DJ listeners: ଡିଜେ ଶ୍ରୋତାଙ୍କ ବୃହତ୍ତମ ଜନସମାଗମ

4 days ago 6
ARTICLE AD BOX

ଗୋଟିଏ ମଞ୍ଚ, ଗୋଟିଏ ଡିଜେ ଓ ସାମ୍ନାରେ ଜନସମୁଦ୍ର। ଯେଉଁଆଡ଼େ ଚାହିଁଲେ କେବଳ ମଣିଷ ଆଉ ମଣିଷ। ସଙ୍ଗୀତର ତାଳରେ ହଜାରେ ନୁହେଁ, ଲକ୍ଷ ଲକ୍ଷ ଲୋକ ଏକାଠି ନାଚୁଥିବାର ଏଭଳି ଦୃଶ୍ୟ ବ୍ରାଜିଲର ସାଓ ପାଓଲୋରେ ଦେଖିବାକୁ ମିଳିଥିଲା। ଜଣାଶୁଣା ସ୍କଟିସ୍ ଡିଜେ କାଲଭିନ୍ ହାରିସ୍‌ଙ୍କ ସଙ୍ଗୀତ ଶୁଣିବାକୁ  ଏକାଠି ହୋଇଥିଲେ ୧୬ ଲକ୍ଷ ପ୍ରଶଂସକ। ଏହି ଦେୟମୁକ୍ତ କାର୍ଯ୍ୟକ୍ରମରେ ବିଶାଳ ଜନସମାଗମ ଯୋଗୁଁ ଗିନିସ୍ ବିଶ୍ୱ ରେକର୍ଡ ହାରିସ୍‌ଙ୍କୁ ସ୍ୱୀକୃତି ଦେଇଛି।

Education: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ

ଗତ ଫେବ୍ରୁଆରି ୮ରେ ‘ବ୍ଲୋକୋ ସ୍କଲ୍‌’ ପ୍ରାକ୍‌ କାର୍ଣ୍ଣିଭାଲ୍‌ ଉତ୍ସବ ସମୟରେ ଏହି ମାଗଣା ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଭେନିଡା ପାଉଲିଷ୍ଟା ନିକଟସ୍ଥ ଅଞ୍ଚଳ ଶ୍ରୋତାଙ୍କ ଭିଡ଼ରେ ଭରିଯାଇଥିଲା। ‘ଟ୍ରିଓ ଇଲେଟ୍ରିକୋ’ ମଞ୍ଚରୁ କାଲଭିନ୍ ହାରିସ୍‌ ଦମ୍‌ଦାର ସଂଗୀତ ପରିବେଷଣ କରିଥିଲେ। ‘ଦିସ୍ ଇଜ୍ ହ୍ୱାଟ୍ ୟୁ କେମ୍ ଫର୍’, ‘ୱାନ୍ କିସ୍’, ‘ଆଇ ନିଡ୍ ୟୋର୍ ଲଭ୍’ ଓ ‘ୱି ଫାଉଣ୍ଡ ଲଭ୍’ ଭଳି ଲୋକପ୍ରିୟ ଗୀତରେ ଦର୍ଶକଙ୍କ ଉତ୍ସାହ ଚରମରେ ପହଞ୍ଚିଥିଲା। ରେକର୍ଡ ନିଶ୍ଚିତ ହେବା ପରେ ହାରିସ୍‌ ‘ସତରେ ଅବିଶ୍ୱସନୀୟ’ ବୋଲି କହିବା ସହ ଏହା କେବଳ ବ୍ରାଜିଲରେ ସମ୍ଭବ ବୋଲି କହିଥିଲେ। 

Horoscope 2026 September 24: ଜାଣନ୍ତୁ ଆଜିର ରାଶିଫଳ...

ବଡ଼ ବଡ଼ ମାଗଣା ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ବ୍ରାଜିଲର ସୁଦୀର୍ଘ ପରମ୍ପରା ରହିଛି। ୧୯୯୪ରେ ରଡ୍ ଷ୍ଟିୱାର୍ଟଙ୍କ ମାଗଣା ନୂଆବର୍ଷ କାର୍ଯ୍ୟକ୍ରମକୁ ପ୍ରାୟ ୩୫ ଲକ୍ଷ ଲୋକ ଆସିଥିଲେ। ନିକଟ ଅତୀତରେ ଲେଡି ଗାଗା, ମାଡୋନା ଓ ସକିରାଙ୍କ କୋପାକାବାନା ପ୍ରଦର୍ଶନ ମଧ୍ୟ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏବେ ଏହି ତାଲିକାରେ ୧୬ ଲକ୍ଷ ଦର୍ଶକଙ୍କ ଅଭୂତପୂର୍ବ ସମାଗମ ସହ କାଲଭିନ୍ ହାରିସ୍‌ଙ୍କ ନାମ ମଧ୍ୟ ଯୋଡ଼ି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.