରେ ରାଜ୍ୟବ୍ୟାପୀ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାରୀ କ୍ଷେତ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀମାନେ ଚିକିତ୍ସା ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଡାକ୍ତରମାନେ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଥିବା ବେଳେ ରାଜ୍ୟ ସରକାର ଏହାର ସମାଧାନ ଦିଗରେ ଠୋସ୍‌ ପଦକ୍ଷେପ ନ ନେବା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।କ୍ୟାଡର ପୁନର୍ଗଠନ, ଲେବଲ୍‌ ପେ’ ସ୍କେଲ୍‌ ୧୫ର ଉଚ୍ଛେଦ, ସ୍ବଚ୍ଛ ବଦଳି ନୀତି, କେବିକେ ଏକ୍‌ଜିଟ ନୀତି, ଦନ୍ତ ଡାକ୍ତରଙ୍କ ପ୍ରୋତ୍ସାହନ ଭତ୍ତା, ଡାକ୍ତରଙ୍କ ସୁରକ୍ଷା ଭଳି ଦାବିକୁ ନେଇ ଡାକ୍ତରମାନେ ଅଡ଼ି ବସିଛନ୍ତି। ଚଳିତବର୍ଷ ଜାନୁଆରି ମାସରେ ଏସବୁ ଦାବି ନେଇ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଡାକ୍ତରଙ୍କୁ ଆନ୍ଦୋଳନରୁ ବିରତ କରିବା ପାଇଁ ସରକାର ଏସ୍‌ମା ଲଗାଇଥିଲେ। ଏହାକୁ ଖାତିର ନ କରି ଡାକ୍ତର ଆନ୍ଦୋଳନ ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏଥିପାଇଁ ଓମ୍‌ସା ପ୍ରତିନିଧିଙ୍କ ସହ ଆଲୋଚନା କରିବା ପରେ ଦାବିର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିଥିଲେ। ହେଲେ ଏହି କମିଟିର ଗୋଟିଏ ବି ବୈଠକ ବସି ନ ଥିବା ଓମ୍‌ସା ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବା ଲାଗି ଓମ୍‌ସା ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଥିଲା।

Niranjan Patnaik's: ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଲୋକାର୍ପିତ

Bail Application Rejected: ଚନ୍ଦ୍ରିକା ମୃତ୍ୟୁ ମାମଲା, ଭୀମ‌ସେନ ଟୁଡୁଙ୍କ ଜାମିନ ଖାରଜ

 
ନିକଟରେ ଓମ୍‌ସା ପ୍ରତିନିଧିଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ହୋଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ କଥାରେ ଭରସା କରି ନ ଥିଲେ ଡାକ୍ତର। ତେଣୁ ଆଜିଠାରୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓପିଡି ବନ୍ଦ କରିବା ସହ ଜରୁରିକାଳୀନ ସେବାକୁ ମଧ୍ୟ ବନ୍ଦ ରଖିଛନ୍ତି। ଏଥିପାଇଁ ରୋଗୀମାନଙ୍କୁ ଡାକ୍ତରଖାନାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଅନିର୍ଦ୍ଦିଷ୍ଟ କାଳ ପାଇଁ ଡାକ୍ତରମାନେ ଆନ୍ଦୋଳନ ଡାକରା ଦେଇଥିବାରୁ ଆଗକୁ ରୋଗୀଙ୍କୁ ଆହୁରି ହନ୍ତସନ୍ତ ହେବାକୁ ପଡ଼ିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଓମ୍‌ସା ପକ୍ଷରୁ କୁହାଯାଇଛି ଯେ ସରକାରଙ୍କ ଏସ୍‌ମାକୁ ଖାତିର ନ କରି ରାଜ୍ୟବ୍ୟାପୀ ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମଧ୍ୟ ଆନ୍ଦୋଳନ ଜାରି ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.