ARTICLE AD BOX
ଆଜିକାଲି ଇନ୍ଷ୍ଟ୍ରାଗ୍ରାମ୍ ରିଲ୍ସରେ ଚମତ୍କାର ଆଲୋକ, ସୁନ୍ଦର ସଙ୍ଗୀତ ଓ ଚକ୍ଚକ୍ କରୁଥିବା ‘ଆଇଭି ଡ୍ରିପ୍’ ସାହାଯ୍ୟରେ ତ୍ୱଚାକୁ ଚମକାଇବାର ଫ୍ୟାସନ୍ ସମୟକ୍ରମେ ବେଶ୍ ଭାଇରାଲ୍ ହେଉଛି। କିନ୍ତୁ ଆପଣ ଯଦି ପରବର୍ତ୍ତୀ ‘ୱେଲ୍ନେସ୍ ଗ୍ଲୋ-ଅପ୍’ ପାଇଁ କୌଣସି କ୍ଲିନିକ୍ ଯିବାକୁ ଚିନ୍ତା କରୁଛନ୍ତି, ତେବେ ଡାକ୍ତରମାନଙ୍କର ଏହି ଚେତାବନୀ ଆପଣଙ୍କୁ ନିଶ୍ଚୟ ଚିନ୍ତାରେ ପକାଇବ। କାରଣ ବାସ୍ତବତା ହେଉଛି, ଏହାଦ୍ବାରା ଆପଣ ସମସ୍ୟାରେ ପଡ଼ି ପାରନ୍ତି।
Demand: ୨ଟି ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ଦାବି କଲେ ପୂର୍ବତନ ବିଧାୟକ
ହେପାଟୋଲୋଜିଷ୍ଟ ଡାକ୍ତର ସିରିଆକ୍ ଆବି ଫିଲିପ୍ସ ଓ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶିବରଞ୍ଜନୀ ସନ୍ତୋଷ ଏକ ମିଳିତ ସତର୍କ ସୂଚନା ଜାରି କରିଛନ୍ତି। ତ୍ୱଚାର ରଙ୍ଗ ଗୋରା କରିବା ପାଇଁ ବ୍ୟବହୃତ ହେଉଥିବା ଏହି ‘ଗ୍ଲୁଟାଥିଅନ୍’ ଇଞ୍ଜେକ୍ସନ୍ ଓ ଆଇଭି ଡ୍ରିପ୍ କେତେ ବିପଜ୍ଜନକ, ସେମାନେ ତା’ର ଖୁଲାସା କରିଛନ୍ତି। ଡାକ୍ତରମାନଙ୍କ ଅନୁସାରେ, ଅଧିକାଂଶ ବ୍ୟୁଟି କ୍ଲିନିକ୍ରେ ଲୋକଙ୍କୁ ଭ୍ରମିତ କରାଯାଉଛି। କସ୍ମେଟୋଲୋଜି କୌଣସି ସ୍ୱୀକୃତିପ୍ରାପ୍ତ ଡାକ୍ତରୀ ଡିଗ୍ରି ନୁହେଁ। ଯେଉଁମାନେ ଏହାକୁ ପ୍ରୋତ୍ସାହିତ କରୁଛନ୍ତି, ସେମାନେ ପ୍ରକୃତରେ ପ୍ରାକ୍ଟିସନର୍ ନୁହନ୍ତି, ବରଂ ସେମାନେ ସାର୍ଟିଫାଏଡ୍ ‘କୋଚ୍’ କିମ୍ବା ‘ୱେଲ୍ନେସ୍ ଏକ୍ସ୍ପର୍ଟ’ ଭଳି କାମ କରୁଛନ୍ତି। ତ୍ୱଚା ଚମକାଇବା ପାଇଁ ବ୍ୟବହୃତ ହେଉଥିବା ଆଇଭି ଗ୍ଲୁଟାଥିଅନ୍ର କୌଣସି ଦୃଢ଼ ବୈଜ୍ଞାନିକ ଆଧାର ନାହିଁ। ଯାହା ବି ଆମେ ବିଜ୍ଞାପନରେ ଦେଖୁ ବା ପ୍ରଚାର କରାଯାଏ, ତାହା କେବଳ କିଛି ସୀମିତ ଓ ଅବିଶ୍ୱସନୀୟ ଗବେଷଣା ଉପରେ ଆଧାରିତ।
ଶରୀର ପ୍ରାକୃତିକ ଭାବରେ ମେଲାନିନ୍ ତିଆରି କରୁଥିବାରୁ ଏହି ଇଞ୍ଜେକ୍ସନ୍ର ପ୍ରଭାବ ଅସ୍ଥାୟୀ ହୋଇଥାଏ। ଯେତେବେଳେ ଆପଣ ଏହି ଡ୍ରିପ୍ ନେବା ବନ୍ଦ କରିଦେବେ, ଆପଣଙ୍କ ତ୍ୱଚା ପୁଣି ପୂର୍ବ ଅବସ୍ଥାକୁ ଫେରିଆସିବ। ଡାକ୍ତରମାନେ ଚେତାବନୀ ଦେଇଛନ୍ତି ଯେ, ଏହି ଉତ୍ପାଦଗୁଡ଼ିକ କୌଣସି ନିୟନ୍ତ୍ରିତ ଫାର୍ମାସ୍ୟୁଟିକାଲ୍ କମ୍ପାନି ଦ୍ୱାରା ପ୍ରସ୍ତୁତ ହୁଏ ନାହିଁ। କ୍ଲିନିକ୍ଗୁଡ଼ିକ ପ୍ରାୟତଃ ‘କମ୍ପାଉଣ୍ଡିଂ ଫାର୍ମାସି’ରୁ ଅନୁମୋଦିତ ନଥିବା ଜିନିଷ ଆଣି ବ୍ୟବହାର କରିଥାନ୍ତି।
Horoscope 2026 September 24: ଜାଣନ୍ତୁ ଆଜିର ରାଶିଫଳ...
ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ମଧ୍ୟ ଚେତାବନୀ ଦେଇସାରିଛି ଯେ, ଅନେକ ରୋଗୀ ଗ୍ଲୁଟାଥିଅନ୍ ଆଇଭି ଟ୍ରିଟ୍ମେଣ୍ଟ ପରେ ଜ୍ୱର, ଥଣ୍ଡା, ନିମ୍ନ ରକ୍ତଚାପ ଓ ସେପ୍ଟିସ୍ ଭଳି ପ୍ରାଣଘାତୀ ସଂକ୍ରମଣର ଶିକାର ହୋଇପାରନ୍ତି। କାରଣ ଏଥିରେ ବ୍ୟବହୃତ ପାଉଡର୍ରେ ବିପଜ୍ଜନକ ମାତ୍ରାରେ ବ୍ୟାକ୍ଟେରିଆଲ୍ ଏଣ୍ଡୋଟକ୍ସିନ୍ ରହିଥାଏ। ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ଶରୀରରେ ଆନାଫାଇଲାକ୍ସିସ୍, ଯକୃତ ଓ ବୃକ୍କ ସମସ୍ୟା ସୃଷ୍ଟି ହୋଇପାରେ। ଏପରିକି ‘ଷ୍ଟିଭେନ୍ସ-ଜନ୍ସନ୍ ସିଣ୍ଡ୍ରମ୍’ ଓ ‘ଟକ୍ସିକ୍ ଏପିଡର୍ମାଲ୍ ନେକ୍ରୋଲାଇସିସ୍’ ଭଳି ପ୍ରାଣଘାତୀ ଚର୍ମ ସମସ୍ୟା ଦେଖାଦେବାର ଆଶଙ୍କା ମଧ୍ୟ ରହିଛି।

4 days ago
5


