Digital India: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ସାତ ସପନ

1 hour ago 1
ARTICLE AD BOX

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ):ମୟୂରଭଞ୍ଜଜିଲ୍ଲା ବାମନଘାଟି ଉପଖଣ୍ଡର ଅନେକ ଉପାନ୍ତ ଅଞ୍ଚଳରେ ଆଜିର ଡିଜିଟାଲ ଯୁଗରେ ବି ମୋବାଇଲ ନେଟୱର୍କ ସାତସପନ ପାଲଟିଛି। କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ଜରିଆରେ ପ୍ରତି ଗ୍ରାମକୁ ମୋବାଇଲ୍ ଓ ଇଣ୍ଟରନେଟ ସୁବିଧା ଯୋଗାଇ ଦେଇଥିବା କଥା କହୁଥିବାବେଳେ ଇଣ୍ଟରନେଟ ଦୂରର କଥା ମୋବାଇଲ ନେଟୱର୍କ ପର୍ଯ୍ୟନ୍ତ ନାହିଁ। ଫୋନ କରିବାକୁ ହେଲେ ନେଟୱର୍କ ଟିକିଏ ପାଇଁ ଗଛ ଉପରକୁ, ପାହାଡ଼ ଉପରକୁ, ମଞ୍ଚା ଉପରକୁ, କୋଷକୋଷ ବାଟ ଯାଇ ଉଚ୍ଚ ସ୍ଥାନ ଚଢ଼ିବାକୁ ପଡୁଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ବହୁଳ ରାଇରାଙ୍ଗପୁର ଓ ବିଜାତଳା ବ୍ଲକର ବଣପାହାଡ଼ ଘେରା କୁଲେଇଶିଳା, ଚଢେଇପାହାଡି ଓ ମଢେଇକଚା ଗ୍ରାମ ପଞ୍ଚାୟତରେ। 

ଦେଶ ସ୍ବାଧୀନ ହେବାର ସାତ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ବିତିଯାଇଛି। ଏବେବି ନେଟୱର୍କ ଅପହଞ୍ଚ ରହିଛି। ପାହାଡ଼ ପାଦଦେଶରେ ଥିବା ଗ୍ରାମରେ ୧୦ ରୁ ଅଧିକ ବିଏସଏନଏଲ ଟାୱାର ରହିଛି। ତାହା କୌଣସି ଉପଯୋଗରେ ଆସୁନାହିଁ। ନେଟୱର୍କ ପାଇଁ ଉପରୋକ୍ତ ଗ୍ରାମ ପଞ୍ଚାୟତର ପ୍ରାୟ ୫୦ରୁ ଅଧିକ ଗ୍ରାମର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କୌଣସି କାର୍ଯ୍ୟ ହେଉ କିମ୍ବା ଜରୁରିକାଳୀନ ସେବା ପାଇଁ ବି ନେଟୱର୍କ ଖୋଜିବାକୁ ପଡୁଛି। ଫଳରେ ଆମ୍ବୁଲାନ୍ସ, ଦମକଳ,ପୁଲିସ ଭଳି ଜରୁରୀ ସେବାକୁ ଖବର ମଧ୍ୟ ଦେଇପାରୁନାହାଁନ୍ତି। 

ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କ ସୁଦୃଢ ହେବ

ମୋବାଇଲ ନେଟୱର୍କ ଅପହଞ୍ଚ ଥିବାରୁ ବିଭିନ୍ନ ସରକାରୀ ଯୋଜନା ମଧ୍ଯ କାର୍ଯ୍ୟକ୍ଷମ ହେବାରେ ବାଧା ଉପୁଜିବାରେ ଲାଗିଛି। ବର୍ତ୍ତମାନ ସମୟ ଡିଜିଟାଲ ଇଣ୍ଡିଆରେ କୃଷିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ଆଦି ସବୁ ଅନଲାଇନରେ ଉପଲବ୍ଧ ହେଉଛି। କିନ୍ତୁ ନେଟୱ।ର୍କ ଅଭାବ ପାଇଁ ତାହା ଅଟକିଯାଉଛି। ଉକ୍ତ ଚଢ଼େଇପାହାଡି ଲୋକମାନେ ନେଟୱ।ର୍କ ଅସୁବିଧା ନେଇ ବାରମ୍ବାର ଅଭିଯୋଗ ଜଣାଇଲେ ସୁଦ୍ଧା କୋଣସି ସୁଫଳ ମିଳୁନାହିଁ। 

କେନ୍ଦ୍ର ସରକାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ନେଟୱର୍କ ସମସ୍ୟା ଦୂର କରିବା ୧୫୦୦ଟି ନୂତନ ବିଏସଏନଏଲ ୪ଜି ମୋବାଇଲ ଟାୱାର ସ୍ଥାପନ କରିବାକୁ ପ୍ରାୟ ବର୍ଷେ ହେବ ଘୋଷଣା କରିଥିଲେ। କିନ୍ତୁ ସରକାରୀ ଘୋଷଣାବାଜି କେବଳ କାଗଜକଲମରେ ସୀମିତ ରହିଯାଇଛି। ନେଟୱ।ର୍କ ସ୍ଥାପନ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଗଲାନାହିଁ। ଯାହାକୁ ନେଇ ଡିଜିଟାଲ ଯୁଗରେ ବି ଲୋକେ ନେଟୱର୍କ ସମସ୍ୟା ଭୋଗୁଛନ୍ତି। ବିପଦପୂର୍ଣ୍ଣ ଅବସ୍ଥାରେ ଗଛ ଚଢ଼ିଲେ ନେଟୱର୍କ ଆସୁଛି ତ କେତେବେଳେ ନାହିଁ। ଯାହାଫଳରେ ବିଭିନ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ। ସରକାର ଡିଜିଟାଲ ଇଣ୍ଡିଆ ଡିଣ୍ଡିମ ପିଟୁଥିବାବେଳେ ଗ୍ରାଉଣ୍ଡ ଅଞ୍ଚଳର ସମସ୍ୟା କେବେ ସମାଧାନ ହେଉଛି ତାହା ଦେଖ‌ିବାକୁ ବାକି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.